ଓଡିଶା

odisha

ETV Bharat / science-and-technology

WhatsApp Status Archive Feature: ହ୍ବାଟ୍ସଆପ ବିଜନେସ ୟୁଜର୍ସଙ୍କ ପାଇଁ ଆସିବ ଏହି ଫିଚର - ହ୍ବାଟ୍ସଆପ ବିଜନେସ ବ୍ୟବହାରୀଙ୍କ ପାଇଁ ନୂଆ ଫିଚର

ହ୍ବାଟ୍ସଆପ ବିଜନେସ ବ୍ୟବାହରକାରୀଙ୍କ ପାଇଁ ଆସିବାକୁ ଯାଉଛି ଏହି ଫିଚର । ଏଣିକି ଷ୍ଟାଟସ୍‌ରେ ତଥ୍ୟ କିମ୍ବା ବିଜ୍ଞାପନ ଦେବା ଆହରୁ ହେବ ସହଜ । ଅଧିକ ପଢନ୍ତୁ

WhatsApp Status Archive Feature
WhatsApp Status Archive Feature

By

Published : May 30, 2023, 1:23 PM IST

ହାଇଦ୍ରାବାଦ:ହ୍ବାଟ୍ସଆପ୍‌ ବିଜନେସ ୟୁଜର୍ସଙ୍କୁ ଖୁବଶୀଘ୍ର ଏକ ନୂଆ ଫିଚର ଦେବାକୁ ଯାଉଛି ମେଟା । ଇନ୍‌ଷ୍ଟାଗ୍ରାମ ଭଳି ସୁବିଧା ପାଇପାରିବେ ହ୍ବାଟ୍ସଆପ ବିଜନେସ ୟୁଜର୍ସ । ବ୍ୟବସାୟୀଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଉପଯୋଗୀ ଏବଂ ଟାଇମ ସେଭିଂ ଫିଚର ହେବାକୁ ଯାଉଛି । ଏହି ପ୍ରକାର ଫିଚର ମେଟା ଇନଷ୍ଟାଗ୍ରାମରେ ପୂର୍ବରୁ ଦେଇସାରିଛି । ବର୍ତ୍ତମାନ ହ୍ବାଟ୍ସଆପ୍‌ ବିଜନେସ ବ୍ୟବହାରୀଙ୍କୁ ଦେବ ବୋଲି ଜଣାପଡିଛି । କମ୍ପାନୀ ହ୍ବାଟ୍ସଆପ୍ ବ୍ୟବସାୟରେ ଷ୍ଟାଟସ୍ ଆର୍କାଇଭ୍ ବିକଳ୍ପ ପ୍ରଦାନ କରିବାକୁ ଯାଉଛି, ଯାହା ସାହାଯ୍ୟରେ ଉପଭୋକ୍ତାମାନେ ଆସନ୍ତା 30 ଦିନ ପାଇଁ ସେମାନଙ୍କ ଷ୍ଟାଟସ୍‌ ଆର୍କାଇଭ କରିପାରିବେ । ଏହି ଫିଚରଟି ଇନ୍‌ଷ୍ଟାଗ୍ରାମ ଷ୍ଟୋରୀ ପରି, ଯେଉଁଠାରେ ଉପଭୋକ୍ତାମାନେ ନିଜର ଷ୍ଟାଟସକୁ ଆର୍କାଇଭ୍ କରିବାର ବିକଳ୍ପ ପାଆନ୍ତି ।

WhatsApp Status Archive Feature

ଏହା ମଧ୍ୟ ପଢନ୍ତୁ: WhatsApp Screen Sharing Feature: ଆସୁଛି ଆଉ ଏକ ଫିଚର, ଏହି ସୁବିଧା ପାଇବେ ୟୁଜର୍ସ

ହ୍ବାଟ୍ସଆପ୍‌ର ନୂଆ ଫିଚର ଏବଂ ଡେଭଲପମେଣ୍ଟ୍‌ ଉପରେ ନଜର ରଖୁଥିବା ଓ୍ବେବସାଇଟ୍‌ Wabetainfo ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା କିପରି ହେବ ସେନେଇ ଏକ ଫଟୋ ମଧ୍ୟ ସେୟାର କରାଯାଇଛି । ବର୍ତ୍ତମାନ କିଛି ବେଟା ଟେଷ୍ଟରଙ୍କ ପାଇଁ ଷ୍ଟାଟସ୍ ଆର୍କାଇଭ୍ ଫିଚର ପ୍ରଦାନ କରାଯାଇଛି । ପରେ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ନେଇ ସୂଚନା ଦିଆଯାଇଛି । ଏକ ନୂଆ ଅପଡେଟ ପରେ ଉପଭୋକ୍ତା ଏହି ଫିଚର ପାଇବେ ବୋଲି ଜଣାପଡିଛି । ଏହାପରେ ଆପଣ ନିଜ ଷ୍ଟାଟସକୁ ଆର୍କାଇଭ କରିବାରେ ସମର୍ଥ ହେବେ । ଏହାଛଡା ଯଦି ଆପଣ ଏକ ଷ୍ଟୋରୀକୁ ଆର୍କାଇଭ କରିବାକୁ ଚାହିୁଁନଥିବେ ତେବେ ସେଥରେ କ୍ଲୋଜ ନାମରେ ଏକ ଅପସନ ଥିବ, ତାକୁ ସିଲେକ୍ଟ କରି ଆପଣ ବନ୍ଦ କରିପାରିବେ ।

ଏହି ନୂଆ ଫିଚର ଦ୍ବାରା ୟୁଜର୍ସଙ୍କୁ ତାଙ୍କ ଭିୟୁର୍ସଙ୍କ ପାଇଁ ବାରମ୍ବାର ଫଟୋ ବା ବିଜ୍ଞାପନକୁ ଷ୍ଟାଟସରେ ଦେବାକୁ ପଡିବ ନାହିଁ । ଆପଣ ନିଜ ଇଚ୍ଛା ମୁତାବକ ଏହାକୁ ଆର୍କାଇଭ ଫୋଲ୍ଡରୁ ଆଣି ବ୍ୟବାହର କରିପାରିବେ।

ଖୁବଶୀଘ୍ର ଆସିବ ଏହି ଫିଚର

ମେଟା ଖୁବ୍ଶୀଘ୍ର ଉପଭୋକ୍ତାମାନଙ୍କୁ ଇନ୍‌ଷ୍ଟାଗ୍ରାମ ଭଳି ଫିଚର ଦେବାକୁ ଯାଉଛି । କମ୍ପାନୀ ଖୁବଶୀଘ୍ର ୟୁଜର୍ ନେମ୍ ଫିଚର ରୋଲଆଉଟ କରିବାକୁ ଯାଉଛି । ଏହା ଦ୍ବାରା ଆପଣ ବିନା ନମ୍ବରରେ ମଧ୍ୟ ମେସେଜ କରିବାର ସୁବିଧା ପାଇବେ । ଆଉ କାହାକୁ ନିଜର ମୋବାଇଲ ନମ୍ବର ଦେବାକୁ ପଡିବ ନାହିଁ । ୟୁଜରମାନେ ୟୁଜରନେମ ବ୍ୟବହାର କରି ହ୍ବାଟ୍ସଆପ୍‌ରେ ମେସେଜ କରିପାରିବେ । ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଏହି ଫିଚର ଆସିବା ଦ୍ବାରା ୟୁଜର୍ସଙ୍କ ପ୍ରାଇଭେସି ବା ଗୋପନୀୟତା ବଜାୟ ରହିବ ବୋଲି ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details