ହାଇଦ୍ରାବାଦ: ନିକଟରେ ହ୍ବାଟ୍ସଆପ ପକ୍ଷରୁ ଚ୍ୟାନେଲ ଫିଚର ଲଞ୍ଚ କରାଯାଇଛି । ଯାହା କି ଇନ୍ଷ୍ଟାଗ୍ରାମର ଫିଚର ସହିତ ସମାନ ଅଟେ । ହ୍ବାଟ୍ସଆପ୍ରେ ଏହି ଫିଚର ଦ୍ବାରା ଉପଭୋକ୍ତାମାନେ ନିଜସ୍ୱ ଚ୍ୟାନେଲ୍ କିମ୍ବା ଗ୍ରୁପ ସୃଷ୍ଟି କରିପାରିବେ ଏବଂ ଲୋକଙ୍କୁ ସୂଚନା ପଠାଇ ପାରିବେ । କିନ୍ତୁ ଏହି ଫିଚରରେ ବର୍ତ୍ତମାନ ରିପ୍ଲାଇର ଅପ୍ସନ ନାହିଁ । କିନ୍ତୁ ଏହା ଖୁବଶୀଘ୍ର ରୋଲଆଉଟ ହୋଇପାରିବ ବୋଲି ଏକ ରିପୋର୍ଟରେ କୁହାଯାଇଛି । ଏଣିକି ଚ୍ୟାନେଲରେ ମଧ୍ୟ ରିପ୍ଲାଇ ଦେଇପାରିବେ ୟୁଜର୍ସ ।
WABetainfo ରିପୋର୍ଟ ଅନୁଯାୟୀ, ଆଣ୍ଡ୍ରଏଡରେ ବିଟା ୟୁଜର୍ସଙ୍କୁ 2.23.20.9 ଅପଡେଟ୍ ମିଳିଛି । ହ୍ବାଟ୍ସଆପ୍ ଚ୍ୟାନେଲରେ ଏହି ସୁବିଧା ମିଳିଛି । ଚ୍ୟାନେଲ କ୍ରିଏଟରରୁ ନିଜ ଚ୍ୟାନେଲ୍ର ସ୍ଥିତି ବିଷୟରେ ଅବଗତ କରାଇବା ପାଇଁ ଡିଜାଇନ୍ କରାଯାଇଛି ।
ବ୍ୟାନ ଦେଶରେ ଚାଲିବନି ହ୍ବାଟ୍ସଆପ ଫିଚର:କହିରଖୁଛୁ କି, ହ୍ବାଟ୍ସଆପ୍ ଚ୍ୟାନେଲ ଫିଚରର ବ୍ୟବହାର କେବଳ ପ୍ରତିବନ୍ଧକ ନଥିବା ଦେଶର ୟୁଜର୍ସ ହିଁ କରିପାରିବେ । ଯେଉଁ ଦେଶରେ ଚ୍ୟାନେଲ ଉପରେ ପ୍ରତିବନ୍ଧକ ରହିଛି ସେମାନେ ଏହି ଫିଚର ବ୍ୟବହାର କରିପାରିବେ ନାହିଁ । ଏହି ଫିଚର ଦ୍ବାରା ଚ୍ୟାନେଲ ସୃଷ୍ଟି କରୁଥିବା ବ୍ୟକ୍ତି ଏହି ସୂଚନା ପାଇବେ, ଯେଉଁଥିରେ ଜଣାଯିବ ପ୍ରତିବନ୍ଧକ ହେତୁ ଉକ୍ତ ନମ୍ବରର ଉପଭୋକ୍ତା ଚ୍ୟାନେଲକୁ ପ୍ରବେଶ କରିପାରିବେ ନାହିଁ ।
ଅପଡେଟ୍ ଚ୍ୟାନେଲରେ ମିଳିବ ରିପ୍ଲାଇ ଅପ୍ସନ:ଚ୍ୟାନେଲ୍ ସୃଷ୍ଟିକର୍ତ୍ତାଙ୍କୁ ସେମାନଙ୍କ କଣ୍ଟେଣ୍ଟ୍ ବିଷୟରେ ଅବଗତ କରାଇବା ପାଇଁ ହ୍ବାଟ୍ସଆପ୍ ଶୀଘ୍ର ଚ୍ୟାନେଲରେ ରିପ୍ଲାଇ ଅପ୍ସନ ଯୋଡ଼ିବାକୁ ଯାଉଛି । ଯେଉଁଥିରେ ଚ୍ୟାନେଲ ନିର୍ମାତା ଏକ ପପ୍ଅପ୍ ମାଧ୍ୟମରେ ରିପ୍ଲାଇ ପାଇବେ । ତେବେ ରିପ୍ଲାଇ ଦେଇଥିବା ବ୍ୟକ୍ତିଙ୍କ ଗୋପନୀୟତା ଉପରେ ସମ୍ପୂର୍ଣ୍ଣ ଯତ୍ନ ନିଆଯିବ, ଯାହାଫଳରେ ନମ୍ବର ମଧ୍ୟ ସାର୍ବଜନୀନ ହେବ ନାହିଁ ।
ଏହା ମଧ୍ୟ ପଢନ୍ତୁ: ହ୍ବାଟ୍ସଆପରେ ଆସିଲା ନୂଆ ଫିଚର, ଏଣିକି ପେଟିଏମ ଏବଂ ଗୁଗୁଲ ପେ' ଭଳି କରିପାରିବେ ପେମେଣ୍ଟ
ଏମିତି ତିଆରି କରିବେ ହ୍ବାଟ୍ସଆପ୍ ଚ୍ୟାନେଲ:
- ହ୍ବାଟ୍ସଆପ ଓ୍ବେବ୍ରେ ଚ୍ୟାନେଲ୍ ଆକ୍ସେସ୍ କରିବା ପାଇଁ କେବଳ ଚ୍ୟାନେଲ ଆଇକନରେ କ୍ଲିକ୍ କରିବାକୁ ହେବ ।
- ଏହା ପରେ କ୍ରିଏଟ ଚ୍ୟାନେଲ ଅପ୍ସନକୁ କ୍ଲିକ କରନ୍ତୁ। ଏହାପରେ କଣ୍ଟିନ୍ୟୁ ବିକଳ୍ପ ଉପରେ କ୍ଲିକ କରନ୍ତୁ । ଏହାପରେ ଅନସ୍କ୍ରିନ୍ ଗାଇଡକୁ ଫଲୋ କରନ୍ତୁ ।
- ବର୍ତ୍ତମାନ ସେଟଅପ୍ ସମ୍ପୂର୍ଣ୍ଣ କରିବାକୁ ଚ୍ୟାନେଲକୁ ଏକ ନାମ ଦିଅନ୍ତୁ ।
- ଏହାପରେ ଡିଲିଟ୍ ଏବଂ ଆଇକନ ସହିତ ଚ୍ୟାନେଲକୁ କଷ୍ଟମାଇଜ କରିବାର ଅପ୍ସନ ମଧ୍ୟ ମିଳିବ ।
- ଆସନ୍ତୁ ଆପଣଙ୍କୁ କହିବା ଯେ ତୁମର ଚ୍ୟାନେଲକୁ ସବିଶେଷ ବିବରଣୀ ଏବଂ ଆଇକନ୍ ସହିତ ତୁରନ୍ତ କଷ୍ଟମାଇଜ୍ କରିବାର ବିକଳ୍ପ ଅଛି ।
- ଚ୍ୟାନେଲ ବିବରଣୀରେ କିଛି ଡିଟେଲ ଯୋଡ଼ନ୍ତୁ ।
- ଚ୍ୟାନେଲକୁ ଅଲଗା ଦେଖାଇବା ପାଇଁ, ୟୁଜର ଫୋନ୍ କିମ୍ବା ୱେବ୍ରୁ ଚ୍ୟାନେଲ ଆଇକନ୍ରେ ଏକ ପ୍ରତିଛବି ଯୋଡ଼ି ପାରିବେ ।
- ଏହା କରିବା ପରେ, କ୍ରିଏଟ୍ ଚ୍ୟାନେଲ ଉପରେ କ୍ଲିକ୍ କରିବା ପରେ ଖୋଲିଯିବ ଚ୍ୟାନେଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ