ହାଇଦ୍ରାବାଦ:ଥ୍ରେଡ୍ସ ଆପରେ ଟ୍ରାଫିକ ବଜାୟୀ ରଖିବା ପାଇଁ ପ୍ରୟାସ ଜାରି ରଖିଛି ମେଟା । ଏହାରି ଭିତରେ ଆଜି ଆଉ ଏକ ଫିଚର ଲଞ୍ଚ କରିଛି । ୟୁଜର୍ସଙ୍କୁ ରିପୋଷ୍ଟ ଅପ୍ସନ ଦେଇଛି ଥ୍ରେଡ୍ସ । ଯେତେବେଳେ ଆପଣ ଆପରେ ପୋଷ୍ଟ କରିଥିବା ଏକ ପେଷ୍ଟକୁ ରିପୋଷ୍ଟ କରିବେ ତାହା ପ୍ରୋଫାଇଲ ଭିତରେ ଦେଖାଯିବ । ପ୍ରୋଫାଇଲର ଫଲୋଇଂ ଟ୍ୟାବରେ ଦେଖିପାରିବେ ୟୁଜର୍ସ ।
ଥ୍ରେଡ୍ସର ୟୁଜର ବେସ୍ ବନାଇ ରଖିବା ପାଇଁ ମେଟା କ୍ରମାଗତ ଭାବରେ ଆପକୁ ଡେଭଲପ କରିବା ସହିତ ନୂଆ ନୂଆ ଫିଚର ରୋଲ ଆଉଟ ଜାରି ରହିଛି । ଏହା ସତ୍ତ୍ବେ ମଧ୍ୟ ଥ୍ରେଡ୍ସରୁ ମୁହଁ ଫେରାଇ ନେଉଛନ୍ତି ୟୁଜର୍ସ । ନିକଟରେ ଏକ ରିପୋର୍ଟରେ କୁହାଯାଇଛି ଯେ, ଥ୍ରେଡ୍ସ ଲଞ୍ଚ ହେବାର ଏକ ମାସ ପରେ ୟୁଜରବେସ 80 ପ୍ରତିଶତ ହ୍ରାସ ପାଇଛି । ରିପୋର୍ଟ ଅନୁଯାୟୀ, ଜୁଲାଇ 7ରେ ମେଟାର ଥ୍ରେଡସ୍ ଆଣ୍ଡ୍ରଏଡ୍ ଆପରେ 49.3 ମିଲିୟନ୍ ଟ୍ରାଫିକ୍ ଦେଖାଯାଇଥିଲା । ଯାହା ବର୍ତ୍ତମାନ ମାତ୍ର 10.3 ମିଲିୟନକୁ ଖସି ଆସିଛି । ଆମେରିକାରେ ମଧ୍ୟ ଟ୍ରାଫିକ କମ ହେଉଥିବା ନେଇ ରିପୋର୍ଟରେ କୁହାଯାଉଛି ।
ଇନଷ୍ଟାଗ୍ରାମ ହେଡ ଆଡାମ ମୋସେରୀ ଘୋଷଣା କରିଛନ୍ତି ଯେ,"ଥ୍ରେଡ୍ସ ଆପରେ ରିପୋଷ୍ଟ ଫିଚର ରୋଲଆଉଟ କରୁଛି । ଫଲୋଇଂ ଫିଡରେ ରେପୋଷ୍ଟ ଯୋଡି ହେବାକୁ ଯାଉଛି । ଆମେ ଆପଣଙ୍କର ପ୍ରୋଫାଇଲରେ ଏକ ନୂଆ ରିପୋଷ୍ଟ ଫିଚର ଲଞ୍ଚ ହେବାକୁ ଯାଉଛି । ଏହା ଦ୍ବାରା ଆପଣ ପୋଷ୍ଟକୁ ରିପୋଷ୍ଟ କରିପାରିବେ । ଏହାସହ ଏହି ଫିଚର ଦ୍ବାରା ଆପଣ ରିପୋଷ୍ଟ କରିଥିବା ପୋଷ୍ଟକୁ ଏକ ସ୍ଥାନରେ ଦେଖିପାରିବେ । ଆମେ ଆପଣଙ୍କର ପ୍ରତିକ୍ରିୟା ଆଧାରରେ ଆପରେ ଏହି ରିପୋଷ୍ଟ ଫିଚର ରୋଲଆଉଟ କରୁଛୁ।"