ଓଡିଶା

odisha

ETV Bharat / science-and-technology

Mission Gaganyaan: ଆସନ୍ତା 21ରେ ହେବ TV-D1 ପରୀକ୍ଷଣ - ଇସ୍ରୋର ଗଗନଯାନ

ଆସନ୍ତା 21 ତାରିଖରେ ହେବ ଗଗନଯାନ ମିଶନର ପ୍ରଥମ ପରୀକ୍ଷଣ । ଅଧିକ ପଢନ୍ତୁ

Mission Gaganyaan
Mission Gaganyaan

By ETV Bharat Odisha Team

Published : Oct 16, 2023, 3:55 PM IST

ହାଇଦ୍ରାବାଦ:ମହାକାଶକୁ ଯାତ୍ରୀଙ୍କୁ ପଠାଇବା ପାଇଁ ଇସ୍ରୋର ଗଗନଯାନ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଯାନ TV-D1 ପରୀକ୍ଷଣ ତାରିଖ ଘୋଷଣା କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ପରୀକ୍ଷଣ ପାଇଁ ବିକଶିତ ହୋଇଥିବା ଯାନକୁ ଆସନ୍ତା 21 ତାରିଖରେ ଟେଷ୍ଟ କରାଯିବ ବୋଲି ଇସ୍ରୋ ପକ୍ଷରୁ ଏକ୍ସ ଯୋଗେ ସୂଚନା ଦିଆଯାଇଛି । ଶ୍ରୀହରିକୋଟା ଲଞ୍ଚ ପ୍ୟାଡରୁ ସକାଳ 7ରୁ 9 ଟା ମଧ୍ୟରେ ପରୀକ୍ଷଣ କରାଯିବ ବୋଲି କୁହାଯାଇଛି । ଏନେଇ ଇସ୍ରୋ ପକ୍ଷରୁ କେତେକ ଫଟୋ ମଧ୍ୟ ଜାରି କରାଯାଇଛି ।

ପ୍ରାୟ 900 କୋଟି ଟଙ୍କା ବ୍ୟୟରେ ହୋଇଥିବା ଅଭିଯାନ ଆସନ୍ତା ବର୍ଷ ଅର୍ଥାତ 2024ରେ ଲଞ୍ଚ ହେବ । ଇସ୍ରୋର ସୂଚନା ମୁତାବକ ଫ୍ଲାଇଟ୍ ଟେଷ୍ଟ ଭେଇକଲ୍ ଅବର୍ଟ ମିଶନ୍-1 (TV-D1)ର ପରୀକ୍ଷଣ ପରେ ଆହୁରି 3ଟି ଯାନ ପରୀକ୍ଷଣ କରାଯିବ । ମିଶନ୍ TV-D1, ଦ୍ୱିତୀୟଟି TV-D2 ମିଶନ୍ ଏବଂ ତୃତୀୟ LVM3-G1 ଟେଷ୍ଟିଂ କରାଯିବ । ତେବେ ଏହା ମାନବ ବିହୀନ ମିଶନ ହେବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ବେଙ୍ଗାଲୁରୁରେ ରହିଥିବା ଇସ୍ରୋର ମୁଖ୍ୟାଳୟରେ TV-D1ର ବୈଦ୍ୟୁତିକ ପରୀକ୍ଷଣ କରାଯିବା ବେଳେ ଅକ୍ଟୋବର 13 ତାରିଖରେ ଶ୍ରୀହରୀକୋଟାକୁ ଯାନକୁ ଅଣାଯାଇଥିଲା । ଆମେରିକା, ଋଷ, ଚାଇନା ପରେ ମାନବ ମିଶନରେ ଭାରତ ଚତୁର୍ଥ ରାଷ୍ଟ୍ର ହେବ ।

ଏହା ମଧ୍ୟ ପଢନ୍ତୁ: Mission Gaganyaan: ଅନ୍ତିମ ପର୍ଯ୍ୟାୟରେ ଗଗନଯାନ ପ୍ରସ୍ତୁତି, ଶୀଘ୍ର ଆରମ୍ଭ ହେବ ପରୀକ୍ଷଣ

ତେବେ ଏହା ପୂର୍ବରୁ ଗତ 7 ତାରିଖରେ ଇସ୍ରୋ ପକ୍ଷରୁ ଟ୍ବିଟ କରି କୁହାଯାଇଥିଲା ଯେ, ଗଗନଯାନ ପାଇଁ ପରୀକ୍ଷଣ ଯାନ ଖୁବଶୀଘ୍ର ଲଞ୍ଚ କରାଯିବ । ଯାହାଦ୍ୱାରା କ୍ରୁ ଏସ୍କେପ୍ ସିଷ୍ଟମ୍ ପରୀକ୍ଷା କରାଯାଇ ପାରିବ । ଏଥିପାଇଁ ଫ୍ଲାଇଟ୍ ଟେଷ୍ଟ ଭେଇକଲ୍ ଅବର୍ଟ ମିଶନ୍-1 (TV-D1) ପାଇଁ ପ୍ରସ୍ତୁତି ଜାରି ରହିଛି । ପରୀକ୍ଷଣ ପାଇଁ ବିକଶିତ ହୋଇଥିବା ଯାନ ଦ୍ବାରା କ୍ରୁ ଏସ୍କେପ ସିଷ୍ଟମ ପରୀକ୍ଷଣ କରାଯିବ। " ତେବେ ଯାନର ପ୍ରସ୍ତୁତି ଚୁଡାନ୍ତ ହୋଇଥିବା ବେଳେ ଆସନ୍ତା 21 ତାରିଖରେ ଟେଷ୍ଟ କରାଯିବା ନେଇ ଆଜି ଇସ୍ରୋ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି ।

ପ୍ରକାଶ ଥାଉକି, ସେପ୍ଟେମ୍ବରରେ ପ୍ରକଳ୍ପ ନିର୍ଦ୍ଦେଶକ ଆର ହଟନ୍ କହିଥିଲେ ଯେ, ଇସ୍ରୋ ଏହି ମିଶନ ପାଇଁ ଚାରି ଜଣ ମହାକାଶଚାରୀଙ୍କୁ ତାଲିମ ଦେଉଛି । ଏହା ଭାରତର ପ୍ରଥମ ମାନବ ମହାକାଶ ମିଶନ ହେବ । ଏହି ମିଶନ ଅଧୀନରେ ତିନି ଜଣ ମହାକାଶଚାରୀଙ୍କୁ 400 କିଲୋମିଟର କକ୍ଷପଥକୁ ପଠାଯିବ ଏବଂ ନିରାପଦରେ ପୃଥିବୀକୁ ଫେରାଇ ଅଣାଯିବ । ଆସନ୍ତା ମାସରେ ଗଗନଯାନ ପାଇଁ ଯାନ ଲଞ୍ଚ କରାଯିବ । ଏହାଦ୍ବାରା କ୍ରୁ ଏସ୍କେପ ସିଷ୍ଟମ ପରୀକ୍ଷା କରାଯିବ ।

ପ୍ରେସ ରିଲିଜରେ କୁହାଯାଇଛି ଯେ, ପରୀକ୍ଷଣ ବାହାନ ଏକ ସିଙ୍ଗଲ ଷ୍ଟେଜ ଲିକ୍ବିଡ ରକେଟ ଅଟେ । ଯାହାକୁ ଏହି ନିରସ୍ତ୍ର ମିଶନ ପାଇଁ ବିକଶିତ କରାଯାଇଛି । ପେଲୋଡରେ କ୍ରୁ ମଡ୍ୟୁଲ, କ୍ରୁ ଏସ୍କେପ ସିଷ୍ଟମ(CM) ଏବଂ ଶୀଘ୍ର କାର୍ଯ୍ୟ କରିବା ପାଇଁ ଠୋସ ମିଟର ରହିଛି । ଏହାସହିତ ସିଏମ ଫେୟାରିଙ୍ଗ ଏବଂ ଇଣ୍ଟରଫେସ ଏଡପ୍ଟର ମଧ୍ୟ ଜୋଡା ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details