ହାଇଦ୍ରାବାଦ:ଆରବପତି ତଥା ପୂର୍ବତନ ଟ୍ୱିଟର ସିଇଓ ଏଲନ୍ ମସ୍କ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି କଣ୍ଟେଣ୍ଟ କ୍ରିଏଟର ବା ସୃଷ୍ଟିକର୍ତ୍ତାଙ୍କୁ ମିଳିବ ପଇସା । ଗତ କିଛି ସପ୍ତାହ ମଧ୍ୟରେ ବିଜ୍ଞାପନ କ୍ରିଏଟରଙ୍କୁ ଟଙ୍କା ଦିଆଯିବା ନେଇ ଆଜି(ଶନିବାର) ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ଏଲନ ମସ୍କ ।
ଏଲନ ମସ୍କ ଟ୍ବିଟ କରି କହିଛନ୍ତି, " କିଛି ସପ୍ତାହ ମଧ୍ୟରେ, ଟ୍ୱିଟର ସେମାନଙ୍କ ପ୍ରତିକ୍ରିୟାରେ ସ୍ଥାନିତ ବିଜ୍ଞାପନ ପାଇଁ ସୃଷ୍ଟିକର୍ତ୍ତାଙ୍କୁ ଦେୟ ଦେବା ଆରମ୍ଭ କରିବ । ପ୍ରଥମ ପର୍ଯ୍ୟାୟରେ 5 ମିଲିୟନ୍ ଡଲାର୍ ପ୍ରଦାନ କରାଯିବ ।" ତେବେ ମସ୍କ ଏଥିପାଇଁ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି । ଏହାସହ ସେ ଆହୁରି କହିଛନ୍ତି କି, ‘‘ଭେରିଫାଇଡ ୟୁଜର୍ସଙ୍କୁ ମଧ୍ୟ ଦେୟ ଦିଆଯିବ । ଯେତେବେଳେ ସେମାନେ ଭେରିଫାଇଟ ଆକାଉଣ୍ଟରେ ବିଜ୍ଞାପନ ଚଲେଇବେ ତାହାଲେ ସେମାନଙ୍କୁ ମଧ୍ୟ ଟଙ୍କା ଦିଆଯିବ ।" ଏହାସହ କେବଳ ଭେରିଫାଇଡ ୟୁଜର୍ସ ହିଁ ବିଜ୍ଞାପନ ଦେଖି ପାରିବେ ବୋଲି ଏଲନ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: Twitter New CEO: ନୂଆ ଟ୍ବିଟର ସିଇଓ ଭାବେ ଦାୟିତ୍ବ ନେଲେ ଲିଣ୍ଡା
ପ୍ରକାଶଥାଉକି, ଏଲନ୍ ମସ୍କଙ୍କ ଦ୍ବାରା ନିଆଯାଇଥିବା ଏହି ପଦକ୍ଷେପ ଟ୍ୱିଟରର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଲିଣ୍ଡା ୟାକାରିନୋଙ୍କ ନିଯୁକ୍ତି ପରେ ଆସିଛି । ବିଜ୍ଞାପନ ବିଷୟରେ ଲିଣ୍ଡାଙ୍କ ଗଭୀର ଜ୍ଞାନ ଏବଂ ଅଭିଜ୍ଞତା ରହିଛି । ନିକଟରେ ମସ୍କ ଟ୍ୱିଟରର ନୂତନ ସିଇଓ ଭାବରେ ଲଣ୍ଡାଙ୍କୁ ଘୋଷଣା କରିଥିଲେ । ସେ ଟ୍ୱିଟ୍ କରି କହିଥିଲେ, ଯେ ଟ୍ୱିଟର ନୂତନ ସିଇଓ ଭାବରେ ଲିଣ୍ଡା ୟାକାରିନୋଙ୍କୁ ସ୍ୱାଗତ କରିବାକୁ ମୁଁ ଉତ୍ସାହିତ ଅଛି । ଲିଣ୍ଡା ମୁଖ୍ୟତଃ ବିଜନେସ ଅପରେସନର ଦାୟିତ୍ବ ନେବେ । ଅନ୍ୟପଟେ ପ୍ରଡକ୍ଟ ଡିଜାଇନ ଏବଂ ନୂଆ ଟେକ୍ନୋଲୋଜି ଉପରେ ମୁଁ ଧ୍ୟାନ ଦେବି । ମୁଁ ଟ୍ବିଟରର ନୂଆ ସିଇଓ ଲିଣ୍ଡା ୟାକାରିନୋଙ୍କ ନାମ ଘୋଷଣା କରି ଉତ୍ସାହିତ । ଏହି ପ୍ଲାଟଫର୍ମକୁ ଆହୁରି ଶୀର୍ଷରେ ପହଞ୍ଚାଇବା ପାଇଁ ଆପଣଙ୍କ ସହ କାମ କରିବା ପାଇଁ ମୁଁ ଆଗ୍ରହୀ ।"
କହିରଖୁଛୁ କି, ମସ୍କ ଗତ ବର୍ଷ ଅକ୍ଟୋବର ମାସରେ 44 ବିଲିୟନ ଡଲାରରେ ଟ୍ୱିଟର କିଣିଥିଲେ । ଏହା ପରେ ସେ ସିଇଓ ପରାଗ ଅଗ୍ରୱାଲଙ୍କୁ ବାହାର କରି କମ୍ପାନୀ ପାଇଁ ଏକ ନୂତନ ସିଇଓ ଖୋଜିବାରେ ବ୍ୟସ୍ତ ଥିଲେ । ତେବେ ଲିଣ୍ଡା ୟାକାରିନୋ ୨୦୧୧ ମସିହାରୁ ଏନବିସିରେ କାର୍ଯ୍ୟରତ ଥିଲେ । ସେ ବିଜ୍ଞାପନ ଏବଂ ପାର୍ଟନରସିପ ଚେୟାରମ୍ୟାନ ଭାବେ ଦାୟିତ୍ବ ତୁଲାଉଥିଲେ । । ଲିଣ୍ଡା ଟର୍ନରରେ 19 ବର୍ଷ କାମ କରିଛନ୍ତି । ସେଠାରେ ସେ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ବା COO, ବିଜ୍ଞପନର ସେଲସ ମୁଖ୍ୟ ଏବଂ ମାର୍କେଟିଙ୍ଗ ଦାୟିତ୍ବ ତୁଲାଇଛନ୍ତି । ସେ ପେନ୍ ଷ୍ଟେଟ୍ ୟୁନିଭରସିଟିରେ ଲିବରାଲ୍ ଆର୍ଟ ଆଣ୍ଡ କମ୍ୟୁନିକେସନ୍ ପାଠ ପଢିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ