ୱାଶିଟଂନ: ମଣିଷକୁ ଜୀବଜଗତର ସବୁଠୁ ବୁଦ୍ଧିମାନ ପ୍ରାଣୀ ଭାବେ ବିବେଚନା କରାଯାଏ । ଏହାର ଭଲମନ୍ଦ ବାଛିବାର କ୍ଷମତା ରହିଥାଏ । ମାତ୍ର ପୃଥିବୀପୃଷ୍ଠରେ ଥିବା ଛୋଟ ଛୋଟ ଜୀବ ମଧ୍ୟ ନିଜ ଜୀବନ ମଧ୍ୟରେ ନିଷ୍ପତ୍ତି ନେଇଥାନ୍ତି । ତେବେ ଆମେ ଏଠାରେ ଜିଆ ସମ୍ପର୍କରେ ଆଲୋଚନା କଲେ ଏହି ଛୋଟ ଇନଭର୍ଟିବ୍ରେଟ(ମେରୁଦଣ୍ଡ ନଥିବା ଜୀବ) ମଧ୍ୟ ନିଷ୍ପତ୍ତି ନିଏ । ଏ ସମ୍ପର୍କରେ ଜାଣିବା ନିହାତି କୌତୁହଳପୂର୍ଣ୍ଣ ବିଷୟ । ଆମେରିକାର SALK ଇନଷ୍ଟିଚ୍ୟୁଟ ଏହା ଉପରେ ଗବେଷଣା କରିଛି । ଜିଆର ମୋଟ ୩୦୨ଟି ସ୍ନାୟୁତନ୍ତ୍ର ଥିବା ବେଳେ ଏହା ମାଧ୍ୟମରେ ସେ ନିଷ୍ପତ୍ତି ନେଇଥାଏ ।
ଏହି ଗବେଷଣାରେ ଗବେଷକମାନେ ମୁଖ୍ୟତଃ ୨ଟି ପ୍ରଜାତି(Species) ଉପରେ ଗୁରୁତ୍ବାରୋପ କରିଛନ୍ତି । Caenorhanditis elegans ଓ Pristionchus pacificus ପ୍ରଜାତିର ଜୀବ ଉପରେ ହୋଇଛି ଗବେଷଣା । ସେମାନଙ୍କ ନିଷ୍ପତ୍ତି ନେବାର କ୍ଷମତା ସମ୍ପର୍କରେ ଜାଣିବା ପାଇଁ ସେମାନଙ୍କ ଆଚରଣ ଉପରେ ମଧ୍ୟ ଗବେଷଣା ହୋଇଥିଲା । କାରଣ ଜଣଙ୍କ ଆଚରଣରୁ ତା'ର ମସ୍ତିଷ୍କର କାର୍ଯ୍ୟକଳାପ ସମ୍ପର୍କରେ ମଧ୍ୟ ଜଣାପଡ଼ିଥାଏ । ଏଥିଲାଗି ଜିଆଙ୍କ ଆଚରଣ ଉପରେ ଗବେଷଣା କରାଯାଇଛି ବୋଲି ଇନଷ୍ଟିଚ୍ୟୁଟର ସହକାରୀ ପ୍ରଫେସର ଶ୍ରୀକାନ୍ତ ଚାଲସାନୀ କହିଛନ୍ତି ।
ଜିଆମାନେ ନିଷ୍ପତ୍ତି ନେବା ପାଇଁ ଅନେକ ଷ୍ଟ୍ରାଟେଜି ବନାଇଥାନ୍ତି । ତନ୍ମଧ୍ୟରୁ ସେ ଗୋଟିଏକୁ ଚୟନ କରିଥାନ୍ତି । ପରିସ୍ଥିତି ଦେଖି ସେମାନେ ସେହି ଅନୁସାରେ ନିଷ୍ପତ୍ତି ନେଇଥାନ୍ତି । ଯେତେବେଳେ ପରଜୀବୀ ଜିଆ(Predatory Worm)ଟି ଖାଦ୍ୟ ଗ୍ରହଣ ସମୟରେ ଉତ୍ସକୁ କାମୁଡ଼ିଥାଏ ତାହା ଉପରେ ମଧ୍ୟ ଗବେଷଣା କରାଯାଇଥିଲା । ତେବେ ସେ କେଉଁ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟକୁ ନେଇ କାମୁଡ଼ିବାକୁ ଯାଇଥାଏ ବୋଲି ଗବେଷକମାନେ ଏହାର କାରଣ ଖୋଜିଥିବା କହିଛନ୍ତି ।