ଓଡିଶା

odisha

By

Published : Apr 2, 2022, 8:53 PM IST

ETV Bharat / science-and-technology

WhatsApp: ଫେବୃଆରୀରେ ୧୪ ଲକ୍ଷ ଭାରତୀୟ ଆକାଉଣ୍ଟ ହେଲା ବ୍ୟାନ

ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ ଚଳିତ ଫେବୃଆରୀ ମାସରେ ଭାରତର ପ୍ରାୟ ୧୪ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରିଛି । ଅଧିକ ପଢନ୍ତୁ

WhatsApp: ଫେବୃଆରୀରେ ୧୪ ଲକ୍ଷ ଭାରତୀୟ ଆକଉଣ୍ଟ ହେଲା ବ୍ୟାନ
WhatsApp: ଫେବୃଆରୀରେ ୧୪ ଲକ୍ଷ ଭାରତୀୟ ଆକଉଣ୍ଟ ହେଲା ବ୍ୟାନ

ନୂଆଦିଲ୍ଲୀ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ । ଚଳିତ ବର୍ଷ ଫେବୃଆରୀ ମାସରେ ଏହା ପ୍ରାୟ ୧ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ କରିଛି । ନୂତନ ଆଇଟି ନିୟମାବଳୀ 2021 ଅନୁଯାୟୀ କିଛି କ୍ଷତିକାରକ ଆକାଉଣ୍ଟକୁ ନିଷିଦ୍ଧ କରିଛି । ତେବେ ଏ ସମ୍ପର୍କରେ ଗତ ଶୁକ୍ରବାର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ ଜାନୁଆରୀ ମାସରେ ହ୍ବାଟସଆପ୍ 18 ଲକ୍ଷ 58 ହଜାର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା ।

କମ୍ପାନୀ କହିଛି ଯେ ଗୋଟିଏ ମାସ ମଧ୍ୟରେ ଏହା ଦେଶରୁ 335ଟି ଅଭିଯୋଗ ଗ୍ରହଣ କରିଛି ଏବଂ ସେଥିମଧ୍ୟରୁ 21 ଟି ଜାନୁଆରୀରେ କାର୍ଯ୍ୟ କରାଯାଇଛି । ଏ ନେଇ କମ୍ପାନୀ କହିଛି ଯେ ଫେବୃଆରୀ ୧ ତାରିଖରୁ ଫେବୃଆରୀ ୨୮ ତାରିଖ ମଧ୍ୟରେ ହ୍ବାଟସଆପ ବ୍ୟବହାରର ଦୁରୂପଯୋଗ କରୁଥିବା ଆକାଉଣ୍ଟକୁ ଖୋଜିବା ପାଇଁ ଏକ ସ୍ବତନ୍ତ୍ର ଫିଚରର ଉପଯୋଗ କରାଯାଇଥିଲା । ଏହା ପରେ ଅନେକ ଦୁରୂପଯୋଗ ଆକାଉଣ୍ଟ ପ୍ରକାଶ ପାଇଥିଲା । ଏହି ଆକାଉଣ୍ଟଗୁଡ଼ିକ ବିବାଦୀୟ କଣ୍ଟେଣ୍ଟକୁ ଅଧିକ ସେୟାର କରୁଥିବା ଦେଖିବାକୁ ମିଳିଥିଲା ।

ହ୍ବାଟସଆପ ନିଜର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟେଡ଼ ମେସେଜିଂ ସେବା ମଧ୍ୟରେ ଦୁରୂପଯୋଗକୁ ରୋକିବାରେ ଏକ ଇଣ୍ଡଷ୍ଟ୍ରି ଲିଡ଼ର ଭାବେ କାର୍ଯ୍ୟ କରେ । ହ୍ବାଟସଆପ ସର୍ବଦା ୟୁଜର୍ସଙ୍କୁ ତଥ୍ୟକୁ ସୁରକ୍ଷା ଯୋଗାଇବାରେ ପ୍ରାଧାନ୍ୟ ଦେଇଆସିଛି । ତେବେ ସୂଚନା ଥାଉ କି ଆଇଟି ନିୟମ ୨୦୨୧ ଅନୁସାରେ ୫୦ ଲକ୍ଷରୁ ଅଧିକ ୟୁଜର୍ସ ଥିବା ବଡ ଡିଜିଟାଲ ମିଡିଆ ପ୍ଲାଟଫର୍ମକୁ ମାସିକ ଭାବରେ ରିପୋର୍ଟ ପ୍ରକାଶିତ କରିଥାଏ ।

@IANS

ABOUT THE AUTHOR

...view details