ହାଇଦ୍ରାବାଦ:ଦିନକୁ ଦିନ କାର୍ଯ୍ୟଭାର ବୃଦ୍ଧି ଯୋଗୁଁ ସମସ୍ତେ ଭଲ ବ୍ୟାଟେରୀ ବ୍ୟାକଅପ୍ ଫୋନ କିଣିବା ପାଇଁ ପସନ୍ଦ କରିଥାଆନ୍ତି । ପ୍ରତିଦିନ ନୂଆନୂଆ ଫିଚର ସହ ସ୍ମାର୍ଟଫୋନ୍ ଲଞ୍ଚ ହେଉଥିବା ବେଳେ ଚୀନ କମ୍ପାନୀ ୟୁନିହର୍ଜ୍ ନିକଟରେ ଏକ ନୂଆ ଦମଦାର ସ୍ମାର୍ଟଫୋନ ଲଞ୍ଚ କରିଛି । ଏହି ଫୋନର ବ୍ୟବହାର ଦ୍ବାରା ୟୁଜର୍ସଙ୍କୁ ଆଉ ଚାର୍ଜିଂ ସମସ୍ୟା ରହିବ ନାହିଁ । ଥରେ ଚାର୍ଜ କଲେ 1800 ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଫୋନ୍ । ତେବେ ଏହି ଫୋନ୍ ଲଞ୍ଚ ହେବା ପରେ କେତେକ ଏହାକୁ ପାଓ୍ବାରବ୍ୟାଙ୍କର ଅନୁରୂପ ମଧ୍ୟ କହିଛନ୍ତି । ୟୁନିହର୍ଜ୍ର ରଗଡ ଫୋନ 5ଜି କନେକ୍ଟିଭିଟିକୁ ସପୋର୍ଟ କରୁଥିବା ବେଳେ ଏଥିରେ 200MPର ପାଓ୍ବାରଫୁଲ୍ କ୍ୟାମେରା ମଧ୍ୟ ରହିଛି । ୟୁନିହର୍ଜ୍ ଲଞ୍ଚ୍ କରିଛି ଟ୍ୟାଙ୍କ 3 ରଗଡ ସ୍ମାର୍ଟଫୋନ ।
Unihertz Tank 3ର ସ୍ପେସଫିକେସନ: ୟୁନିହର୍ଜ୍ ଟ୍ୟାଙ୍କ 3 ରଗଡ ସ୍ମାର୍ଟଫୋନରେ 16GB ରାମ୍ ଏବଂ 512GBର ଷ୍ଟୋରେଜ୍ ରହିଛି । ଏହି ସ୍ମାର୍ଟଫୋନ୍ରେ ମିଡିଆଟେକ୍ ଟାଇମେସିଟି 8200 ଚିପ୍ସେଟ୍ ରହିଥିବା ବେଳେ ଆଣ୍ଡ୍ରଏଡ୍ 13OSରେ କାର୍ଯ୍ୟ କରୁଛି । ଅନ୍ୟପଟେ ଏହି ଫୋନ୍ରେ 6.79 ଇଞ୍ଚ୍ର ଡିସ୍ ପ୍ଲେ' ରହିଛି । ଯେଉଁଥିରେ 120HZ ରିଫ୍ରେସ୍ ରେଟ୍ ଏବଂ 2460x1080 ପିକ୍ସଲର ରିଜୋଲ୍ୟୁସନ ପାଓ୍ବାର ରହିଛି ।
ଏହା ମଧ୍ୟ ପଢନ୍ତୁ: ବିବାହରେ ଭଲ ଫଟୋଗ୍ରାଫି ଚାହୁଁଛନ୍ତି କି, ଲଞ୍ଚ ହେଲା ଭିଭୋର ୱେଡିଂ ପୋଟ୍ରେଟ ଫୋନ