ନୂଆଦିଲ୍ଲୀ:ମେଟା ଆଣିଛି ୟୁଜରଙ୍କ ପାଇଁ ଏକ ଖୁସି ଖବର । ଏଣିକି ଇନଷ୍ଟାଗ୍ରାମ-ଥ୍ରେଡସ୍ ୟୁଜର ନିଜର ପ୍ରୋଫାଇଲକୁ ଡିଲିଟ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଲିଟ୍ କରିବାକୁ ପଡିବ ନାହିଁ । କମ୍ୟୁନିଟିରୁ ମିଳିଥିବା ବ୍ୟବହାରକାରୀଙ୍କ ଫିଡବ୍ୟାକ ଅନୁଯାୟୀ, ଥ୍ରେଡ ତାର ୟୁଜରଙ୍କୁ ସେମାନଙ୍କ ପୋଷ୍ଟକୁ ଇନଷ୍ଟାଗ୍ରାମ,ଫେସବୁକ ଭଳି ଅନ୍ୟ ସୋସିଆଲ ମିଡିଆରେ ଅଟୋମେଟିକ ସେୟାରିଂକୁ ବନ୍ଦ କରିବାର ଅପ୍ସନ ପ୍ରଦାନ କରିବ ବୋଲି ଇନଷ୍ଟାଗ୍ରାମର ମୁଖ୍ୟ ଆଦାମ ମୋସେରୀ କହିଛନ୍ତି । ନିଜର ଥ୍ରେଡସ ପ୍ରୋଫାଇଲକୁ ଡିଲିଟ କରିବା ପାଇଁ ପ୍ରଥମେ ସେଟିଂକୁ ଯାଇ ନିଜ ଆକାଉଣ୍ଟରେ ଡିଲିଟ କିମ୍ବା ଡିଆକ୍ଟିଭେଟ ପ୍ରୋଫାଇଲକୁ କ୍ଲିକ କରି ଡିଲିଟକୁ ସିଲେକ୍ଟ କରିପାରିବେ । ଯଦି ଆପଣ ସବୁଦିନ ପାଇଁ ପର୍ମାନେଣ୍ଟ ଭାବେ ନିଜର ଥ୍ରେଡସ୍ ପ୍ରୋଫାଇଲକୁ ଡିଲିଟ କରିବାକୁ ଚାହୁଁନାହାଁନ୍ତି ତେବେ ଆପଣ ଏହାକୁ ସବୁଦିନ ପାଇଁ ମଧ୍ୟ ଡିଆକ୍ଟିଭେଟ କରିପାରିବେ ।
ଏହା ମଧ୍ୟ ପଢନ୍ତୁ ...ବଢିବ ଇନଷ୍ଟାଗ୍ରାମ ଷ୍ଟୋରୀର ସମୟସୀମା, ଆସିବାକୁ ଯାଉଛି ନୂଆ ଫିଚର
ନିକଟରେ ମେଟା କମ୍ପାନୀ ଏଭଳି ଏକ ଫିଚର ଆଣିଥିଲା, ଯାହା ଦ୍ବାରା ଲୋକ ମାନେ ଅତି ସହଜରେ ଥ୍ରେଡସର ପୋଷ୍ଟକୁ ଫେସବୁକ, ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦେଖିପାରୁଥିଲେ । ଏହା ଦ୍ବାରା ସେମାନେ ନିଜର ଅଡିଏନ୍ସର ପରିସୀମାକୁ ବଢାଇବା ସହ ନିଜ ରିଚ୍କୁ ବୃଦ୍ଧି କରିପାରିଥିଲେ । କିନ୍ତୁ ଏହା ୟୁଜରଙ୍କୁ ପରବର୍ତ୍ତୀ ନିର୍ଦେଶ ପାଇଁ ଅନୁମତି ମାଗୁ ନଥିଲା । ଫିଡବ୍ୟାକରୁ ମିଳିଥିବା ତଥ୍ୟ ଅନୁସାରେ ୟୁଜର ମାନେ ନିଜର ସୋସିଆଲ ମିଡିଆ ଆକାଉଣ୍ଟର ବ୍ୟବହାରରେ ନିଜର ଅଧିକ କଣ୍ଟ୍ରୋଲ ଉପରେ ଗୁରୁତ୍ବ ଦେଇଛନ୍ତି । ତେଣୁ ଆମେ ଏହି ଅଭିନବ ପ୍ରୟୋଗ କରୁଛୁ ବୋଲି ଇନଷ୍ଟାଗ୍ରାମର ମୁଖ୍ୟ ଆଦାମ ମୋସେରୀ କହିଛନ୍ତି ।