ହାଇଦ୍ରାବାଦ:ଦିନକୁ ଦିନ ହ୍ରାସ ପାଉଛି ଥ୍ରେଡ୍ସରେ ୟୁଜର ଏଙ୍ଗେଜମେଣ୍ଟ୍ । ତେବେ ଏଙ୍ଗେଜମେଣ୍ଟ ବୃଦ୍ଧି କରିବା ପାଇଁ ପ୍ରୟାସ ଜାରି ରଖିଛି ମେଟା । ଏନେଇ କମ୍ପାନୀ କିଛି ଦିନର ବ୍ୟବଧାନ ନେଇ ନୂଆ ନୂଆ ଫିଚର ମଧ୍ୟ ରୋଲ୍ଆଉଟ କରୁଛି । ଏହାରି ଭିତରେ ଆଉ ଦୁଇଟି ଫିଚର ଆସିବା ନେଇ ସୂଚନା ଦେଇଛନ୍ତି ମେଟା ସିଇଓ ମାର୍କ ଜୁକରବର୍ଗ। ଥ୍ରେଡ୍ସକୁ ଖୁବଶୀଘ୍ର 2ଟି ନୂଆ ଫିଚର ଆସିବା ନେଇ ସେ ସୂଚନା ଦେଇଛନ୍ତି । ଏହି ଫିଚର ଦ୍ବାରା ମତାମତକୁ ଏଡିଟ୍ କରିବା ସହିତ ଭଏସ ନୋଟ୍ ମଧ୍ୟ ଅପଲୋଡ୍ କରିବାର ସୁବିଧା ପାଇବା ୟୁଜର୍ସ ।
ତେବେ କହିରଖୁଛି କି, ଥ୍ରେଡ୍ସର ପ୍ରତିଦ୍ବନ୍ଦୀ ଆପ୍ ଟ୍ବିଟରରେ ମଧ୍ୟ ଏଲନ ମସ୍କ ଏହି ଫିଚର ୟୁଜର୍ସମାନଙ୍କ ପାଇଁ ରୋଲଆଉଟ କରିଛନ୍ତି । କିନ୍ତୁ ଏହା କେବଳ ପେଡ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ । ଅର୍ଥାତ ଏହି ଫିଚର ବ୍ୟବହାର କରିବାକୁ ହେଲେ ୟୁଜର୍ସଙ୍କୁ 900 ଟଙ୍କା ଦେବାକୁ ପଡ଼ିଥାଏ । ତେବେ ଥ୍ରେଡ୍ସରେ ଏହି ଫିଚର ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ବୋଲି କୁହାଯାଇଛି । ପେଡ୍ ୟୁଜର୍ସ ଏବଂ ଫ୍ରି' ୟୁଜର୍ସ ଉଭୟେ ଏହି ଫିଚରର ଲାଭ ଉଠାଇପାରିବେ ।
ଏଡିଟ ଫିଚର ଦ୍ବାରା ଆପଣ ପୋଷ୍ଟ କରିବାର 5 ମିନିଟ ମଧ୍ୟରେ ପୋଷ୍ଟକୁ ଏଡିଟ କରିବାରେ ସମର୍ଥ ହେବେ । ଏଡିଟ ହୋଇଥିବା ପୋଷ୍ଟର ନିମ୍ନରେ ଏଡିଟେଡ୍ ପୋଷ୍ଟ ଲେଖାଯିବ । ତେବେ ସୂଚନା ଅନୁସାରେ ଏହି ଫିଚର କିଛି ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯାଇଛି । ତେବେ ଆଗାମୀ ଦିନରେ ଏହା ସମସ୍ତ ୟୁଜର୍ସଙ୍କ ପାଇଁ ବ୍ୟବାହର ଯୋଗ୍ୟ ହୋଇପାରିବ ବୋଲି କୁହାଯାଇଛି ।