ଓଡିଶା

odisha

ETV Bharat / science-and-technology

ବର୍ଷ ଆରମ୍ଭରୁ ବଦଳିଲା ନିୟମ, ଆଧାର କାର୍ଡରୁ ୟୁପିଆଇ ଆଇଡି

Rules changed regarding Aadhar Card: ଆଧାର କାର୍ଡ ଠାରୁ ନେଇ ୟୁପିଆଇ ଆଇଡି, ବର୍ଷ ଆରମ୍ଭରୁ ପରିବର୍ତ୍ତନ ହେଲା ନିୟମ। ଅଧିକ ପଢନ୍ତୁ

sim card rule
sim card rule

By ETV Bharat Odisha Team

Published : Jan 1, 2024, 5:27 PM IST

ହାଇଦ୍ରାବାଦ: ଆରମ୍ଭ ହୋଇଛି ନବବର୍ଷ। ତେବେ ବର୍ଷ ବଦଳିବା ସହିତ ଅନେକ ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି। ଯାହା ସାଧାରଣ ଜୀବନଶୈଳୀକୁ ପ୍ରଭାବିତ କରିଥାଏ। ତେବେ ଜାନୁଆରୀ ପହିଲାରୁ ଅନେକ ନିୟମରେ ପରିବର୍ତ୍ତନ ହୋଇଛି। ଆଧାରକାର୍ଡ ଠାରୁ ଆରମ୍ଭ କରି ସିମ୍ କାର୍ଡ ନିୟମରେ ପରିବର୍ତ୍ତନ ହୋଇଛି।

ୟୁପିଆଇ ଆଇଡି: ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ(NPIC)ର ଗାଇଡଲାଇନ ଅନୁସାରେ, ଯଦି ଜଣେ ୟୁପିଆଇ ୟୁଜର୍ସ ଯଦି ଏକ ବର୍ଷ ପର୍ଯ୍ୟନ୍ତ ୟୁପିଆଇ ଆଇଡିକୁ ସଞ୍ଚାଳିତ କରିବେ ନାହିଁ ଅର୍ଥାତ ଆକାଉଣ୍ଟ ସକ୍ରିୟ ନଥିଲେ , ସେହି ବ୍ୟକ୍ତିଙ୍କର ୟୁପିଆଇ ଆଇଡିକୁ ନିଷ୍କ୍ରିୟ କରି ଦିଆଯିବ। ଅର୍ଥାତ ଜଣେ ୟୁପିଆଇ ୟୁଜର୍ସ ଏକ ବର୍ଷ ଭିତରେ କୌଣସି ପ୍ରକାର ଟ୍ରାଞ୍ଜେକ୍ସନ କରିନଥିବେ ତାହେଲେ ସେହି ୟୁଜର୍ସଙ୍କ ୟୁପିଆଇ ଆଇଡିକୁ ବନ୍ଦ କରି ଦିଆଯିବ। କିନ୍ତୁ ଯଦି ୟୁଜର୍ସ ଏକ ବର୍ଷ ମଧ୍ୟରେ ଯଦି ବ୍ୟାଙ୍କ ବାଲାନ୍ସ ବି ଚେକ କରିଥିଲେ ତାହାଲେ ୟୁପିଆଇ ଆଇଡିକୁ ନିଷ୍କ୍ରିୟ କରାଯିବ ନାହିଁ।

ସିମ କାର୍ଡ: ତେବେ ନୂଆ ଟେଲିକମ ଆକ୍ଟ ଲାଗୁ ହେବା ସହିତ ସିମ କିଣିବା ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ହୋଇଛି। ସିମ କାର୍ଡ ବିକ୍ରି ଏବଂ କିଣିବା ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଫର୍ଜି ସିମ ବିକ୍ରିକୁ ରୋକିବା ପାଇଁ ଅନେକ ନିୟମ ଲାଗୁ କରାଯାଇଛି। ବର୍ତ୍ତମାନ ସିମ କାର୍ଡ କିଣିବା ପାଇଁ ଗ୍ରାହକଙ୍କୁ ବାୟୋମେଟ୍ରିକ ପ୍ରିଣ୍ଟ ସହିତ ଡିଜିଟାଲ କେଓ୍ବାଇସିର ମଧ୍ୟ ଆବଶ୍ୟକତା ରହିଛି। ତେବେ ଅବୈଧ ଭାବେ ସିମ କିଣିବା କିମ୍ବା ନକଲି ସିମ ରଖିବା ଦ୍ବାରା 50 ଲକ୍ଷ ଟଙ୍କାର ଜରିମାନା ସହିତ 3 ବର୍ଷ ଜେଲ ଦଣ୍ଡ ନିୟମ କରାଯାଇଛି। ସିମ କାର୍ଡ ଆକ୍ଟିଭେଟ ସମୟରେ ଟେଲିକମ କମ୍ପାନୀ ଗ୍ରାହକଙ୍କ ଇ କେଓ୍ବାଇସି ଭରିବେ। କିନ୍ତୁ ଅନ୍ୟ ନିୟମ ସବୁ ସମାନ ରହିବ।

ଏହା ମଧ୍ୟ ପଢନ୍ତୁ: Rules Change From 1st Sept 2023: ରାତିପାହିଲେ ବଦଳି ଯିବ ଏସବୁ ନିୟମ

ଆଧାର କାର୍ଡ: ସିମ କାର୍ଡ ସହିତ ଆଧାର କାର୍ଡ ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି। 2023 ମସିହା ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଆଧାର କାର୍ଡରେ ପରିବର୍ତ୍ତନ ପାଇଁ ନିଶୁଳ୍କ ରହିଥିଲା। କିନ୍ତୁ ଏହି ନିୟମରେ ଆଜି ଠାରୁ ପରିବର୍ତ୍ତନ କରାଯାଇଛି। ଆଜି ଠାରୁ ଆଧାର କାର୍ଡରେ କୌଣସି ପରିବର୍ତ୍ତନ ପାଇଁ 50 ଟଙ୍କା ଦେୟ ଦେବା ନେଇ ଧାର୍ଯ୍ୟ କରାଯାଇଛି।

ଡିମାର୍ଟ ଆକାଉଣ୍ଟ: ଯଦି ଆପଣଙ୍କର ଡିମାଟ ଆକାଉଣ୍ଟ ରହିଛି କିମ୍ବା ଡିମାଟ ଆକାଉଣ୍ଟ ସାହାଯ୍ୟରେ ଆପଣ ଇନଭେଷ୍ଟମେଣ୍ଟ କିମ୍ବା ଟ୍ରେଣ୍ଡିଂ କରୁଛନ୍ତି, ତେବେ ଏହି ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏଥିରେ ନୋମିନି ରଖିବା ବାଧ୍ୟତାମୂଳକ କରାଯାଇଛି। ଡିମାଟ ଆକାଉଣ୍ଟରେ ନୋମିନି ଯୋଡିବାର ଶେଷ ତାରିଖ 2023 ଡିସେମ୍ବର 31 ରହିଥିଲା। କିନ୍ତୁ ଏହି ନିୟମର ସମୟସୀମାକୁ ପୁଣି ବୃଦ୍ଧି କରାଯାଇଛି। ଆସନ୍ତା ଜୁନ ମାସ ଯାଏଁ ନିୟମରେ ନୋମିନି ଯୋଡି ପାରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details