ଓଡିଶା

odisha

By ETV Bharat Odisha Team

Published : Aug 29, 2023, 10:09 AM IST

ETV Bharat / science-and-technology

International Day Against Nuclear Tests: ସୁରକ୍ଷିତ ବିଶ୍ୱ ପାଇଁ ଆଣବିକ ଅସ୍ତ୍ର ପରୀକ୍ଷା ଉପରେ ନିଷେଧାଦେଶ ଜରୁରୀ

ଆଣବିକ ପରୀକ୍ଷଣ ଜନିତ ବିସ୍ପୋରଣକୁ ରୋକିବା ପାଇଁ ପ୍ରତ୍ୟେକ ବର୍ଷ ଅଗଷ୍ଟ 29 ତାରିଖକୁ ଆନ୍ତର୍ଜାତିକ ଆଣବିକ ପରୀକ୍ଷଣ ବିରୋଧୀ ଦିବସ ଭାବେ ପାଳନ କରାଯାଏ । ଅଧିକ ପଢ଼ନ୍ତୁ

International Day Against Nuclear Tests
International Day Against Nuclear Tests

ହାଇଦ୍ରାବାଦ: ଆଜି ଆନ୍ତର୍ଜାତିକ ଆଣବିକ ପରୀକ୍ଷଣ ବିରୋଧୀ ଦିବସ । ଆଣବିକ ପରୀକ୍ଷଣ ଜନିତ ବିସ୍ପୋରଣକୁ ରୋକିବା ଏବଂ ଏହାର ପ୍ରଭାବ ବିଷୟରେ ସର୍ବସାଧାରଣକୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ଅଗଷ୍ଟ 29 ତାରିଖକୁ ଆନ୍ତର୍ଜାତିକ ଆଣବିକ ପରୀକ୍ଷଣ ବିରୋଧୀ ଦିବସ ଭାବେ ପାଳନ କରାଯାଏ । ଆଣବିକ ମୁକ୍ତ ବିଶ୍ବ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଆନ୍ତର୍ଜାତିକ ଆଣବିକ ପରୀକ୍ଷଣ ବିରୋଧୀ ଦିବସର ଇତିହାସ:

  • 1991 ମସହି ଅଗଷ୍ଟ 29 ତାରିଖରେ କାଜାଖସ୍ତାନ ସରକାର ସ୍ବଦେଶରେ ଥିବା ସେମିପାଲାଟିନସ୍କ୍ ଆଣବିକ ପରୀକ୍ଷା ସ୍ଥଳୀକୁ ବନ୍ଦ କରିଥିଲେ । ବିଶ୍ବର ଅନ୍ୟ ରାଷ୍ଟ୍ରମାନେ ଅନୁରୂପ ପଦକ୍ଷେପ ନେବା ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଥିଲା । ଏହାପରେ 2009 ମସିହାରେ ମିଳିତ ଜାତିସଂଘ ସାଧାରଣ ପରିଷଦର 64ତମ ଅଧିବେଶନରେ ସେମିପାଲାଟିନସ୍କ୍ କେନ୍ଦ୍ରର ବନେଦ ଦିବସକୁ ମନେ ରଖିବା ପାଇଁ ଅଗଷ୍ଟ 29 ତାରିଖକୁ ଆନ୍ତର୍ଜାତିକ ଆଣବିକ ପରୀକ୍ଷଣ ବିରୋଧୀ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା ।
  • ଏକ ସୁରକ୍ଷିତ ବିଶ୍ୱ ପାଇଁ ଆଣବିକ ଅସ୍ତ୍ର ପରୀକ୍ଷା ଉପରେ ନିଷେଧାଦେଶର ଆବଶ୍ୟକତାକୁ ଅବଗତ କରାଇବା ପାଇଁ ଏହି ଦିବସ ଉଦ୍ଦିଷ୍ଟ ।
  • ମିଳିତ ଜାତିସଂଘ, ସଦସ୍ୟ ରାଷ୍ଟ୍ର, ଆନ୍ତ-ସରକାରୀ ତଥା ବେସରକାରୀ ସଂଗଠନ, ଏକାଡେମିକ୍ ଅନୁଷ୍ଠାନ ଏବଂ ଗଣମାଧ୍ୟମ ଅନୁଷ୍ଠାନ ପକ୍ଷରୁ ଏହି ଦିବସ ପାଳନ କରାଯାଇଥାଏ ।

ଦିବସର ମହତ୍ତ୍ବ:

  • ଆନ୍ତର୍ଜାତିକ ଆଣବିକ ପରୀକ୍ଷଣ ବିରୋଧୀ ଦିବସ ପରମାଣୁ ଯୁଦ୍ଧ ଏବଂ ଏହାର ବିପର୍ଯ୍ୟୟ ପରିଣାମକୁ ରୋକିବା ପାଇଁ ଏହି ଦିବସ ପାଳନ କରାଯାଏ ।
  • ବିଶ୍ବବ୍ୟାପୀ ଶାନ୍ତି ଓ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ସହିତ ପରମାଣୁ ଅସ୍ତ୍ର ମୁକ୍ତ ବିଶ୍ବର ଲକ୍ଷ୍ୟ ହାସଲର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରାଯାଉଛି ।
  • ଆଣବିକ ପରୀକ୍ଷଣ ଦ୍ବାରା ମାନବ ସମାଜ ସହିତ ପରିବେଶ ଏବଂ ଜୀବଜଗତର କ୍ଷତି ହୋଇଥାଏ । ଜଳବାୟୁ, ମୃତ୍ତିକା ଏବଂ ଜଳ ମଧ୍ୟ ପ୍ରଦୂଷଣ ହୋଇଥାଏ ।
  • ମହିଳା ଏବଂ ଶିଶୁମାନଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଥାଏ ।

ଆଣବିକ ଅସ୍ତ୍ର ପରୀକ୍ଷଣର ଫଳାଫଳ :

  • ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣର ପରିଣାମ ଉଭୟ ମଣିଷ ଏବଂ ପରିବେଶ ଉପରେ ପଡିଥାଏ । ଏହା ଦ୍ବାରା କର୍କଟ ରୋଗ ସହିତ ଅନେକ ଦୀର୍ଘକାଳୀନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବାର ସମ୍ଭାବନା ରହିଥାଏ।
  • ରେଡିଓଆକ୍ଟିଭ୍ କଣିକା ପରିବେଶକୁ ଦୂଷିତ କରିବା ସହିତ ଉଦ୍ଭିଦ, ପ୍ରାଣୀ ଏବଂ ସାମୁଦ୍ରିକ ଜୀବକୁ କ୍ଷତି ପହଞ୍ଚାଇଥାଏ।

ଏହା ମଧ୍ୟ ପଢନ୍ତୁ: ନାଗାସାକି ବିସ୍ଫୋରଣକୁ ୭୬ବର୍ଷ, ମନେପଡିଲେ ଆଜି ବି ଭୟରେ ଥରି ଉଠେ ଛାତି

ପୂର୍ବରୁ ହୋଇଥିବା ଆଣବିକ ପରୀକ୍ଷା:

  • ଆମେରିକା ସେନା ଦ୍ବାରା 1945 ମସିହା ଜୁଲାଇ 16 ତାରିଖରେ ପ୍ରଥମ ଆଣବିକ ପରୀକ୍ଷା କରାଯାଥିଲା। ଅଗଷ୍ଟ 6 ଏବଂ 9 ତାରିଖରେ ଜାପାନର ହିରୋସୀମା ଏବଂ ନାଗାସାକି ଉପରେ ଆମେରିକା ପରମାଣୁ ବୋମା ନିକ୍ଷେପ କରିଥିଲା। ଏହାପରେ ସୋଭିଏତ ସଂଘ ଏବଂ ଆମେରିକା ମଧ୍ୟରେ ଆଣିବିକ ଅସ୍ତ୍ରଶସ୍ତ୍ର ନିର୍ମାଣର ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ସୋଭିଏତ ସଂଘ ପରୀକ୍ଷଣ କେନ୍ଦ୍ରରେ 1949ରୁ 1989 ମଧ୍ୟରେ 456 ଥର ଆଣବିକ ପରୀକ୍ଷଣ କରିଥିଲା ।
  • ଋଷ ପ୍ରଥମ ଥର 1949 ଅଗଷ୍ଟରେ ଆଣବିକ ପରୀକ୍ଷା କରିଥିଲା । ଏଥିରେ ସମୁଦାୟ 6375 ଆଣବିକ ଅସ୍ତ୍ର ବ୍ୟବହାର ହୋଇଥିଲା ।
  • 1962 ମସିହାର ଅକ୍ଟୋବରରେ ପ୍ରଥମ ଥର ବ୍ରିଟେନ ଆଣବିକ ପରୀକ୍ଷଣ କରିଥିଲା । ଏଥିରେ ସମୁଦାୟ 215ଟି ଆଣବିକ ଅସ୍ତ୍ର ବ୍ୟବହାର କରିଥିଲା ।
  • ସେହିଭଳି ଫ୍ରାନ୍ସ ମଧ୍ୟ 1960 ଫେବୃୟାରୀରେ ପ୍ରଥମ ଆଣବିକ ଟେଷ୍ଟ କରିଥିଲେ ।
  • ସମୁଦାୟ 2056 ଆଣବିକ ପରୀକ୍ଷଣ କରାଯାଇଛି । ଏଥିରେ ଭାରତ, ଆମେରିକା, ଋଷ, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଉତ୍ତର କୋରିଆ ଏବଂ ପାକିସ୍ତାନ ସାମିଲ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details