ଓଡିଶା

odisha

Cryptocurrency: ଏଣିକି ଟେଲିଗ୍ରାମରେ ପଠାଇ ହେବ କ୍ରିପ୍ଟୋକରେନ୍ସି

By

Published : May 2, 2022, 5:07 PM IST

ନିଜ ଟୋକନ ଦେବା ପରେ ଏବେ କ୍ରିପ୍ଟୋକରେନ୍ସିକୁ ସମର୍ଥନ କରିବ ଏନକ୍ରିପ୍ଟେଡ ମେସେଜିଂ ଆପ୍ ଟେଲିଗ୍ରାମ । ଅଧିକ ପଢନ୍ତୁ

Cryptocurrency: ଏଣିକି ଟେଲିଗ୍ରାମରେ ପଠାଇ ହେବ କ୍ରିପ୍ଟୋକରେନ୍ସି
Cryptocurrency: ଏଣିକି ଟେଲିଗ୍ରାମରେ ପଠାଇ ହେବ କ୍ରିପ୍ଟୋକରେନ୍ସି

ସାନଫ୍ରାନ୍ସିକୋ:ଏନକ୍ରିପ୍ଟେଡ ମେସେଜିଂ ଆପ୍ ଟେଲିଗ୍ରାମ(Telegram) ପୂର୍ବରୁ ଟୋକେନ୍ ଛାଡିବା ପରେ ଏହା ବର୍ତ୍ତମାନ କ୍ରିପ୍ଟୋ ପେମେଣ୍ଟକୁ ଅନୁମତି ଦେଇଛି । ଏକ ରିପୋର୍ଟ ଅନୁଯାୟୀ ଟେଲିଗ୍ରାମ ଏହି ନିଷ୍ପତ୍ତି ନେବା ପରେ କ୍ରିପ୍ଟୋ ପେମେଣ୍ଟ ମେସେଜିଂ ପ୍ଲାଟଫର୍ମରେ ମୁଖ୍ୟସ୍ରୋତରେ ସାମିଲ ହୋଇପାରେ ବୋଲି ଆଶା କରାଯାଉଛି । ଟନ୍‌ କଏନ୍ ଟୋକେନ ପରିଚାଳନା କରୁଥିବା TON ଫାଉଣ୍ଡେସନ୍ ଅନ୍ୟ ଉପଭୋକ୍ତାଙ୍କୁ ବିନା ଶୁଳ୍କରେ କ୍ରିପ୍ଟୋ ପେମେଣ୍ଟ ପାଇଁ ମଧ୍ୟ ଅନୁମତି ଦେଇଥିବା ଜଣାପଡ଼ିଛି ।

ତେବେ ଟେଲିଗ୍ରାମ ଅନ୍ୟ ଆପ୍ ମଧ୍ୟରେ ବିଟକଏନ୍(bitcoin) କିଣିବାର କ୍ଷମତା ରଖିଛି । ୫୫୦ ମିଲିୟନ ୟୁଜର୍ସ ଥିବା ଟେଲିଗ୍ରାମ ପ୍ରଥମେ ନିଜ ଟୋକନ ବ୍ୟବସ୍ଥା ପାଇଁ କ୍ରିପ୍ଟୋକରେନ୍ସିକୁ ଅନୁମତି ଦେଇନଥିଲା । ମାତ୍ର ସିକ୍ୟୁରିଟି ଏବଂ ଏକ୍ସଚେଞ୍ଜ୍ କମିଶନ(SEC) ଏହାକୁ ବେଆଇନ ଟୋକନ୍ ଅଫର୍(Illegal token offering) ବୋଲି କହିଥିଲା । ଫଳରେ ଟେଲିଗ୍ରାମକୁ SECକୁ ଫାଇନ ମଧ୍ୟ ଭରିବାକୁ ପଡ଼ିଥିଲା । ଏହାପରେ ଏହି ମେସେଜିଂ ଆପ୍ ଟନକଏନ(Toncoin)କୁ ଅନୁମତି ଦେଇଛି । ଏହି ଆପ୍‌ ବ୍ୟବହାର କରି ଉପଭୋକ୍ତା କ୍ରିପ୍ଟୋକରେନ୍ସିର ବ୍ୟବହାର କରିପାରିବେ ।

ଏହି ଟନକଏନ ପଠାଇବା ପାଇଁ ପ୍ରଥମେ ଉପଭୋକ୍ତାଙ୍କୁ ଟେଲିଗ୍ରାମରେ ଅନ୍ୟ ଉପଭୋକ୍ତା ସହିତ ଟ୍ରାନଜାକ୍ସନ କରିବା ଆବଶ୍ୟକ । ଏହାପରେ ଉକ୍ତ ଉପଭୋକ୍ତାଙ୍କୁ ଟନକଏନ ପଠାଯାଇପାରିବ । ତେବେ ସୂଚନା ଥାଉ କି ବିଟକଏନ ହେଉଛି ଏକ ଡିଜିଟାଲ କରେନ୍ସି ( ଅନଲାଇନ ୱାଲେଟ)। ବିଶ୍ବର ସବୁଠୁ ମୂଲ୍ୟବାନ କ୍ରିପ୍ଟୋ କରେନ୍ସି । ଏହା ବ୍ଲକ ଚେନ ଟେକନିକ ଉପରେ ଆଧାରିତ । ଅନଲାଇନରେ ଦ୍ରବ୍ୟ କ୍ରୟ ପାଇଁ ଏହାକୁ ବ୍ୟବହାର କରାଯାଏ ।

ବିଟକଏନ ଦ୍ବାରା ବିଶ୍ବର ଯେକୌଣସି ସ୍ଥାନରୁ ସିଧାସଳଖ କିଣାବିକା କରାଯାଇ ପାରେ । ଏହା ଏକ ଭର୍ଚ୍ଚୁଆଲ ମୁଦ୍ରା ହୋଇଥିବାରୁ ବିଶ୍ବର କୌଣସି ସରକାରଙ୍କ ଏହା ଉପରେ ନିୟନ୍ତ୍ରଣ ନାହିଁ । ଏପରିକି କେନ୍ଦ୍ର ବ୍ୟାଙ୍କରୁ ମଧ୍ୟ ଏହା ସ୍ବତନ୍ତ୍ର । ଯାହାକି ଏହାର ସବୁଠୁ ବଡ ଅସୁବିଧା । ଏକ ବିଟକଏନ 6,46,362.43 ଭାରତୀୟ ମୁଦ୍ରା ସହ ସମାନ ।

@IANS

For All Latest Updates

ABOUT THE AUTHOR

...view details