ହାଇଦ୍ରାବାଦ:ବିନା ସିମ ଏବଂ ଇଣ୍ଟରନେଟରେ ଚାଲିବ ଭିଡିଓ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ସୁଦ୍ଧା ଭବିଷ୍ୟତରେ ଏହା ସତ ହେବାକୁ ଯାଉଛି । ସ୍ମାର୍ଟଫୋନରେ ସିମ୍ କାର୍ଡ ଏବଂ ଓ୍ବାଇଫାଇ ବିନା କଲ, ମେସେଜ ଏବଂ ଭିଡିଓ ଦେଖିବା ସମ୍ଭବ ହେଉନାହିଁ । କିନ୍ତୁ ଭବିଷ୍ୟତରେ ଅର୍ଥାତ ଆଉ କିଛି ଦିନରେ ଏହା ସମ୍ଭବ ହେବାକୁ ଯାଉଛି । ଦେଶରେ ଶୀଘ୍ର ଡାଇରେକ୍ଟ ଟୁ ମୋବାଇଲ ବ୍ରଡକାଷ୍ଟିଂ ଟେକ୍ନୋଲୋଜି ଲଞ୍ଚ ହେବାକୁ ଯାଉଛି । ଏଥିରେ ମୋବାଇଲ୍ ବ୍ୟବହାରକାରୀମାନେ ସିମ୍ କାର୍ଡ କିମ୍ବା ଇଣ୍ଟରନେଟ୍ ସଂଯୋଗ ବିନା ଭିଡିଓ ଷ୍ଟ୍ରିମିଂ କରିବାରେ ସମର୍ଥ ହେବେ । ଉପଭୋକ୍ତାମାନଙ୍କୁ ସ୍ମାର୍ଟଫୋନରେ ଲାଇଭ ଟିଭି ଚ୍ୟାନେଲ ଦେଖିବାକୁ ଅନୁମତି ମିଳିବ । ଏହାର ନାମ ଡାଇରେକ୍ଟ-ଟୁ-ମୋବାଇଲ୍ ଟେକ୍ନୋଲୋଜି (D2M Technology) ରଖାଯାଇଛି । ତେବେ ବିଭିନ୍ନ ସହରରେ ଏହାର ଟ୍ରାଏଲ କରାଯାଉଛି ।
ଡାଇରେକ୍ଟ-ଟୁ-ମୋବାଇଲ୍ ଟେକ୍ନୋଲୋଜି କଣ: ଏହି ଟେକ୍ନୋଲୋଜି କୌଣସି ଆକ୍ଟିଭି ଇଣ୍ଟରନେଟ କନେକ୍ସନର ବିନା ସାହାଯ୍ୟରେ ସ୍ମାର୍ଟଫୋନରେ ମଲ୍ଟିମିଡ଼ିଆ କଣ୍ଟେଣ୍ଚ ଟ୍ରାନ୍ସମିଟ କରିବାରେ ସକ୍ଷମ ହେବ । D2M ବ୍ୟବହାର କରି ନେଟୱର୍କ ବ୍ୟାଣ୍ଡୱିଡଥ ଉପରେ ପ୍ରେସର ନଦେଇ ଉପଭୋକ୍ତାମାନଙ୍କ ମୋବାଇଲ୍ ଫୋନକୁ ସିଧାସଳଖ ପ୍ରଦାନ କରାଯାଇ ପାରିବ । ଏମରଜେନ୍ସି ଆଲର୍ଟ ଏବଂ ଡିଜାଷ୍ଟର ମ୍ୟାନେଜମେଣ୍ଟର ସାହାଯ୍ୟ କରିବା ପାଇଁ ଏହା ବ୍ୟବହୃତ ହୋଇଛି ।