ହାଇଦ୍ରାବାଦ:ସ୍ମାର୍ଟଫୋନ୍ ବଜାରରେ ଦୁଇଟି ବଡ ଟେକ୍ ପ୍ଲେୟାର ହେଉଛି ଆପଲ୍ ଏବଂ ସାମସଙ୍ଗ । 2023ର ଦ୍ୱିତୀୟ ତ୍ରୈମାସିକରେ ବିଶ୍ବର ସ୍ମାର୍ଟଫୋନ ବଜାରରେ ଆପଲ୍ ଏବଂ ସାମସଙ୍ଗ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖାଯାଇଥିଲା । ଜୁଲାଇରୁ ସେପ୍ଟେମ୍ବର ମାସରେ ବିକ୍ରି ହୋଇଥିବା ଟପ୍ 10 ମୋବାଇଲ ବିକ୍ରିର ଡାଟା ପ୍ରକାଶ ପାଇଛି। ତେବେ ଗତ ବର୍ଷ ତୁଳନାରେ ସ୍ମାର୍ଟଫୋନ୍ ବିକ୍ରି 9 ପ୍ରତିଶତ ହ୍ରାସ ପାଇଥିବା ଦେଖାଯାଇଛି । କିନ୍ତୁ ଚଳିତବର୍ଷ ଅନେକ ସ୍ମାର୍ଟଫୋନ ମଡେଲ ଗ୍ରାହକଙ୍କୁ ଆକର୍ଷିତ କରିଥିଲା । ନଜର ପକାନ୍ତୁ ଟପ 10 ମଡେଲ ଉପରେ ବିଶ୍ବର ସର୍ବଶ୍ରେଷ୍ଠ ବିକ୍ରି ହେଉଥିବା ସ୍ମାର୍ଟଫୋନ୍ ତାଲିକାରେ ଆପଲ୍ ନିଜର ପ୍ରାଧାନ୍ୟ ବଜାୟ ରଖିଛି । ତେବେ ଚଳିତବର୍ଷ ମଧ୍ୟ ଆପଲ ନିଜର ଉପସ୍ଥିତି ବଜାୟୀ ରଖିଛି । ଏହାସହ ଟପ 10 ସେଲିଂ ସ୍ମାର୍ଟଫୋନରେ ସବୁଠାରୁ ଅଧିକ ଡିଭାଇସ ଆପଲର ରହିଛି।
Apple iPhone 14: ଗତବର୍ଷ(2022) ମସିହା ସେପ୍ଚେମ୍ବର ମାସରେ ଆପଲ ଆଇଫୋନ୍ 14 ସ୍ମାର୍ଟଫୋନ୍ ଲଞ୍ଚ ହୋଇଥିଲା। ଏହି ଆପଲ୍ ଫୋନ୍ ଦୁନିଆର ସର୍ବୋତ୍ତମ ବିକ୍ରି ହେଉଥିବା ଫୋନ୍ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି ।
Apple iPhone 14 Pro Max:ଗତ ବର୍ଷ (2022) ଆପଲ୍ ଆଇଫୋନ୍ 14 ପ୍ରୋ ମ୍ୟାକ୍ସ ମଧ୍ୟ ଲଞ୍ଚ ହୋଇଥିଲା ଏବଂ ଏହା ଆଇଫୋନ୍ 14 ସିରିଜର ସବୁଠାରୁ ପ୍ରିମିୟମ୍ ଫୋନ୍ ଅଟେ। ଏହି ଫୋନ୍ ବିଶ୍ୱରେ ସର୍ବଶ୍ରେଷ୍ଠ ବିକ୍ରି ହେଉଥିବା ସ୍ମାର୍ଟଫୋନ୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଫୋନ୍ ଫଟୋଗ୍ରାଫି ଏବଂ ପଫୋମାନ୍ସ, ପାଇଁ ୟୁଜର୍ସଙ୍କୁ ଆକୃଷ୍ଟ କରିଛି ।
Apple iPhone 14 Pro:ଆପଲ୍ ଆଇଫୋନ୍ 14 ପ୍ରୋ ତୃତୀୟ ସ୍ଥାନରେ ରହିଛି। ଏହି ଆପଲ୍ ଫୋନ୍ ମଧ୍ୟ ସେପ୍ଟେମ୍ବର 2022 ରେ ଲଞ୍ଚ ହୋଇଥିଲା। ଏହାର ଡିଜାଇନ୍ ଏବଂ ଭଲ ପର୍ଫମାନ୍ସ ହେତୁ ଏହି ଫୋନ୍ ସାରା ବିଶ୍ୱରେ ଉପଭୋକ୍ତାମାନଙ୍କ ପସନ୍ଦ ସାଜିଛି ।