ୱାଶିଂଟନ୍: ଗତବର୍ଷ ଅକ୍ଟୋବରରେ ଏଲନ ମସ୍କ ଟ୍ବିଟର ଦାୟିତ୍ବ ବହନ କରିବା ପରଠାରୁ କେବଳ ଯେ କର୍ମଚାରୀ ନୁହଁନ୍ତି ୟୁଜର୍ସଙ୍କୁ ମଧ୍ୟ ନାନା ଅସୁବିଧାର ସାମ୍ନା କରିବାକୁ ପଡୁଛି । ଅପଡେଟ୍ ଫିଚର୍ସ ପାଇଁ ଅର୍ଥ ବୃଦ୍ଧି ସାଙ୍ଗକୁ ଯାନ୍ତ୍ରିକ ତ୍ରୁଟିର ମଧ୍ୟ ସମ୍ମୁଖୀନ ହେଉଛନ୍ତି ବ୍ୟବହାରକାରୀ । ଏହି କ୍ରମରେ ବୁଧବାର(ଫେବ୍ରୁଆରୀ 8) ରାତିରେ କିଛି ସମୟ ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରରେ ଉପଭୋକ୍ତାମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ଉପଭୋକ୍ତାମାନେ ଟ୍ୱିଟରରେ କୌଣସି ଟ୍ୱିଟ୍ ପୋଷ୍ଟ କରିପାରିନଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ:-ବଦଳିଲା ଟ୍ବିଟର୍ ପ୍ଲାନ୍, ବ୍ଲୁ ଟିକ୍ ୟୁଜର୍ସ ଦେବେ ମାସକୁ ଏତିକି ଟଙ୍କା
ଖବର ଅନୁସାରେ, ଅନେକ ବ୍ୟବହାରକାରୀ 'ଟ୍ୱିଟ୍ ପୋଷ୍ଟ କରିବା ପାଇଁ ଦୈନିକ ସୀମା ଅତିକ୍ରମ କରିସାରିଥିବା' ପପ୍-ଆପ୍(ଏକ ୱେବ୍ ନୋଟିଫିକେସନ) ପାଇଥିଲେ । ସେହିପରି ଅନ୍ୟ କେତେକ ଟ୍ୱିଟର ବ୍ୟବହାରକାରୀମାନେ ଏକ ପପ୍-ଅପ୍ ପାଇଥିଲେ ଯେଉଁଥିରେ ଲେଖାଥିଲା, 'ଆମେ ଦୁଃଖିତ, ଆପଣଙ୍କ ଟ୍ୱିଟ୍ ପଠାଇବା ପାଇଁ ସକ୍ଷମ ହୋଇପାରୁନାହୁଁ' । ମିଡିଆ ରିପୋର୍ଟ ଅନୁସାରେ, କେତେକ ୟୁଜର୍ସ ଅନ୍ୟ ୟୁଜର୍ସଙ୍କୁ ଫଲୋ କରିବାରେ ମଧ୍ୟ ଅସମର୍ଥ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ:-ଛଟେଇ କରିବ Disney, ଚାକିରି ହରାଇବେ 7000 କର୍ମଚାରୀ
ସେମାନଙ୍କର ଫଲୋ କରିବାର ସୀମା ଅତିକ୍ରମ ହୋଇସାରିଛି ଏବଂ ସେମାନେ ଏହି ସମୟରେ କୌଣସି ୟୁଜର୍ସଙ୍କୁ ଫଲୋ କରିପାରିବେ ନାହିଁ ବୋଲି ପପ୍-ଅପ୍ ନୋଟିଫିକେସନ୍ ଆସିଥିଲା । ଏହା ବ୍ୟତୀତ କେତେକ ୟୁଜର୍ସ ମଧ୍ୟ ଟ୍ବିଟରରେ ମେସେଜ୍ ମଧ୍ୟ ପ୍ରେରଣ କରିପାରି ନଥିଲେ । ଉପଭୋକ୍ତାମାନଙ୍କ କହିବା ଅନୁସାରେ, ସେମାନେ କେବଳ ଟ୍ୱିଟରର ଟ୍ୱିଟ୍ ସିଡ୍ୟୁଲିଂ ଫଙ୍କସନ୍ ବ୍ୟବହାର କରି ଟ୍ୱିଟ୍ ସେୟାର୍ କରିପାରିବେ ।
ଏହା ମଧ୍ୟ ପଢନ୍ତୁ:-Repo Rate Hike: ଆହୁରି ମହଙ୍ଗା ହେବ ଋଣ, ୨୫ ବେସିସ୍ ପଏଣ୍ଟ ବଢିଲା ରେପୋ ରେଟ୍
ମିଡିଆ ରିପୋର୍ଟ ଅନୁଯାୟୀ, ଗୁରୁବାର ସକାଳ 5ଟା ପର୍ଯ୍ୟନ୍ତ 9,000 ରୁ ଅଧିକ ଟ୍ୱିଟର ବ୍ୟବହାରକାରୀ ଏହି ରିପୋର୍ଟ ପ୍ରକାଶ କରିଛନ୍ତି । ଧୀରେ ଧୀରେ ପ୍ଲାଟ୍ଫର୍ମରେ ଏହି ରିପୋର୍ଟ ହ୍ରାସ ପାଇଥିଲା ଏବଂ ପରବର୍ତ୍ତୀ ସମୟରେ କିଛି ଉପଭୋକ୍ତା ପୁନର୍ବାର ଟ୍ୱିଟ୍ କରିବାକୁ ସକ୍ଷମ ହୋଇଥିବା ଜଣାପଡିଛି । ତେବେ କହି ରଖୁଛୁ ଯେ, ଟ୍ବିଟରରେ ଏପରି ବୈଷୟିକ ତ୍ରୁଟି ପ୍ରଥମ ନୁହଁ, ଏହା ପୂର୍ବରୁ ମାଇକ୍ରୋବ୍ଲଗିଂ ଆପରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ୟୁଜର୍ସ । 2022ରେ ଏଲନ ମସ୍କ ପ୍ଲାଟଫର୍ମର ମୁଖ୍ୟ ହେବା ପରଠାରୁ ବ୍ୟାପକ ପରିବର୍ତ୍ତନ ମଧ୍ୟ ଜାରି ରଖିଛନ୍ତି ।