ଓଡିଶା

odisha

ମସ୍କଙ୍କ ଘୋଷଣା, ସ୍ମାର୍ଟ ଟିଭି ପାଇଁ ଆସୁଛି ଟ୍ୱିଟର ଭିଡିଓ ଆପ

By

Published : Jun 18, 2023, 9:34 AM IST

Updated : Jun 18, 2023, 9:48 AM IST

ଖୁବଶୀଘ୍ର ସ୍ମାର୍ଟ ଟିଭି ପାଇଁ ଲଞ୍ଚ ହେବ ଟ୍ବିଟର ଭିଡିଓ ଆପ । ଟ୍ବିଟର ବ୍ୟବହାରକାରୀଙ୍କ ଟ୍ବିଟର ଏପରି ଉତ୍ତର ରଖିଲେ ମସ୍କ । ଅଧିକ ପଢନ୍ତୁ

Twitter video app for Smart TVs is coming
Twitter video app for Smart TVs is coming

ନୂଆଦିଲ୍ଲୀ:ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରରେ ପରିବର୍ତ୍ତନ ଜାରି ରଖିଛନ୍ତି ଏଲନ ମସ୍କ । ଖୁବଶୀଘ୍ର ସ୍ମାର୍ଟ ଟିଭି ପାଇଁ ଟ୍ବିଟର ଭିଡିଓ ଆପ ଲଞ୍ଚ ହେବା ନେଇ ଘୋଷଣା କରିଛନ୍ତି ମସ୍କ । ଜଣେ ଟ୍ବିଟର ବ୍ୟବହାରକାରୀ ଭିଡିଓ ଆପ ଆବଶ୍ୟକ ବୋଲି ଟ୍ବିଟ କରିଥିବା ବେଳେ ଏହାର ଏପରି ଜବାବ ଦେଇଛନ୍ତି ମସ୍କ ।

Twitter video app for Smart TVs is coming

ଏସଏମ ରୋବିନସନ ନାମକ ଜଣେ ଟ୍ବିଟର ବ୍ୟବହାରକାରୀ କହିଥିଲେ ୟେ, ସ୍ମାର୍ଟ ଟିଭି ପାଇଁ ଆମକୁ ଟ୍ୱିଟର ଭିଡିଓ ଆପ ଆବଶ୍ୟକ । ମୁଁ ଟ୍ୱିଟରରେ ଏକ ଘଣ୍ଟା ଭିଡିଓ ଦେଖୁ ନାହିଁ । ଏହାର ଉତ୍ତରରେ ଖୁବଶୀଘ୍ର ଟ୍ବିଟର ଭିଡିଓ ଆପ ଆସିବା ନେଇ ଉତ୍ତର ଦେଇଛନ୍ତି ମସ୍କ ।

ଏହାପରେ ବ୍ୟବହାରକାରୀ ଜଣଙ୍କ ଟ୍ବିଟ କରି କହିଛନ୍ତି ଯେ, ମୁଁ ଏହାକୁ ପ୍ରଶଂସା କରୁଛି । ମୁଁ ୟୁଟ୍ୟୁବ ସବସ୍କ୍ରିପସନ୍ ବାତିଲ କରି ଟ୍ବିଟର ଭିଡିଓ ଆପ ବ୍ୟବହାର କରିବି । ଏହାପରେ ଆଉ କେବେ ଦେଖିବି ନାହିଁ ।’’ ତେବେ ଟ୍ବିଟରର ମାଲିକ ହେବା ପରେ ପ୍ରତିଦିନ ଏଥିରେ କିଛିନା କିଛି ପରିବର୍ତ୍ତନ ଆଣୁଛନ୍ତି ମସ୍କ । ନିକଟରେ ଟ୍ବିଟରରେ ବିଜ୍ଞାପନ କ୍ରିଏଟରଙ୍କୁ ଟଙ୍କା ମିଳିବା ନେଇ ଘୋଷଣା କରିଥିଲେ ମସ୍କ । ପ୍ରଥମ ପର୍ଯ୍ୟାୟରେ 5 ମିଲିୟନ୍ ଡଲାର୍ ପ୍ରଦାନ କରାଯିବ । ଏଥିପାଇଁ ଏକ ସର୍ତ୍ତ ମଧ୍ୟ ରହିଥିବା କହିଥିଲେ ମସ୍କ । ସେହିପରି ଭେରିଫାଇଟ ଆକାଉଣ୍ଟରେ ବିଜ୍ଞାପନ ଚଲେଇଲେ ୟୁଜର୍ସଙ୍କୁ ମଧ୍ୟ ଟଙ୍କା ଦିଆଯିବ । କେବଳ ଭେରିଫାଇଡ ୟୁଜର୍ସ ହିଁ ବିଜ୍ଞାପନ ଦେଖି ପାରିବେ ବୋଲି ଏଲନ ମସ୍କ ଟ୍ବିଟ କରି କହିଥିଲେ।

ଟ୍ୱିଟର କିଣିବା ପରେ ଟେସଲା ଏବଂ ସ୍ପେସ୍ ଏକ୍ସର ମାଲିକ ଏଲନ୍ ମସ୍କ ଏହାର ସିଇଓ ଭାବରେ ଦାୟିତ୍ବ ତୁଲାଇଥିଲେ । ଗତ ଜୁନ 5 ତାରିଖରେ ନୂଆ ଟ୍ବିଟର ସିଇଓ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଲିଣ୍ଡା ୟାକାରିନୋ । ଟେସଲା ଏବଂ ସ୍ପେସ୍ ଏକ୍ସ ଉପରେ ଅଧିକ ଧ୍ୟାନ ଦେବା ପାଇଁ ସିଇଓ ପଦ ଛାଡିଥିବା କହିଥିଲେ ମସ୍କ।

ଗତ ଏପ୍ରିଲ 4 ମାସରେ ଟ୍ବିଟର ଲଗୋ ପରିବର୍ତ୍ତନ କରିଦେଇଥିଲେ ମସ୍କ । ଚଢେଇ ସ୍ଥାନରେ କୁକୁର ଫଟୋ ଲଗାଇଥିଲେ । ଏନେଇ ସମାଲୋଚିତ ହେବା ପରେ ମସ୍କ ପୁଣି ଚଢେଇକୁ ଲୋଗୋରେ ସ୍ଥାନିତ କରିଥିଲେ । 2022 ଅକ୍ଟୋବରରେ 44 ବିଲିୟନ ଡଲାର ବ୍ୟୟରେ ଟ୍ବିଟରକୁ ନିଜ ଅଧୀନକୁ ନେଇଥିଲେ ମସ୍କ । ଏହା ପର ଠାରୁ ସେ ପ୍ଲାଟଫର୍ମରେ ବ୍ୟାପକ ପରିବର୍ତ୍ତନ ଜାରି ରଖିଛନ୍ତି । ଆଗକୁ ଏହି ଲୋକପ୍ରିୟ ମାଇକ୍ରୋବ୍ଲଗିଂ ଆପ୍‌ରେ କଣ କଣ ପରିବର୍ତ୍ତନ ହେଉଛି ତାଉପରେ ସମସ୍ତଙ୍କ ନଜର ।

Last Updated : Jun 18, 2023, 9:48 AM IST

ABOUT THE AUTHOR

...view details