ସାନ ଫ୍ରାନ୍ସିସ୍କୋ: ଟେସଲାର ବହୁ ପ୍ରତିକ୍ଷିତ ସେମି ଟ୍ରକ ବା ଇଲେକ୍ଟ୍ରିକ୍ ଟ୍ରକ୍ ନିର୍ମାଣ ଆରମ୍ଭ ହେବାକୁ ଯାଉଛି(Tesla to deliver first Semi Trucks to Pepsi by December 1) । 500 ମାଇଲ(800 କିଲୋମିଟର) ରେଞ୍ଜ କ୍ଷମତା ଥିବା ଏହି ଟ୍ରକ୍ ପ୍ରଥମେ ମ୍ରୁଦୁ ପାନୀୟ କମ୍ପାନୀ ପେପ୍ସିକୁ ସୁବିଧା ଯୋଗାଇବ ବୋଲି ଏଲନ୍ ମସ୍କ(Elon Musk) ଆଜି(ଶୁକ୍ରବାର) ଘୋଷଣା କରିଛନ୍ତି । ଡିସେମ୍ବର 1 ସୁଦ୍ଧା ଏହି ସୁବିଧା ଉପଲବ୍ଧ ହେବ ।
ମସ୍କ ଏକ ଟ୍ବିଟର ପୋଷ୍ଟ କରି କହିଛନ୍ତି, "ଏହା ଘୋଷଣା କରି ମୁଁ ଅତି ଉତ୍ସାହିତ ଯେ, ଡିସେମ୍ବର 1ରେ Pepsi କମ୍ପାନୀରେ ପ୍ରଥମ ସେମି ଟ୍ରକ ପହଞ୍ଚିବ। ! 500 ମାଇଲ୍ ରେଞ୍ଜ୍ କ୍ଷମତା ବିଶିଷ୍ଟ ଏହି ସେମି ଟ୍ରକ୍ ଚଳାଇବା ମଜାଦାର ରହିବ ।" ପେପ୍ସି ପକ୍ଷରୁ ଡିସେମ୍ବର 2017ରେ 100ଟି ସେମି ଟ୍ରକ୍ ଅର୍ଡର କରାଯାଇଥିଲା । ଏକ ଟେସଲା ସେମି ଟ୍ରକ୍ ପାଇଁ ଆଗୁଆ 20,000 ଡଲାର ଦେବାକୁ ପଡିଥାଏ ।