ଓଡିଶା

odisha

ETV Bharat / science-and-technology

Twitter Blue Cost: ହଟିବ ଟ୍ବିଟର ଲିଗେସି ବ୍ଲୁ ଚେକମାର୍କ, ଏତିକି ଟଙ୍କା ଦେଇ କରିବେ ବ୍ୟବହାର - ଟ୍ବିଟର ବ୍ଲୁ ଟିକ୍

ଅପ୍ରେଲ ପହିଲାରୁ ଭାରତରେ ବ୍ୟକ୍ତିଗତ ଉପଭୋକ୍ତା ଏବଂ ସଂଗଠନଗୁଡିକ ପାଇଁ ଟ୍ୱିଟର ଲଗାଇଥିବା ସମସ୍ତ ପୁରୁଣା ଲିଗେସି ବ୍ଲୁ ଭେରିଫାୟାଡ୍ ଚେକମାର୍କ ହଟାଇଦେବ । ଟ୍ବିଟର୍ ବ୍ଲୁ ଟିକ୍ ପାଇଁ ଆରମ୍ଭ ହେବ ଦେୟଯୁକ୍ତ ବ୍ୟବସ୍ଥା । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Mar 24, 2023, 6:02 PM IST

ନୂଆଦିଲ୍ଲୀ: ଆସନ୍ତା ମାସ ପହିଲାରୁ ବ୍ୟକ୍ତିଗତ ଉପଭୋକ୍ତା ଏବଂ ସଂଗଠନଗୁଡିକ ପାଇଁ ଟ୍ୱିଟର ଲଗାଇଥିବା ସମସ୍ତ ପୁରୁଣା ଲିଗେସି ବ୍ଲୁ ଭେରିଫାୟାଡ୍ ଚେକମାର୍କ ହଟାଇଦେବ । ଏନେଇ ଏଲନ ମସ୍କ ଶୁକ୍ରବାର(ମାର୍ଚ୍ଚ 24)ରେ ଘୋଷଣା କରିଛନ୍ତି । ମସ୍କ ଘୋଷଣା କରିଛନ୍ତି ଯେ, ଟ୍ୱିଟର ବ୍ଲୁ ଟିକ୍ ବର୍ତ୍ତମାନ ବିଶ୍ବସ୍ତରରେ ଉପଲବ୍ଧ ଏବଂ ଉପଭୋକ୍ତାମାନେ ଯଦି ୱେବ୍ ବ୍ରାଉଜର ମାଧ୍ୟମରେ ସାଇନ୍ ଅପ୍ କରନ୍ତି ତେବେ ମାସକୁ 8 ଡଲାରରେ ବ୍ଲୁ ଭେରିଫାଏଡ୍ ପାଇପାରିବେ । ଏହି ନିୟମ ଅନୁସାରେ ଭାରତର ଟ୍ୱିଟର ବ୍ଲୁ ଟିକ୍ ବ୍ୟବହାରକାରୀଙ୍କ ପାଇଁ ବାର୍ଷିକ 9,400 ଟଙ୍କା ଦେବାକୁ ପଡିବ ।

ଏହା ମଧ୍ୟ ପଢନ୍ତୁ:-Hindenburg Report: ଆଦାନୀ ପରେ ଟାର୍ଗେଟରେ ଜ୍ୟାକ ଡୋର୍ସି ! ହ୍ରାସ ପାଇଲା ସେୟାର ମୂଲ୍ୟ

କମ୍ପାନୀ କହିଛି, ଅପ୍ରେଲ 1 ରୁ ଆମେ ଆମର ଲିଗେସି ଭେରିଫାୟାଡ୍ ପ୍ରୋଗ୍ରାମ ଏବଂ ଲିଗେସି ଭେରିଫାୟାଡ୍ ଚେକ୍ ମାର୍କକୁ ହଟାଇବା ଆରମ୍ଭ କରିବୁ । ଟୁଇଟରରେ ବ୍ଲୁ ଚେକ୍ ମାର୍କ ରଖିବା ପାଇଁ ବ୍ୟବହାରକାରୀ ସାଇନ୍ ଅପ୍ କରିପାରିବେ । ସମ୍ପ୍ରତି, ବ୍ୟକ୍ତିଗତ ଚେକ୍ ମାର୍କ ଯାଞ୍ଚ କରିଥିବା ବ୍ୟକ୍ତିଗତ ଟ୍ୱିଟର ବ୍ୟବହାରକାରୀମାନେ ଟ୍ୱିଟର ବ୍ଲୁ ପାଇଁ ଦେୟ ଦେଉଛନ୍ତି, ଯାହାର ମୂଲ୍ୟ ଆମେରିକାରେ ୱେବ୍ ମାଧ୍ୟମରେ ମାସକୁ 8 ଡଲାର୍, iOS ଏବଂ ଆଣ୍ଡ୍ରଏଡରେ ଇନ୍-ଆପ୍ ପେମେଣ୍ଟ ମାଧ୍ୟମରେ ମାସକୁ 11 ଡଲାର ଦେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ସାବାଡ୍ ହେବେ ଫେକ୍ ଆଇଡି ଚଲାଉଥିବା ୟୁଜର୍ସ, Twitter ଆଣୁଛି ଏହି ନୂଆ ନିୟମ

ବ୍ଲୁ ଚେକ୍ ମାର୍କ ଆସିବା ପରେ ଅଧିକ ଶବ୍ଦରେ ଟ୍ବିଟ୍ ସାଙ୍ଗକୁ ଏଡିଟ୍ ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ । ଟ୍ୱିଟର ବ୍ଲୁ ଗ୍ରାହକମାନଙ୍କୁ 4,000 ଅକ୍ଷର ପର୍ଯ୍ୟନ୍ତ ଟ୍ୱିଟ୍ କରିବାରେ ମଧ୍ୟ ସକ୍ଷମ ହେବେ । ସେହିପରି ଟ୍ୱିଟର ବ୍ଲୁ ୟୁଜର୍ସମାନେ 50 ପ୍ରତିଶତ କମ୍ ବିଜ୍ଞାପନ ଦେଖିବାରେ ସକ୍ଷମ ହେବେ । କମ୍ପାନୀ ଏବଂ ବ୍ରାଣ୍ଡ ପାଇଁ ଟ୍ୱିଟର ନିକଟରେ ଏକ ଗୋଲ୍ଡେନ୍ ଚେକ୍ ମାର୍କ ପ୍ରବର୍ତ୍ତନ କରିଥିଲା ​​ଏବଂ ସରକାରୀ ଆକାଉଣ୍ଟକୁ ଗ୍ରେ କଲର୍‌ର ଚେକ୍ ମାର୍କକୁ ସ୍ଥାନାନ୍ତର କରିଥିଲା ​​। ତେବେ ଦୂର୍ଘଦିନ ଧରି ଏଲନ ମସ୍କ ଟ୍ବିଟରର ବିଭିନ୍ନ ନୂଆ ଫିଚର୍ସ ଉପରେ ଘୋଷଣା କରି ଆସୁଛନ୍ତି । ବିଶ୍ବର ଅନ୍ୟାନ୍ୟ ଦେଶରେ ଦେୟଯୁକ୍ତ ଟ୍ବିଟ୍ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଆମ ଦେଶରେ ଏହା କେତେ ଆଦୃତ ହେଉଛି ତାହା ଉପରେ ନିଶ୍ଚୟ ନଜର ରହିବ ।

ABOUT THE AUTHOR

...view details