ହାଇଦ୍ରାବାଦ:ସ୍ମାର୍ଟଫୋନ୍ ବାସ୍ତବରେ ଆମର ଆଧୁନିକ ଜୀବନଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ସାରିଛି । ଏହା ଏକ ସାଧନ ଯାହାକୁ ଆମେ ଆମର ଦୈନନ୍ଦିନ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁ, ସେ ସୂଚନା ହେଉ କିମ୍ବା ଅନଲାଇନ୍ ପେମେଣ୍ଟ୍ ହେଉ । ତଥାପି, ଆପଣ ଜାଣନ୍ତି କି ସ୍ମାର୍ଟଫୋନ୍ ପ୍ରାୟତଃ କ’ଣ ପାଇଁ ବ୍ୟବହୃତ ହୁଏ? ଏନେଇ ଏକ ରିପୋର୍ଟରେ ଖୁଲାସା କରାଯାଇଛି । ସମସ୍ତଙ୍କର ମନରେ ପ୍ରଶ୍ନ ନିଶ୍ଟୟ ଆସୁଥିବ ଯେ, ଭାରତୀୟମାନେ ମୋବାଇଲରେ ଅଧିକ କଣ ସର୍ଚ୍ଚ କରୁଛନ୍ତି। ତେବେ ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ...
ଏହି କାମ ପାଇଁ ମୋବାଇଲ ଅଧିକ ବ୍ୟବହୃତ ହୋଇଥାଏ:ଯଦି ଆମେ ସ୍ମାର୍ଟଫୋନରେ ୟୁଜର୍ସ ଆକ୍ଟିଭିଟି କଥା ଦେଖିବା ତେବେ ଏକ ରିପୋର୍ଟ ଅନୁଯାୟୀ, ସ୍ମାର୍ଟଫୋନ୍ ପ୍ରାୟତଃ ୟୁଟିଲିଟି ବିଲ୍ ପୈଠ ପାଇଁ ବ୍ୟବହୃତ ହୁଏ । ରିପୋର୍ଟ ଅନୁଯାୟୀ, ପ୍ରାୟ 86% ଉପଭୋକ୍ତା ସ୍ମାର୍ଟଫୋନ୍ ବ୍ୟବହାର କରି ୟୁଟିଲିଟି ବିଲ୍ ପୈଠ କରନ୍ତି ।
ସପିଂ ପାଇଁ ଅଧିକ ବ୍ୟବାହାର କରାଯାଉଛି:ଯଦି ଆମେ ଅନଲାଇନ୍ ସପିଂ ବିଷୟରେ କହିବା, ତେବେ ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ 80.8% ଲୋକ ଅନଲାଇନ୍ ସପିଂ ପାଇଁ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି। ଏହା ସହିତ, ପ୍ରାୟ 61.8% ଲୋକ ଜରୁରୀ ଜିନିଷ ଅର୍ଡର କରିବା ପାଇଁ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି। ଅନଲାଇନ୍ ସପିଂ ପାଇଁ 66.2% ଉପଭୋକ୍ତା ସ୍ମାର୍ଟଫୋନ୍ ବ୍ୟବହାର କରିଛନ୍ତି। ଏଥିସହ, ଖାଦ୍ୟ ସାମଗ୍ରୀ ଅର୍ଡର କରିବା ପାଇଁ 73.2% ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି। ଡିଜିଟାଲ୍ କ୍ୟାସ୍ ପେମେଣ୍ଟ ପାଇଁ 58.3% ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି । ଏହି ତଥ୍ୟ ଦର୍ଶାଏ ଯେ ସ୍ମାର୍ଟଫୋନ୍ ବାସ୍ତବରେ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଏବଂ ଲୋକମାନେ ଏହାକୁ ବିଭିନ୍ନ ଅନଲାଇନ୍ କାର୍ଯ୍ୟ ପାଇଁ ବ୍ୟବହାର କରୁଛନ୍ତି।