ହାଇଦ୍ରାବାଦ: ହ୍ବାଟ୍ସଆପ୍ ୟୁଜର୍ସଙ୍କ ପାଇଁ ମେଟା ଏକ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି । ଖୁବଶୀଘ୍ର ହ୍ବାଟ୍ସଆପ୍ ବିଜନେସ ଆପରେ ୟୁଜର୍ସଙ୍କୁ ମିଳିବ ଭେରିଫାଇଡ ଟିକ୍ । ହ୍ବାଟ୍ସଆପ୍ ବିଜନେସ ୟୁଜର୍ସଙ୍କ ଆଇଡି ଭେରିଫାଇଡ ହେବା ସହିତ ମିଳିବ ବ୍ୟାଜ । ମେଟା ପୂର୍ବରୁ ଏହି ଫିଚରକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ରୋଲଆଉଟ କରିସାରିଛି । ଏହାରି ଭିତରେ କମ୍ପାନୀ ହ୍ବାଟ୍ସଆପରେ ମଧ୍ୟ ଭେରିଫିକେସନ ସୁବିଧା ଆରମ୍ଭ କରିବାକୁ ଯାଉଛି ।
ହ୍ବାଟ୍ସଆପ ବିଜନେସ ଆପରେ ଆସିବ ଭେରିଫାଇଡ ବ୍ୟାଜ୍: ହ୍ବାଟ୍ସଆପ୍ ବିଜନେସ ଆପରେ ବ୍ଲୁ ଟିକ୍ ଆସିବା ନେଇ ହ୍ବାଟ୍ସଆପରେ ନଜର ରଖୁଥିବା ଓ୍ବେବସାଇଟ WABetaInfo ପକ୍ଷରୁ ସୂଚନା ଦିଆଯାଇଛି । ଏହା କିପରି ହେବ ସେନେଇ ଏକ ଫଟୋ ମଧ୍ୟ ସେୟାର କରାଯାଇଛି । ତେବେ ହ୍ବାଟ୍ସଆପ୍ ସେଟିଙ୍ଗରେ ଏହି ଅପ୍ସନ ମିଳିବା ନେଇ ସୂଚନା ଦିଆଯାଇଛି । ଯଦି ଜଣେ ୟୁଜର୍ସ ଆକାଉଣ୍ଟକୁ ଫେରିଭାଇଡ କରିବାକୁ ଚାହିଁବେ ତାହେଲେ ଭେରିଫିକେସନ ପାଇଁ ଦେୟ ଦେବାକୁ ହେବ । ଏହାର ଅର୍ଥ ଏକ୍ସରେ ଯେଉଁଭଳି ଭେରିଫାଇଡ ଆକାଉଣ୍ଟ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ହୁଏ, ସେହିଭଳି ହ୍ବାଟ୍ସଆପ୍ ଭେରିଫାଇଡ ପାଇଁ ମଧ୍ୟ ଦେୟ ଦେବାକୁ ହେବ ।
ତେବେ ଭେରିଫିକେସନ ବ୍ୟାଜ ପାଇଁ କେତେ ଟଙ୍କା ଦେବାକୁ ହେବ ସେନେଇ କୌଣସି ଦେୟ ଧାର୍ଯ୍ୟ କରାଯାଇ ନାହିଁ । ଯଦି ହ୍ବାଟ୍ସଆପ ଆକାଉଣ୍ଟକୁ ଭେରିଫାଇଡ କରିବାକୁ ଚାହିଁବେ, ତାହା କେବଳ ବିଜନେସ ଆପରେ ହିଁ ସମ୍ଭବ ହେବ । ବିଜନେସରେ ଆକାଉଣ୍ଟ ଭେରିଫାଇଡ ବ୍ୟାଜ ଆଣିବା ସମ୍ପୂର୍ଣ୍ଣ ଭାବେ ୟୁଜର୍ସଙ୍କ ସହମତି ଉପରେ ନିର୍ଭର କରିଥାଏ ।