ୱାଶିଂଟନ୍: ପ୍ରଥମ ଓମିକ୍ରନ୍ ସବଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଥିବା ବ୍ୟକ୍ତି, ଯେଉଁମାନଙ୍କର ଟୀକାକରଣ ସରିଛି ସେମାନେ COVID-19 ରେ ଆଦୌ ସଂକ୍ରମିତ ହୋଇନଥିବା ବ୍ୟକ୍ତିଙ୍କ ଅପେକ୍ଷା ଚାରି ଗୁଣ ଅଧିକ ସୁରକ୍ଷିତ । ଏନେଇ ନ୍ୟୁ ଇଂଲଣ୍ଡ ମେଡିସିନ ପତ୍ରିକାରେ(New England Journal of Medicine) ଏକ ତଥ୍ୟ ପ୍ରକାଶ ପାଇଛି । ଟୀକାକରଣ ହୋଇଥିବା ଲୋକଙ୍କର ସବଭାରିଆଣ୍ଟ BA.5 ସଂକ୍ରମିତ ହେବାର ସମ୍ଭାବନା ଅଛି କି ନାହିଁ ସେ ଉପରେ ବିଶ୍ଳେଷଣ କରାଯାଇଥିବା ଅଧ୍ୟୟନରୁ ଏହି ତଥ୍ୟ ମିଳିଛି ।
ପର୍ତ୍ତୁଗାଲର ଅନୁସନ୍ଧାନକାରୀମାନେ ପୂର୍ବ ପ୍ରକାରର ସଂକ୍ରମଣ ଦ୍ବାରା ଦିଆଯାଇଥିବା ସଂରକ୍ଷଣର ଡିଗ୍ରୀ ଆକଳନ କରିଥିଲେ ଏବଂ ବିଶ୍ବର ପ୍ରକୃତ ତଥ୍ୟ ବ୍ୟବହାର କରିଥିଲେ । ଲିସବୋନ୍ ବିଶ୍ବବିଦ୍ୟାଳୟର ପ୍ରଫେସର ଲୁଇସ୍ ଗ୍ରେସ କହିଛନ୍ତି ଯେ, ଟୀକାକୃତ ବ୍ୟକ୍ତି ଯେଉଁମାନେ ଓମିକ୍ରନ୍ ସବଭାରିଆଣ୍ଟସ୍ BA.1 ଏବଂ BA.2 ଦ୍ବାରା ସଂକ୍ରମିତ ହୋଇଥିଲେ, ସେମାନଙ୍କର ଯେଉଁମାନେ ଆଦୌ କୋଭିଡରେ ସଂକ୍ରମିତ ହୋଇନଥିବେ ସେମାନଙ୍କ ଠାରୁ ସବଭାରିଆଣ୍ଟ BA.5 ଦ୍ବାରା ସଂକ୍ରମଣ ଆଶଙ୍କା କମ୍ ଥାଏ ।