ଓଡିଶା

odisha

ETV Bharat / science-and-technology

ଇନ୍‌ଷ୍ଟାଗ୍ରାମରେ ଆସିବ ଦୁଇଟି ନୂଆ ଫିଚର, ଏହି ଉପଭୋକ୍ତା ଅଧିକ ଉପକୃତ ହେବେ

ଇନଷ୍ଟାଗ୍ରାମରେ ଆସିବାକୁ ଯାଉଛି ଦୁଇଟି ଫିଚର। ଏଣିକି ୟୁଜର୍ସ କେଉଁ ପ୍ରକାର କଣ୍ଟେଣ୍ଟ ଦେଖିବାକୁ ଚାହୁଁଛନ୍ତି ତାହା ବାଛି ପାରିବେ। ଅଧିକ ପଢନ୍ତୁ

Instagram New Features
Instagram New Features

By

Published : Jun 1, 2023, 4:31 PM IST

ହାଇଦ୍ରାବାଦ:ମେଟା ନିଜର ସମସ୍ତ ଆପ୍‌ର ୟୁଜର୍ସଙ୍କୁ ପାଇଁ ନୂଆନୂଆ ଫିଚର ଦେବାକୁ ପ୍ରତିବଦ୍ଧ । ଫେସବୁକ୍, ଇନଷ୍ଟାଗ୍ରାମ କିମ୍ବା ହ୍ବାଟ୍ସଆପ୍ ହେଉ ଗତ କିଛି ଦିନ ମେଟା ୟୁଜର୍ସଙ୍କ ପାଇଁ ନୂଆନୂଆ ଫିଚର ଆଣିଛି । ଏହାରି ଭିତରେ ଇନ୍‌ଷ୍ଟାଗ୍ରାମ ୟୁଜର୍ସଙ୍କ ପାଇଁ ଆଉ ଦୁଇଟି ନୂଆ ଫିଚର ଆଣିବାକୁ ଯାଉଛି । ଏହାରି ଭିତରୁ ଗୋଟିଏ ଫିଚର କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ଉପଯୋଗୀ ହେବ ବୋଲି ଜଣାପଡିଛି । ଏହାଦ୍ବାରା ସେମାନେ ଜାଣିପାରିବେ ଯେ, ରିଲ୍‌ କିମ୍ବା ଆକାଉଣ୍ଟ୍‌ରେ କାହିଁକି ଅଧିକା ୟୁଜର୍ସ ପହଞ୍ଚିପାରୁ ନାହାନ୍ତି କିମ୍ବା ଫଲୋ, ଲାଇକ୍‌ କରୁନାହାନ୍ତି ।

ଏହି ଦୁଇ ଫିଚର ମିଳିବ: ଇନ୍‌ଷ୍ଟାଗ୍ରାମ ପକ୍ଷରୁ ଦୁଇଟି ଫିଚର ଆସିବାକୁ ଯାଉଛି । ପ୍ରଥମ ଫିଚର୍‌ରେ ୟୁଜର୍ସମାନେ କେଉଁ ପ୍ରକାର କଣ୍ଟେଣ୍ଟ୍‌ ବା ପୋଷ୍ଟ ଦେଖିବାକୁ ଚାହୁଁଛନ୍ତି, ତାହା ସ୍ଥିର କରି ପାରିବେ । ଏଥିପାଇଁ ସେମାନଙ୍କୁ Intrested' ନାମରେ ଏକ ଏକ ଅପ୍ସନ ମିଳିବ । ଯେତେବେଳେ ଜଣେ ୟୁଜର ଇନଷ୍ଟାଗ୍ରାମରେ ଏକ ଭିଡିଓ ବା ପୋଷ୍ଟ ଦେଖିବେ ସେତେବେଳେ ତାଙ୍କୁ ଏଭଳି ପୋଷ୍ଟ ଭବିଷ୍ୟତରେ ଦେଖିବାକୁ ଚାହାନ୍ତି ନା ନାହିଁ ସ୍ଥିର କରିପାରିବେ। ଇଣ୍ଟ୍ରେଷ୍ଟେଡ ଅପ୍ସନକୁ କ୍ଲିକ୍‌ କରିବା ଦ୍ବାରା ସେହି ରିଲେଟେଡ ପୋଷ୍ଟ୍‌ ଆସିବ । କହି ରଖୁଛୁ କି, ଆଗରୁ 'Non intrested'ର ସୁବିଧା ଇନ୍‌ଷ୍ଟାଗ୍ରାମ ପକ୍ଷରୁ ଦିଆଯାଇଛି ।

ଦ୍ୱିତୀୟ ଫିଚର ହେଉଛି, ଶୀଘ୍ର କଣ୍ଟେଣ୍ଟ କ୍ରିଏଟର ବା ସୃଷ୍ଟିକର୍ତ୍ତାମାନେ ଏକ ଟୁଲ୍‌ ପାଇବେ । ପୋଷ୍ଟରେ କିମ୍ବା ଆକାଉଣ୍ଟ୍କୁ‌ କାହିଁକି ଅଧିକ ଲୋକ ଭ୍ୟୁ, ଲାଇକ, ଫଲୋ କରୁନାହାନ୍ତି ତାହା ଜଣାପଡିବ । ଏହି ଫିଚର ବିଷୟରେ ଇନ୍‌ଷ୍ଟାଗ୍ରାମ ମୁଖ୍ୟ Adam Mosseri ଏକ ବ୍ଲଗ୍ ପୋଷ୍ଟରେ ସେୟାର କରିଛନ୍ତି । ଏହା ସହିତ ପ୍ଲାଟ୍‌ଫର୍ମରେ ର଼୍ୟାଙ୍କିଂ କିପରି କାମ କରେ ସେ ପୋଷ୍ଟରେ ମଧ୍ୟ କହିଛନ୍ତି । କିନ୍ତୁ କହିରଖୁଛୁ କି, କେବେ ଏହି ଫିଚର ରୋଲଆଉଟ ହେବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ ।

ଟଙ୍କା ଦେଇ ପାଇପାରିବେ ବ୍ଲୁଟିକ:ଟ୍ୱିଟରକୁ ଦେଖି ମେଟା ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ ପେଡ୍ ବ୍ଲୁ ଟିକ୍ ସିଷ୍ଟମ କରିଛି । କିନ୍ତୁ ଏହା ଭାରତରେ କାର୍ଯ୍ୟକାରୀ ହୋଇପାରି ନାହିଁ । ବ୍ଲୁ ଟିକ୍ ପାଇଁ ଲୋକଙ୍କୁ ୱେବ୍‌ରେ 1,099 ଟଙ୍କା ଏବଂ IOS ଏବଂ ଆଣ୍ଡ୍ରଏଡ୍‌ରେ 1,450 ଟଙ୍କା କମ୍ପାନୀକୁ ପ୍ରତି ମାସରେ ଦେବାକୁ ପଡିବ। ଏହା ବ୍ୟତୀତ ଉପଭୋକ୍ତାମାନଙ୍କୁ ଏକ ସରକାରୀ ID ମଧ୍ୟ ଦେବାକୁ ପଡିବ, ଏହାପରେ ସେମାନଙ୍କ ଆକାଉଣ୍ଟ ଭେରିଫାଇଡ ହେବ । କେବଳ 18 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ହିଁ ବ୍ଲୁଟିକର ଫାଇଦା ଉଠାଇପାରିବେ ।

ଏହା ମଧ୍ୟ ପଢନ୍ତୁ: Twitter Like App: ଟ୍ବିଟରକୁ ଟକ୍କର ଦେବ ମେଟା, ଜୁନ ଭିତରେ ଆଣିବ ବିକଳ୍ପ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details