ଓଡିଶା

odisha

ETV Bharat / science-and-technology

THREADS Vs Copycat: ମେଟା ନାଁରେ ଟ୍ବିଟରର ଗମ୍ଭୀର ଆରୋପ, ମାମଲା ରୁଜୁ କରିବାକୁ ଧମକ - ଥ୍ରେଡ୍ସ ଆପ ପାଇଁ ମେଟା ନାଁରେ ମାମଲା କରିବାକୁ ଧମକ

ଟ୍ୱିଟର ଅଭିଯୋଗ କରିଛି ଯେ ମେଟା ବେଆଇନ ଭାବେ ଟ୍ବିଟରର ପୂର୍ବତନ କର୍ମଚାରୀଙ୍କୁ ନେଇ ଥ୍ରେଡ୍ସ ଆପ ତିଆରି କରିଛି । ଏହି ପ୍ରସଙ୍ଗରେ ମେଟା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଟ୍ୱିଟର ଧମକ ଦେଇଛି । ଅଧିକ ପଢନ୍ତୁ

THREADS Vs Copycat
THREADS Vs Copycat

By

Published : Jul 7, 2023, 10:59 AM IST

ନ୍ୟୁୟର୍କ:ମେଟା ନାଁରେ ଟ୍ବିଟରର ଗମ୍ଭୀର ଆରୋପ ଆଣିଲା ଟ୍ବିଟର । ଥ୍ରେଡ୍ସ ଆପ ପାଇଁ ମେଟା ନାଁରେ ମାମଲା କରିବାକୁ ଧମକ ଦେଲା ଟ୍ବିଟର । ଟ୍ୱିଟର ଓକିଲଙ୍କ ମାଧ୍ୟମରେ ମେଟା ବିରୋଧରେ ଗୁରୁତର ଅଭିଯୋଗ ଆଣିଛି । ଟ୍ୱିଟରକୁ ପ୍ରତିନିଧିତ୍ୱ କରୁଥିବା ଓକିଲ ଆଲେକ୍ସ ସ୍ପିରୋ ମାର୍କ ଜୁକର୍‌ବର୍ଗଙ୍କ ନିକଟକୁ ଏକ ଚିଠି ପଠାଇଥିବା ଜଣାପଡିଛି । ଟ୍ବିଟରର ବିଜନେସ୍‌ ସିକ୍ରେଟ୍‌ ଓ ଅନ୍ୟାନ୍ୟ ଗୋପନୀୟ ସୂଚନା ଜାଣିଥିବା ଟ୍ବିଟରର ପୂର୍ବତନ କର୍ମଚାରୀଙ୍କୁ ମେଟା ନିଯୁକ୍ତ ଦେଉଥିବା ଅଭିଯୋଗ କରାଯାଇଛି । ବୁଧବାର ଟ୍ୱିଟର ମେଟା ସିଇଓ ମାର୍କ ଜୁକରବର୍ଗଙ୍କୁ ଲେଖିଥିବା ଏକ ଚିଠିରେ ଅଭିଯୋଗ କରିଛି ଯେ, ତାଙ୍କର 'କପିକେଟ୍' ଆପ୍ ସମ୍ବନ୍ଧୀୟ ସୂଚନା ତଥା ତଥ୍ୟକୁ ନେଇ 'ଥ୍ରେଡ୍ସ' ନାମକ ଏକ ତଥ୍ୟ ଆଧାରିତ ଆପ୍‌ ଲଞ୍ଚ କରାଯାଇଥଛି । ଟ୍ବିଟର ତା’ର ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି ରାଇଟ୍ସକୁ କଡାକଡ଼ି ଲାଗୁ କରିବାକୁ ଚାହୁଁଛି ବୋଲି ଉକ୍ତ ଚିଠିରେ ସ୍ପାଇରୋ ଉଲ୍ଲେଖ କରିଛନ୍ତି ।

ବୁଧବାର ରାତିରେ ଥ୍ରେଡ୍ ଲଞ୍ଚ କରିବା ପରଠୁ, ମେଟାର ନୂଆ ଆପ୍ ଥ୍ରେଡ୍ସକୁ ଲକ୍ଷ ଲକ୍ଷ ଲୋକ ସାଇନ୍ ଅପ୍ କରି ସାରିଛନ୍ତି । କମ୍ପାନୀର ଇନ୍‌ଷ୍ଟାଗ୍ରାମ ଟିମ୍‌ ଦ୍ୱାରା ଏହା ନିର୍ମିତ କରାଯାଇଥିଲା । ଗତ ବର୍ଷ 44 ବିଲିୟନ ଡ଼ଲାରରେ ଏଲନ୍‌ ମସ୍କ ଟ୍ବିଟରକୁ କିଣିବା ପରେ ସେ ଏହାର ନୀତିରେ ଅନେକ ପରିବର୍ତ୍ତନ ଆଣିଛନ୍ତି । ବ୍ଲୁ ପେଡ ସର୍ଭିସ ପାଇଁ ଅନେକ ୟୁଜର୍ସ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏହାର ବିକଳ୍ପ ମଧ୍ୟ ଖୋଜୁଥିଲେ । ତେବେ ଥ୍ରେଡ୍ସ ଆପ ଆସିବା ପରେ ୟୁଜର୍ସ ଏହାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଗୁରୁବାର ଅପରାହ୍ନରେ ଥ୍ରେଡ୍ସ ଉପରେ ସ୍ପାଇରୋଙ୍କ ଚିଠିର ରିପୋର୍ଟକୁ ମେଟା ମୁଖପାତ୍ର ଆଣ୍ଡି ଷ୍ଟୋନ୍‌ ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ, "ଥ୍ରେଡ୍ସ ଇଞ୍ଜିନିୟରିଂ ଟିମ୍‌ରେ କୌଣସି ପୂର୍ବତନ ଟ୍ୱିଟର କର୍ମଚାରୀ ନାହାଁନ୍ତି, ଏହି କଥାରେ ଆମକୁ କିଛି ଫରକ ପଡ଼ିବ ନାହିଁ ।"

ଗୁରୁବାର ଦିନ ସେମାଫୋର ପ୍ରଥମେ ରିପୋର୍ଟ କରିଥିବା ଏହି ଚିଠିରେ ସ୍ପାଇରୋ କହିଛନ୍ତି, "ଟ୍ୱିଟର ନିଜର ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ସଂଗଠିତ ଭାବରେ କାର୍ଯ୍ୟକାରୀ କରିବାକୁ ଚାହୁଁଛି ଏବଂ ନାଗରିକ ଉପଚାର କିମ୍ବା ଇଞ୍ଜେକ୍ଟିଭ୍ ରିଲିଫ୍ ପାଇବା ପାଇଁ କମ୍ପାନୀର ଅଧିକାରକୁ ଉଲ୍ଲେଖ କରିଛି । ଆସୋସିଏଟେଡ୍ ପ୍ରେସ (ଏପି) ଅଧିକ ସୂଚନା ପାଇଁ ଗୁରୁବାର ସ୍ପାଇରୋ ଏବଂ ଟ୍ୱିଟରର ସହ ଆଲୋଚନା କରିଥିଲା । ତେବେ ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ପପ୍ ଇମୋଜି ସହିତ ସାମ୍ବାଦିକମାନଙ୍କୁ ଇମେଲରେ ଜବାବ ଦେଇଛି । ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ଭାବନା ବିଷୟରେ ମସ୍କ ସିଧାସଳଖ ଟ୍ୱିଟ୍ କରି ନାହାଁନ୍ତି, କିନ୍ତୁ ଥ୍ରେଡ୍ସ ଲଞ୍ଚ ପରେ ସେ ଅନେକ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Threads App: ଟ୍ବିଟରକୁ ଟକ୍କର ଦେବା ପାଇଁ ଲଞ୍ଚ ହେଲା ଥ୍ରେଡ୍ସ ଆପ, ଏଭଳି କରିହେବ ଡାଉନଲୋଡ

ଟ୍ୱିଟର ସିଇଓ ଲିଣ୍ଡା ୟାକାରିନୋ ମଧ୍ୟ ବୁଧବାର ଚିଠିରେ ସର୍ବସାଧାରଣରେ ମନ୍ତବ୍ୟ ଦେଇନାହାଁନ୍ତି, କିନ୍ତୁ ଥ୍ରେଡ୍ସର ଶୁଭାରମ୍ଭ ସମ୍ପର୍କରେ ଗୁରୁବାର ଏକ ଟ୍ୱିଟ୍‌ରେ ପ୍ରକାଶ କରିଛନ୍ତି । ୟାକାରିନୋ ଲେଖିଛନ୍ତି, "ଆମର କପି କରାଯାଉଛି କିନ୍ତୁ ସମ୍ପୁର୍ଣ୍ଣ ଟ୍ବିଟରର ନକଲ କରାଯାଇ ପାରିବ ନାହିଁ ।" ମେଟାର ନୂଆ ଆପ୍ ଟ୍ୱିଟର ପାଇଁ ଏକ ମୁଣ୍ଡବିନ୍ଧାର କାରଣ ହୋଇପାରେ ବୋଲି ବିଶ୍ଳେଷକମାନେ କହିଛନ୍ତି । କାରଣ ଥ୍ରେଡ୍ସ ଆପ ଲଞ୍ଚ ହେବା ପରେ ଲୋକେ ଏହାକୁ ଅଧିକ ପସନ୍ଦ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details