ହାଇଦ୍ରାବାଦ:ବିଶ୍ବର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହେଉଛି ହ୍ବାଟ୍ସଆପ୍ । ଯେଉଁମାନେ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଛନ୍ତି, ସେମାନେ ନିଶ୍ଚିତ ଭାବେ ହ୍ବାଟ୍ସଆପ୍ ବ୍ୟବହାର କରୁଥିବେ । ଏପରିକି ଏହି ଆପ୍ର ୟୁଜର୍ସଙ୍କ ସଂଖ୍ୟା ଭାରତରେ କୋଟିକୋଟି ରହିଛି । ପ୍ରତିବର୍ଷ ୟୁଜର୍ସଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ପରିଲକ୍ଷିତ ହେଉଛି । ପ୍ରାଇଭେସି ସିକ୍ୟୁରିଟି ପାଇଁ ୟୁଜର୍ସଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ହ୍ବାଟ୍ସଆପ୍ରେ ଆସିଛି ଆଉ ଏକ ଦମଦାର ଫିଚର । ଏଣିକି ଆହୁରି ପ୍ରାଇଭେସି ହୋଇପାରିବ ଚାଟ୍ । ଏଣିକି ମେସେଜକୁ ମଧ୍ୟ ଲକ୍ କରିପାରିବେ । ବ୍ୟକ୍ତିଗତ ଚାଟ୍କୁ ଲକ୍ କରିବାକୁ ସକ୍ଷମ ହେବେ ୟୁଜର୍ସ । ଏନେଇ ହ୍ବାଟ୍ସଆପ ପକ୍ଷରୁ ହିଁ ମେସେଜ ଯୋଗେ ୟୁଜର୍ସଙ୍କୁ ସୂଚନା ଦିଆଯାଇଛି ।
ସମସ୍ତ ଡିଭାଇସରେ ଉପଲବ୍ଧ ଏହି ଫିଚର:ହ୍ବାଟ୍ସଆପ୍ରେ ଆସିଥିବା ନୂଆ ଫିଚରର ନାମ ଚାଟ ଲକ୍ ରଖାଯାଇଛି । ଏହି ଫିଚର ସମସ୍ତ ପ୍ରକାର ଆଣ୍ଡ୍ରଏଡ୍ ଏବଂ ଆଇଫୋନରେ ଉପଲବ୍ଧ । ଯଦି ଜଣେ ୟୁଜର ନିଜ ସାଥୀ, ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହିତ ଏକ ବ୍ୟକ୍ତିଗତ ଚାଟ୍ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ପାଇଁ ଚାଟ୍ ଲକ ଫିଚର କାମରେ ଆସିପାରେ । ଏହି ଫିଚର ଟର୍ଣ୍ଣ ଅନ୍ କରି ପାସଓ୍ବାର୍ଡ୍ ବ୍ୟବହାର କରି ଚାର୍ଟକୁ ସୁରକ୍ଷିତ ରଖିପାରିବେ ।
ଯେତେବେଳେ ସିକ୍ରେଟ୍ ଚାଟ୍କୁ ପଢ଼ିବାକୁ କିମ୍ବା କାହାରିକୁ ପଠାଇବାକୁ ଚାହାନ୍ତି ତେବେ ଚାଟ ଲକ୍ ଅପ୍ସନକୁ ଅନ୍ କରିବାକୁ ହେବ । ପାସଓ୍ବାର୍ଡ୍ ବ୍ୟତୀତ ଫିଙ୍ଗରପ୍ରିଣ୍ଟ୍ ସ୍କାନର, ଫେସ୍ ଆଇଡି ମଧ୍ୟ ବ୍ୟବହାର କରିପାରିବେ୍ । ଯେକୌଣସି ପାସଓ୍ବାର୍ଡ ବ୍ୟବାହାର କରି ୟଜର୍ସ ଚାଟ୍କୁ ଲକ କରିପାରିବେ ।
କେମିତି ବ୍ୟବହାର କରିବେ ଚାର୍ଟ ଲକ:
- ପ୍ରଥମେ ଆଣ୍ଟ୍ରଏଡ କିମ୍ବା ଆଇଫୋନରେ ହ୍ବାଟ୍ସଆପକୁ ଅନ୍ କରନ୍ତୁ
- ଏହାପରେ ଯାହା ସହିତ ଆପଣ ଚାଟ୍ କରିବାକୁ ଚାହୁଁଛନ୍ତି ତାହାର ଚାଟ୍ ବକ୍ସ ଖୋଲନ୍ତୁ
- ଚାର୍ଟବକ୍ସ ଖୋଲିବା ପରେ ଉପରେ ନାମରେ କ୍ଲିକ କରନ୍ତୁ।
- Disappearing Messagesର ନିମ୍ନରେ ରହିଥିବ ଚାର୍ଟଲକ ଅପ୍ସନ
- ଏହି ଅପ୍ସନକୁ ଅନ୍ କରିବା ପରେ ଚାଟ୍ ଲକ ହୋଇଯିବ
- ଚାର୍ଟ ଲକ ହେବା ପରେ ଉକ୍ତ ଚାଟ୍ ଲକଡ ଚାଟ୍ ଅପ୍ସନକୁ ସ୍ଥାନାନ୍ତର ହେବ
- ଏହାପରେ ଉକ୍ତ ୟୁଜର୍ସଙ୍କଠାରୁ କୌଣସି ମେସେଜ ଆସିଲେ Message unread ଅପ୍ସନ ଆସିବ
- ଏହି ନୋଟିଫିକେସନକୁ କ୍ଲିକ୍ କରି ଆପଣ ଚାଟ୍ ଦେଖିପାରିବେ