ନ୍ୟୁୟର୍କ: ଆମେରିକାର ବର୍ମିଂହାମ ସ୍ଥିତ ଆଲାବାମା ବିଶ୍ବବିଦ୍ୟାଳୟର ଗବେଷକମମାନେ ସଫଳତାର ସହ ଘୁଷୁରି କିଡ଼ନୀକୁ ମସ୍ତିଷ୍କ-ମୃତ ବା ବ୍ରେନ ଡେଡ୍ ମଣିଷର ଶରୀରରେ ପ୍ରତିରୋପଣ କରିଛନ୍ତି । ଏହି କିଡ଼ନୀ ଭଲ ଭାବେ କାମ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ମଣିଷ ଶରୀରରେ ପଶୁର ଅଙ୍ଗ ଲାଗିବା ପ୍ରଥମ ନୁହେଁ । ଗତ ବର୍ଷ ସେପ୍ଟେମ୍ବର ଓ ଅକ୍ଟୋବରରେ ମଧ୍ୟ ନ୍ୟୁୟର୍କ ଏପରି ପ୍ରତିରୋପଣ ହୋଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ବାସ୍ତବରେ କଣ ଏକ ଘୁଷୁରୀ କିଡ଼ନୀ ମଣିଷ ଶରୀରର ଆଭ୍ୟନ୍ତରୀଣ ଅଙ୍ଗର କାର୍ଯ୍ୟ କରିପାରିବ ? ଏ ସମ୍ପର୍କରେ ଆସନ୍ତୁ ବିସ୍ତୃତରେ ଜାଣିବା ।
ଏଥିଲାଗି ପ୍ରଥମେ ଏକ ପ୍ରିକ୍ଲିନିକାଲ ଟେଷ୍ଟ କରାଯାଏ । ଏଥିଲାଗି ପ୍ରଥମେ ଜଣେ ବ୍ରେନ ଡେଡ ରୋଗୀଙ୍କ ଶରୀରରେ ଏହି କିଡ଼ନୀକୁ ଲଗାଯାଇଥିଲା । ଏହାପରେ କିଡନୀ ଭଲ ଭାବେ କାର୍ଯ୍ୟ କରିଥିଲା । ପରୀକ୍ଷଣ ସମୟରେ ଦାତା ଘୁଷୁରୀରେ 10ଟି ଜିନ୍ ପରିବର୍ତ୍ତନ କରାଯାଇଥିଲା । ୪ଟି ଘୁଷୁରୀ ଡିସଆବେଲ ଜିନ୍ ଯାହାକୁ ନକ୍ଆଉଟ୍(knockout) ମଧ୍ୟ କୁହାଯାଏ । ଛଅଟି ହେଉଛି ମଣିଷ ଜିନ୍ ଯାହା ଘୁଷୁରି ଶରୀରରେ ଲଗାଯାଇଛି, ଯାହାକୁ ନକ୍-ଇନ୍ ମଧ୍ୟ କୁହାଯାଏ । ପ୍ରତ୍ୟାଖ୍ୟାନ(Rejection)କୁ ରୋକିବା ପାଇଁ ଏହି ଜିନ୍କୁ ମଣିଷ ଶରୀରରେ ଲଗାଯାଏ ।