ଓଡିଶା

odisha

ETV Bharat / science-and-technology

Laptopଠୁ ଅଧିକ ଲୋକପ୍ରିୟ ହେବ Tablet: Google - ଟାବଲେଟ ଚାହିଦାକୁ ନେଇ ଗୁଗଲ୍‌ର ମତ

ଆଗାମୀ ଦିନରେ ବଢିବାକୁ ଯାଉଛି ଟାବଲେଟ୍‌( Tablet)ର ଲୋକପ୍ରିୟତା । ଫଳରେ ଏହାର ପ୍ରଡକ୍ଟିଭିଟି ବଢିବା ସହିତ କମ ଦାମରେ ବଜାରରେ ମିଳିବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

Laptopଠୁ ଅଧିକ ଲୋକପ୍ରିୟ ହେବ Tablet: Google
Laptopଠୁ ଅଧିକ ଲୋକପ୍ରିୟ ହେବ Tablet: Google

By

Published : Mar 12, 2022, 4:47 PM IST

ସାନଫ୍ରାନ୍ସିକୋ: ଆଗକୁ ଲ୍ୟାପଟପ୍‌ ଠାରୁ ଅଧିକ ଲୋକପ୍ରିୟ ହେବାକୁ ଯାଉଛି ଟାବଲେଟ୍‌ । ମହାମାରୀ ଯୁଗ ଆସିବା ପରେ ବଜାରରେ ଏହାର ଚାହିଦା ବଢିଛି । ଭବିଷ୍ୟତରେ ଏହାର ଲୋକପ୍ରିୟତା ଲ୍ୟାପଟପ୍‌ର ବ୍ୟବହାରକୁ ଲୋପ କରାଇପାରେ ବୋଲି କହିଛନ୍ତି ଆଣ୍ଡ୍ରଏଡ଼ ସହ-ପ୍ରତିଷ୍ଠାତା ରିଚ୍‌ ମାଇନର(Android co-founder Rich Miner) କହିଛନ୍ତି । ଟାବଲେଟର ବିକ୍ରି ଆଗକୁ "crossover point"ର ଟାର୍ଗେଟକୁ ଅତିକ୍ରମ କରିବ ବୋଲି ସେ ବିଶ୍ବାସ କରିଛନ୍ତି ।

ବର୍ଷକୁ ଲ୍ୟାପଟପ୍‌ଠାରୁ ଟାବଲେଟକୁ ଗ୍ରାହକ ଅଧିକ କିଣିବେ ବୋଲି ସେ ବିଶ୍ବାସ କରିଥିବା କହିଛନ୍ତି । ଯଦି ଥରେ ଟାବଲେଟର ବିକ୍ରି କ୍ରସଓଭର ପଏଣ୍ଟକୁ ଅତିକ୍ରମ କରେ ତେବେ ଏହା ଆଉ ପଛକୁ ଫେରିବ ନାହିଁ । ଆଗକୁ ଆପ୍ଲିକେସନ(Apps)ଗୁଡିକ ପ୍ରଥମେ ଟାବଲେଟ କଥା ଚିନ୍ତା କରି ନିଜ ଆପ୍ଲିକେସନକୁ ଡିଜାଇନ କରିବେ । ଏହାସହିତ ଟାବେଲଟ ଆଗକୁ ଅଧିକ ଉତ୍ପାଦନ ହେବା ସହିତ ଲ୍ୟାପଟପଠାରୁ କମ ଦାମରେ ମିଳିବ ବୋଲି ସେ କହିଛନ୍ତି ।

ଟାବଲେଟକୁ କ୍ରିଏଟିଭିଟି ପାଇଁ ବ୍ୟବହାର କରାଯିବ । ଏହା ଲ୍ୟାପଟାପଠାରୁ ଅଧିକ ପୋର୍ଟେବଲ ହୋଇଥିବାରୁ ଏହା ଗ୍ରାହକଙ୍କ ନିକଟରେ ଅଧିକ ଗୃହୀତ ହେବ ବୋଲି କହିଛନ୍ତି ମାଇନର । କମ୍ପାନୀ Android 12ର ଅନ୍ୟ ଏକ ଭର୍ସନ Android 12L ସମ୍ପର୍କରେ ଘୋଷଣା କରିଛି । ଏହା ଫୋଲ୍ଡେବଲ୍‌ (foldable) ସହିତ ଏଥିରେ ChromeOS ଡିଭାଇସ ରହିଛି । ଏହି ଡିଭାଇସ ଭଲ ସପୋର୍ଟ କରିବା ପାଇଁ ଗୁଗଲ୍‌ OS ରେ ନୂଆ ଫିଚର ସମ୍ପର୍କରେ ମଧ୍ୟ ଘୋଷଣା କରିଛି ।

ଏଥିମଧ୍ୟରେ ଡିଭାଇସରେ ବଡ଼ ସ୍କ୍ରିନ ସହିତ Jetpack Compose ରହିଛି । ଫଳରେ ଆପ୍ଲିକେସନ ଗୁଡିକ ଭଲ ଭାବେ ଡିଭାଇସ ଦ୍ବାରା ଗୃହୀତ ହୋଇପାରିବ । ଏଭଳି ଅନେକ ନୂଆ ଫିଚର ଆଣିବା ଦ୍ବାରା ଗ୍ରାହକ ଲ୍ୟାପଟପ ଅପେକ୍ଷା ଟାବଲେଟକୁ ଅଧଇକ ପସନ୍ଦ କରିବେ ।

@IANS

ABOUT THE AUTHOR

...view details