ନୂଆଦିଲ୍ଲୀ:ଟ୍ବିଟର ଏହାର ନୂତନ ନୀଳ ବ୍ୟାଜ(ବ୍ଲୁ ଟିକ ମାର୍କ) ଯାଞ୍ଚ ପ୍ରୟୋଗ ପ୍ରକ୍ରିୟାକୁ 6ଟି ବର୍ଗ ସହିତ ପୁନଃ ଆରମ୍ଭ କରିବାକୁ ଘୋଷଣା କରିଛି । ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ୟୁଜର୍ସମାନେ ବ୍ଲୁ ବ୍ୟାଜ ପାଇପାରିବେ । ଏହି ସମସ୍ତ ପ୍ରକ୍ରିୟାକୁ ସର୍ବଭାରତୀୟ ସ୍ତରରେ ସାର୍ବଜନୀନ ପ୍ରୟୋଗଗୁଡ଼ିକୁ ଟ୍ବିଟର ସମୀକ୍ଷା କରିବ ବୋଲି ଜଣାପଡିଛି ।
ଏହି 6ଟି ବର୍ଗଗୁଡିକେ ହେଉଛି ସରକାର, କମ୍ପାନୀ, ବ୍ରାଣ୍ଡ, ଅନୁଷ୍ଠାନ, ଗଣମାଧ୍ୟମ ସଂସ୍ଥା, ସାମ୍ବାଦିକ, ମନୋରଞ୍ଜନ, ଖେଳ ଓ ଗେମିଂ, ସମାଜସେବୀ, ଆୟୋଜକ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ବର୍ଷ ଅନ୍ୟ ବର୍ଗଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ କରାଯିବ ବୋଲି ଟ୍ବିଟର କହିଛି ଯେପରିକି ବୈଜ୍ଞାନିକ, ଶିକ୍ଷାବିତ ଓ ଧାର୍ମିକ ନେତା । ଆସନ୍ତା ସପ୍ତାହଠାରୁ ସମସ୍ତ ବ୍ୟବହାରକାରୀ ଟ୍ବିଟରର ସେଟିଂ ଟ୍ୟାବରେ ଏହି ନୂଆ ଯାଞ୍ଚ ଆପ୍ଲିକେସନକୁ ଦେଖିପାରିବେ ।