ଓଡିଶା

odisha

ETV Bharat / science-and-technology

ଭାରତରେ ଲଞ୍ଚ ହେଲା ଜିଓମି 'ରେଡମି ସ୍ମାର୍ଟ ବ୍ୟାଣ୍ଡ', ଜାଣନ୍ତୁ ଫିଚର - Redmi Smart Band by Xiaomi

ଚାଇନାର ଟେକ୍ ଜଏଣ୍ଟ ଜିଆଓମି 1,599 ଟଙ୍କାରେ ଭାରତରେ ଲଞ୍ଚ କଲା 'ରେଡମି ସ୍ମାର୍ଟ ବ୍ୟାଣ୍ଡ' । ଏହା ହକ୍ରମାଗତ ହୃଦସ୍ପନ୍ଦନ ମନିଟରିଂ କରିବ । ଏହା ସହିତ ଏହା ପାଣିପାଗ ଅପଡେଟ, ମ୍ୟୁଜିକ କଣ୍ଟ୍ରୋଲ, ବିଜ୍ଞପ୍ତି ଆଲର୍ଟ ଏବଂ ସିଧାସଳଖ କଲ୍‌କୁ ରେଜେକ୍ଟ କରିବାର କ୍ଷମତା ରଖିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜିଆଓମି  'ରେଡମି ସ୍ମାର୍ଟ ବ୍ୟାଣ୍ଡ'
ଜିଆଓମି 'ରେଡମି ସ୍ମାର୍ଟ ବ୍ୟାଣ୍ଡ'

By

Published : Sep 8, 2020, 11:02 PM IST

Updated : Feb 16, 2021, 7:52 PM IST

ନୂଆଦିଲ୍ଲୀ: ଚାଇନାର ଟେକ୍ ଜଏଣ୍ଟ ଜିଓମି 1,599 ଟଙ୍କାରେ ଭାରତରେ ଲଞ୍ଚ କଲା 'ରେଡମି ସ୍ମାର୍ଟ ବ୍ୟାଣ୍ଡ' । ଏହି ବ୍ୟଣ୍ଡର ବିଶେଷତ୍ବ ହେଉଛି ଏହା ହକ୍ରମାଗତ ହୃଦସ୍ପନ୍ଦନ ମନିଟରିଂ କରିବ । ଏହା ସହିତ ଏହା ପାଣିପାଗ ଅପଡେଟ, ମ୍ୟୁଜିକ କଣ୍ଟ୍ରୋଲ, ବିଜ୍ଞପ୍ତି ଆଲର୍ଟ ଏବଂ ସିଧାସଳଖ କଲ୍‌କୁ ରେଜେକ୍ଟ କରିବାର କ୍ଷମତା ରଖିଛି ।

ଭାରତରେ ଲଞ୍ଚ କଲା ଜିଆଓମି 'ରେଡମି ସ୍ମାର୍ଟ ବ୍ୟାଣ୍ଡ',

ଏହି ସମସ୍ତ କାର୍ଯ୍ୟଗୁଡିକ ଜିଅମି ୱେର ଏବଂ ଜିଅମି ୱେର ଲାଇଟ ଆପ୍ ମାଧ୍ୟମରେ ଉପଲବ୍ଧ ରହିଛି । ଏହା ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ଆପ୍ ଷ୍ଟୋର୍‌ରେ ଉପଲବ୍ଧ । ଏହାର ସମସ୍ତ ବୈଶିଷ୍ଟ୍ୟ ଟ୍ୱିଟ୍ ମାଧ୍ୟମରେ ପ୍ରକାଶ କରାଯାଇଛି ।

ଏହି ଡିଭାଇସ୍ ସେପ୍ଟେମ୍ବର 9 ରୁ mi.com, ଆମାଜନ ଇଣ୍ଡିଆ, ମି ହୋମ ଏବଂ ମି ଷ୍ଟୁଡିଓରେ ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି ।

"ଆଜିର ସମୟରେ, ଫିଟନେସ୍ ଏବଂ ସୁସ୍ଥତାକୁ ପ୍ରାଥମିକତା ଦେବା ଜରୁରୀ ଅଟେ । ରେଡମି ସ୍ମାର୍ଟ ବ୍ୟାଣ୍ଡ ଜଣେ ବ୍ୟକ୍ତିଙ୍କ ସମସ୍ତ ସମ୍ଭାବ୍ୟ ଫିଟନେସ୍ କାର୍ଯ୍ୟକଳାପକୁ ଆଚ୍ଛାଦନ କରି କାର୍ଯ୍ୟକୁ ସକ୍ଷମ କରିବାରେ ଚେଷ୍ଟା କରେ । '' ବୋଲି ଏକ ବିବୃତ୍ତିରେ ଏମଆଇ ଇଣ୍ଡିଆର ମୁଖ୍ୟ ବ୍ୟବସାୟ ଅଧିକାରୀ ରଘୁ ରେଡ୍ଡୀ କହିଛନ୍ତି ।

Last Updated : Feb 16, 2021, 7:52 PM IST

ABOUT THE AUTHOR

...view details