ଓଡିଶା

odisha

ETV Bharat / science-and-technology

Vivo V27 Launch: ଭାରତରେ ଲଞ୍ଚ୍‌ ହେଲା Vivo V27 ସିରିଜ୍ ସ୍ମାର୍ଟଫୋନ୍ - smartphone launch

ଚାଇନାର ଟେକ୍ ଜଏଣ୍ଟ୍ ଭିଭୋ ଏହାର ନୂତନ ଭିଭୋ V27 ସିରିଜ୍ ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ୍ କରିଛି । ଜାଣନ୍ତୁ ଏହି ଫୋନ୍‌ର କଣ ରହିଛି ଫିଚର୍ସ ।

Vivo V27
Vivo V27

By

Published : Mar 2, 2023, 8:24 AM IST

ନୂଆଦିଲ୍ଲୀ: ଭାରତରେ ଲଞ୍ଚ୍ ହେଲା ଭିଭୋ V27 । ଗତକାଲି(ବୁଧବାର) ମଧ୍ୟାହ୍ନରେ ଚାଇନାର ଟେକ୍ ଜଏଣ୍ଟ୍ ଭିଭୋ ଏହାର ନୂତନ ଭିଭୋ V27 ସିରିଜ୍ ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି । କମ୍ପାନୀ ଅନଲାଇନ୍ ଲଞ୍ଚ୍ ଇଭେଣ୍ଟରେ ଏହି ଫୋନ୍‌କୁ ଲଞ୍ଚ୍ କରିଛି । ଏହି ଲଞ୍ଚ୍ କାର୍ଯ୍ୟକ୍ରମ କମ୍ପାନୀର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଟ୍ୱିଟର ସମେତ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ସିଧା ପ୍ରସାରଣ କରାଯାଇଛି ।

ନୂତନ ଭିଭୋ V27 ସିରିଜ୍ ସର୍ବୋତ୍ତମ ଡିଜାଇନ୍, ଇମର୍ସିଭ୍ 120Hz 3D କର୍ଭ୍ଡ ଡିସପ୍ଲେ ଏବଂ ଅଲ୍ଟ୍ରା ସ୍ଲିମ୍ ଡିଜାଇନ୍ ସହିତ ଲଞ୍ଚ୍ ଗୋଇଛି । ଏହି କ୍ରମରେ ବିଶ୍ବସ୍ତରରେ ତିନୋଟି ମଡେଲ୍ ଭିଭୋ V27, ଭିଭୋ V27 ପ୍ରୋ, ଏବଂ ଭିଭୋ V27e ସାମିଲ୍ ରହିଛି । କିନ୍ତୁ ଭାରତରେ ଏହି ବ୍ରାଣ୍ଡ କେବଳ V27 ଏବଂ V27 ପ୍ରୋ ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି । ମୂଲ୍ୟ ଦୃଷ୍ଟିରୁ, V27 ପ୍ରୋ ପ୍ରାରମ୍ଭିକ ମୂଲ୍ୟ 40,000 ଟଙ୍କା ରହି ଥିବାବେଳେ ଭାନିଲା ଭିଭୋ V27 ଭାରତରେ ପ୍ରାୟ 30,000 ଟଙ୍କା ରହିଛି ।


ଏହା ମଧ୍ୟ ପଢନ୍ତୁ:-Nokia New Logo: 60 ବର୍ଷ ମଧ୍ୟରେ ପ୍ରଥମ ଥର ଲୋଗୋ ବଦଳାଇଲା ନୋକିଆ

ଭିଭୋ V27 ସିରିଜ୍:କମ୍ପାନୀ ନିଶ୍ଚିତ କରିଛି ଯେ, ଭିଭୋ V27 ସିରିଜ୍ ସ୍ମାର୍ଟଫୋନ ଗୁଡିକ 120Hz ବ୍ୟାଟେରୀ ସହିତ ଏକ କର୍ଭ୍ଡ AMOLED ଡିସପ୍ଲେ ସହିତ ଆସିଛି । କୁହାଯାଉଛି ଯେ, ଉଭୟ ଭିଭୋ V27 ଏବଂ V27 ପ୍ରୋ HDR10+ ଏବଂ ଫୁଲ୍ HD+ ରିଜୋଲୁସନ ସପୋର୍ଟ କରେ । ପ୍ରୋ ମଡେଲ୍ ମିଡିଆଟେକ୍ ଡାଇମେନସିଟି 8200 ସଞ୍ଚାଳକ(ପ୍ରୋସେସର୍) ଦ୍ୱାରା ଚାଳିତ ହେବ ବୋଲି ଆଶା କରାଯାଉଥିବାବେଳେ V27 ମଡେଲକୁ ଅକ୍ଟା-କୋର ମିଡିଆଟେକ ଡାଇମେନସିଟି 7200 ଚିପସେଟ ସପୋର୍ଟ ରହିଛି ।

ଏହା ମଧ୍ୟ ପଢନ୍ତୁ:-ଛଟେଇରୁ ଯନ୍ତ୍ରପାତି ବି ପଡିଲେନି ବାଦ୍, 100 ରୋବଟକୁ କାମରୁ ବିଦା କଲା ଗୁଗୁଲ୍‌

ଉଭୟ ଭିଭୋ V27 ଏବଂ V27 ପ୍ରୋକୁ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ସହିତ ପ୍ରଦର୍ଶିତ କରାଯାଇଛି, ଯେଉଁଥିରେ 50MP ସୋନି IMX766v ମୁଖ୍ୟ ସେନ୍ସର ଅନ୍ତର୍ଭୁକ୍ତ ରହିଛି । 91,mobiles ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭିଭୋ V27 ସିରିଜ୍ ସେଲଫି ଏବଂ ଭିଡିଓ କଲ୍ ପାଇଁ ଏକ ଅପଡେଟ୍ 50MP ଫ୍ରଣ୍ଟ କ୍ୟାମେରା ରହିଛି । କନେକ୍ଟିଭିଟି ଏବଂ ସୁରକ୍ଷା ବୈଶିଷ୍ଟ୍ୟ(ଫିଚର୍ସ) ଦୃଷ୍ଟିରୁ ଉଭୟ ହ୍ୟାଣ୍ଡସେଟରେ 5G, 4G VoLTE, ୱାଇ-ଫାଇ 6 , ବ୍ଲୁଟୁଥ୍ 5.3 ସପୋର୍ଟ ରହିଛି । ଏହା ସାଙ୍ଗକୁ ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର, ଷ୍ଟେରିଓ ସ୍ପିକର ସପୋର୍ଟ ରହିଛି ।

ABOUT THE AUTHOR

...view details