ଓଡିଶା

odisha

ETV Bharat / science-and-technology

ବୈଜ୍ଞାନିକଙ୍କ ସତର୍କବାଣୀ, 20 ବର୍ଷ ପରେ ଆଉ ଦିଶିବନି ତାରା - ଆଲୋକ ପ୍ରଦୂଷଣ

ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ବୟାନ । 20 ବର୍ଷ ପରେ ଆଉ ଦିଶିବନି ତାରା । ଅଧିକ ପଢନ୍ତୁ

Stars Could Become Invisible In 20 Years
Stars Could Become Invisible In 20 Years

By

Published : Jun 2, 2023, 1:53 PM IST

ହାଇଦ୍ରାବାଦ:ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଆଲୋକ ପ୍ରଦୂଷଣ । ତେବେ ଏହାର ବିଶେଷ ପ୍ରଭାବ ତାରା ଉପରେ ପଡିବ ବୋଲି ବିଶେଷଜ୍ଞମାନେ ସତର୍କବାଣୀ ଶୁଣାଇଛନ୍ତି । ତାରାଶୂନ୍ୟ ହେବ ନଭମଣ୍ଡଳ । ସେମାନଙ୍କ କହିବା ଅନୁସାରେ, 20 ବର୍ଷ ପରେ ଆଉ ରାତିରେ ଆକାଶରେ ତାରା ଦେଖାଯିବ ନାହିଁ । ଏହାର ମୁଖ୍ୟ କାରଣ ଆଲୋକ ପ୍ରଦୂଷଣ ବୋଲି କହିଛନ୍ତି ଜ୍ୟୋର୍ତିବିଜ୍ଞାନୀ ମାର୍ଟିନ ରିଜ ।

ତେବେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ବିଶ୍ବର ପ୍ରାୟ ଏକ ତୃତୀୟାଂଶ ଲୋକଙ୍କ ପାରେ ମିଲ୍ସ ଓ୍ବେ ଗାଲାକ୍ସିକୁ ଦେଖିବାର କ୍ଷମତା ନାହିଁ ବୋଲି 2016ରେ ଜ୍ୟୋର୍ତିବିଜ୍ଞାନୀମାନେ କହିଥିଲେ । କୃତ୍ରିମ ଆଲୋକ ଦ୍ୱାରା ରାତି ଆକାଶର ଅନ୍ଧକାର ହ୍ରାସ ପାଇବାରେ ଲାଗିଛି । ଏଲ୍ଇଡିର ବ୍ୟବହାର ବୃଦ୍ଧି ସହ ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି । ବିଶେଷ କରି ସହରାଞ୍ଚଳରେ ଏହାର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଆଲୋକ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ବଢୁଥିବା ପ୍ରଦୂଷଣ ପ୍ରତିବର୍ଷ ରାତିରେ ଆକାଶକୁ 10 ପ୍ରତିଶତ ହାରରେ ଆଲୋକିତ କରୁଛି । ଫଳରେ ତାରା ଦେଖିବା ଆଉ ସମ୍ଭବପର ହୋଉନାହିଁ । ଯଦି ଆଗକୁ ମଧ୍ୟ ଏଭଳି ପରିସ୍ଥିତି ଲାଗି ରୁହେ ତାହେଲେ ଆଗାମୀ ପିଢି ଆଉ ତାରା ଦେଖିପାରିବେ ନାହିଁ ।

ସେ ଏହାର ଏକ ଉଦାହରଣ ଦେଇ ଜର୍ମାନ ସେଣ୍ଟର ଫର ଜିଓ ସାଇନ୍ସର ଖ୍ରୀଷ୍ଟୋଫର କାଏବା କହିଛନ୍ତି ଯେ, ଶିଶୁଟିଏ ଜନ୍ମ ହେବା ବେଳକୁ ଯଦି ଯଦି ସେହି ଅଞ୍ଚଳର ଆକାଶରେ 250ଟି ତାରା ଦେଖାଯାଉଥିବା, ତାହାଲେ ତାକୁ 18 ବର୍ଷ ହେବା ବେଳକୁ ସେ ଆକାଶରେ କେବଳ 100 ହିଁ ତାରା ଦେଖିପାରିବ । କିଛି ଦଶନ୍ଧି ପୂର୍ବରୁ ଲୋକ ଆକାଶରେ ତାରା ଭର୍ତ୍ତି ହୋଇଥିବା ଦେଖିବାକୁ ପାଉଥିଲେ । କିନ୍ତୁ ବର୍ତ୍ତମାନ କ୍ବଚିତ ପରିମାଣରେ ତାରା ଦୃଶ୍ୟମାନ ହେଉଛି । କେବଳ ସମ୍ଭ୍ରାନ୍ତ ଶ୍ରେଣୀ ବା ଗରିବ ଶ୍ରେଣୀର ଲୋକେ ହିଁ ଏହାକୁ ଦେଖିପାରୁଛନ୍ତି । "

ଏଲ୍ଇଡି ଏବଂ ଅନ୍ୟ ଅତ୍ୟଧିକ ଉଜ୍ୱଳ ଆଲୋକର ବହୁଳ ବ୍ୟବହାର ଯୋଗୁ ମାତ୍ରାଧିକ ବୃଦ୍ଧି ପାଉଛି ଆଲୋକ ପ୍ରଦୂଷଣ । ତେବେ ଏଥିରେ ସୁଦ୍ଧାର ଆଣିବା ପାଇଁ ମଧ୍ୟ କେତେକ ପ୍ରସ୍ତାବ ଦିଆଯାଇଛି । ସ୍ୱଳ୍ପ ବାହ୍ୟ ଆଲୋକୀକରଣ, ଏଲ୍‌ଇଡି ଲାଇଟକୁ ତଳ ଆଡ଼କୁ ନୁଆଁଇବା, ନୀଳ ଓ ଧଳା ସହିତ ନାଲି ଓ କମଳା ରଙ୍ଗର ଆଲୋକ ବ୍ୟବହାର କରିଲେ କିଛି ମାତ୍ରାରେ ଆଲୋକ ପ୍ରଦୂଷଣକୁ ରୋକାଯାଇପାରିବ ।

ତେବେ ଏନେଇ ଲଣ୍ଡନର ଏକ ପ୍ରଫେସର କହିଛନ୍ତି, ଏଲଇଡିର ନୀଳ ଆଲୋକରେ ଇନଫ୍ରାରେଡ ଲାଇଟ ରହୁନାହିଁ । ଏହା ସ୍ବାସ୍ଥ୍ୟ ପକ୍ଷେ ମଧ୍ୟ ହାନିକାରକ ହୋଇଥାଏ । ଇନଫ୍ରାରେଡ ଲାଇଟ ଶରୀର ଉପରେ ପଡିବା ଦ୍ବାରା ରକ୍ତରେ ଶର୍କରାର ସ୍ତରକୁ କମାଇଥାଏ । ତେବେ ଅନ୍ୟପଟେ କେତେକାଂଶରେ ଡାଇବେଟିସ ଏବଂ ଉଚ୍ଚରକ୍ତଚାପ ମଧ୍ୟ ହେଉଛି । ଏହା ଆଖି ପାଇଁ ମଧ୍ୟ କ୍ଷତିକାରକ ବୋଲି କୁହାଯାଇପାରେ ।

ଯଦି ଆମେ ପଶୁପକ୍ଷୀଙ୍କ କଥା ଦେଖିବା ତାହେଲେ ଯେଉଁମାନେ ତାରା ଦେଖିପାରନ୍ତି ବା ଚନ୍ଦ୍ରାଲୋକ ଉପରେ ନିର୍ଭର କରି ଚଳନ୍ତି, ସେମାନଙ୍କ ଉପରେ ଖରାପ ପ୍ରଭାବ ପଡୁଛି । କଇଁଛଙ୍କ କ୍ଷେତ୍ରରେ ଅଣ୍ଡାଦାନ ପ୍ରକ୍ରିୟା ହ୍ରାସ ପାଉଥିବା ବେଳେ ବଂଶବୃଦ୍ଧି ମଧ୍ୟ କମିଯାଉଛି । ତେବେ ଆଲୋକ ପ୍ରଦୂଷଣ ଯଦି ବୃଦ୍ଧି ପାଏ ତାହାଲେ ଆଗାମୀ 20 ବର୍ଷ ପରେ ଆଉ ତାରା ଦେଖାଯିବ ନାହିଁ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details