ଓଡିଶା

odisha

ETV Bharat / science-and-technology

Trending topic Search Feature: X ଭଳି ଥ୍ରେଡ୍ସରେ ମିଳିବ ଏହି ଦମଦାର ଫିଚର

X ଭଳି ଥ୍ରେଡ୍ସରେ ମିଳିବ ଏହି ଦମଦାର ଫିଚର । ଟ୍ରେଣ୍ଡିଂ ଟପିକ ସର୍ଚ୍ଚ ଫିଚର ପାଇବେ ୟୁଜର୍ସ । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 10, 2023, 2:26 PM IST

Trending topic Search Feature
Trending topic Search Feature

ହାଇଦ୍ରାବାଦ:ଏକ୍ସର(ପୂର୍ବର ଟ୍ବିଟର) ପ୍ରତିଦ୍ବନ୍ଦୀ ଆପ ଥ୍ରେଡ୍ସ ୟୁଜର୍ସଙ୍କୁ ଆକୃଷ୍ଟ କରିବା ପାଇଁ ଅନକ ଫିଚର ରୋଲଆଉଟ କରୁଛି । ଏହାରି ଭିତରେ ଏକ୍ସ ଭଳି ଏକ ଫିଚର ଶୀଘ୍ର ରୋଲଆଉଟ କରିବ ବୋଲି ଜଣାପଡିଛି । ମେଟାର ଥ୍ରେଡ୍ସ ଆପ ୟୁଜର୍ସମାନଙ୍କୁ ଶୀଘ୍ର ଟ୍ରେଣ୍ଡିଂ ଟପିକର ଫିଚର ରୋଲଆଉଟ କରିବା ନେଇ ସୂଚନା ରହିଛି । ତେବେ ନିକଟରେ ଥ୍ରେଡ୍ସରେ କାର୍ଯ୍ୟରତ କର୍ମଚାରୀମାନେ ଇଣ୍ଟରନେଟରେ ଏହାର ଫଟୋ ସେୟାର କରିଥିବା ବେଳେ ବର୍ତ୍ତମାନ ଏହା ଭାଇରାଲ ହେବାରେ ଲାଗିଛି ।

ଜୁଲାଇରେ ଏହି ଆପ୍ ଲଞ୍ଚ ହେବା ପରଠାରୁ ଉପଭୋକ୍ତାମାନେ ଟ୍ବିଟରର ପ୍ରତିଦ୍ବନ୍ଦୀ ଆପ ବୋଲି ଦାବି କରି ଆସୁଥିଲେ । ତେବେ କିଛି ଦିନ ହେବ ୟୁଜର୍ସ ଟ୍ରେଣ୍ଡିଂ ଫିଚର ନେଇ ଦାବି କରି ଆସୁଥିବା ବେଳେ ବର୍ତ୍ତମାନ କମ୍ପାନୀ ଏହାକୁ ଶୀଘ୍ର ରୋଲଆଉଟ କରିପାରେ ବୋଲି ସୂଚନା ରହିଛି । ତେବେ କିଛି ଦିନ ପୂର୍ବରୁ ଇନଷ୍ଟାଗ୍ରାମର ସିଇଓ ଆଦାମ ମୋସେରୀ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ ଯେ, "ଥ୍ରେଡ୍ସର ଲକ୍ଷ୍ୟ ଟ୍ୱିଟର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ନୁହେଁ କିମ୍ବା ଖବର ଏବଂ ରାଜନୀତି ପାଇଁ ଏହି ପ୍ଲାଟଫର୍ମ ନୁହେଁ ।"

ସେ ଆହୁରିମଧ୍ୟ କହିଛନ୍ତି, "ନ୍ୟୁଜ ଏବଂ ପଲିଟିକ୍ସରୁ ଆସୁଥିବା ଏଙ୍ଗେଜମେଣ୍ଟ ଭଲ କିନ୍ତୁ ଏହା ଅନେକ ବିପଦ ସାଙ୍ଗରେ ନେଇ ଆସିଥାଏ । ଯାହା ପ୍ଲାଟଫର୍ମ ପାଇଁ ଆଦୌ ସୁରକ୍ଷିତ ନୁହେଁ।" ତେବେ ଥ୍ରେଡ୍ସ ସିଇଓଙ୍କ ଏହି ବିବୃତ୍ତି ପରେ ଆପରେ ଟ୍ରେଣ୍ଟିଂ ଟପିକର ଅପ୍ସନ ଆଣିବ ନାହିଁ ବୋଲି ଅନୁମାନ କରୁଥିବା ବେଳେ ବର୍ତ୍ତମାନ ଆପରେ ଏହି ଫିଚର ରୋଲଆଉଟ ହେବା ନେଇ ଆଭାସ ମିଳିଛି ।

ଏହା ମଧ୍ୟ ପଢନ୍ତୁ: Threads New Feature: X ଭଳି ଫିଚର ଆଣିଲା ଥ୍ରେଡ୍ସ, ୟୁଜର୍ସ ପାଇବେ ଏହି ସୁବିଧା

ୟୁଜର୍ସ ଏଙ୍ଗେଜମେଣ୍ଟ ପାଇଁ କାମ କରୁଛି କମ୍ପାନୀ:ତେବେ ଭାଇରାଲ ହେଉଥିବା ଫଟୋରେ ଏହି ଫିଚର ଏକ୍ସର ଫିଚର ଭଳି ଜଣାପଡୁଛି । ଏକ୍ସରେ ଯେଉଁଭଳି ଟ୍ରେଣ୍ଡିଂ ରହିଛି ଥ୍ରେଡ୍ସରେ ମଧ୍ୟ ସେହିଭଳି ରହିବ ବୋଲି ଅନୁମାନ କରାଯାଉଛି । କହିରଖୁଛୁ କି, ନିକଟରେ ଅର୍ଥାତ ଗତମାସରେ ଥ୍ରେଡ୍ସ କିଓ୍ବାର୍ଡ ଫିଚର ରୋଲଆଉଟ କରିଥିଲା । ତେବେ ମେଟା ସିଇଓ ମାର୍କ ଜୁକରବର୍ଗ ମଧ୍ୟ ଥ୍ରେଡ୍ସ ପ୍ରୋଫାଇଲ୍ ମାଧ୍ୟମରେ ଅପଡେଟ୍ ଘୋଷଣା କରିବା ସମୟରେ ଟ୍ରେଣ୍ଡିଂ ଟପିକ ଫିଚର ବିଷୟରେ ସୂଚନା ଦେଇଥିଲେ। ସେ ଲେଖିଥିଲେ, "ଉତ୍ସାହିତ ହୁଅ, ଶୀଘ୍ର ଥ୍ରେଡ୍ସକୁ ସର୍ଚ୍ଚ ଆସିବ ।" ତେବେ ବର୍ତ୍ତମାନ ଏହା ଶୀଘ୍ର ଆପକୁ ଆସିବ ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details