ଓଡିଶା

odisha

By

Published : Oct 23, 2022, 8:28 AM IST

ETV Bharat / science-and-technology

ଇତିହାସ ରଚିଲା ଇସ୍ରୋ: ସବୁଠୁ ଭାରି ରକେଟରେ ୩୬ଟି ଉପଗ୍ରହର ସଫଳ ଉତକ୍ଷେପଣ

ଇତିହାସ ରଚିଲା ଇସ୍ରୋ । ଇସ୍ରୋର ସବୁଠୁ ଓଜନିଆ ରକେଟ 'LVM-3' ସହାୟତାରେ 36ଟି ବ୍ରଡବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହର ସଫଳ ଉତକ୍ଷେପଣ ହୋଇଛି । ଅଧିକ ପଢନ୍ତୁ

ଇତିହାସ ରଚିଲା ଇସ୍ରୋ: ସବୁଠୁ ଭାରି ରକେଟରେ ୩୬ଟି ଉପଗ୍ରହର ସଫଳ ଉତକ୍ଷେପଣ
ଇତିହାସ ରଚିଲା ଇସ୍ରୋ: ସବୁଠୁ ଭାରି ରକେଟରେ ୩୬ଟି ଉପଗ୍ରହର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ:ମହାକାଶରେ ଆଉ ଏକ ଇତିହାସ ରଚିଲା ଇସ୍ରୋ । ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ISRO) ଶନିବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୭ରେ ରକେଟ୍ ନେଟୱାର୍କ ଆକ୍ସେସ୍ ଆସୋସିଏଟେଡ୍ ଲିମିଟେଡ୍ (OneWeb)ର 36ଟି ବ୍ରଡବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ(communication satellites) ଉତକ୍ଷେପଣ କରିଛି । ଇସ୍ରୋର ସବୁଠୁ ଓଜନିଆ ରକେଟ 'LVM-3' ସହାୟତାରେ ଏହାର ସଫଳ ଉତକ୍ଷେପଣ ହୋଇଛି । ସମସ୍ତ ଉପଗ୍ରହ ଗୁଡିକ ସଫଳତାର ସହ କକ୍ଷପଥର ଅବସ୍ଥାପିତ ହୋଇଛି ।

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତିଶ ଧାୱନ ରକେଣ୍ଟ ସେଣ୍ଟରରୁ ଏହି ଉତକ୍ଷେପଣ କରିଛି ISRO । ଏହି ୩୬ଟି ଉପଗ୍ରହକୁ ପୃଥିବୀରେ ଖୁବ୍ ନିକଟତର କକ୍ଷପଥରେ ଅବସ୍ଥାପିତ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନ ଦ୍ବାରା ଏହି ଐତିହାସିକ ଲକ୍ଷ୍ୟ ସାଧନ ହୋଇପାରିଛି ବୋଲି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି । ଏହାସହିତ ସେ କହିଛନ୍ତି, ଚନ୍ଦ୍ରଯାନ-୩ ପ୍ରାୟତଃ ପ୍ରସ୍ତୁତ ହୋଇସାରିଛି । ଚୂଡାନ୍ତ ପରୀକ୍ଷା ମଧ୍ୟ ସରିଛି । ଆଉ କିଛି କାମ ବାକି ଅଛି । ତେଣୁ ଆସନ୍ତା ବର୍ଷ ଫବୃୟାରୀ କିମ୍ବା ଜୁନରେ ଚନ୍ଦ୍ରଯାନ ୩ ଉତକ୍ଷେପଣ କରାଯିବ ।

ଏହାମଧ୍ୟ ପଢନ୍ତୁ: Countdown Begins: ଆଜି ମଧ୍ୟରାତ୍ରରେ ଉତକ୍ଷେପଣ ହେବ ଇସ୍ରୋର ଐତିହାସିକ LVM-3 ରକେଟ

କହିରଖୁଛି, ‘ୱାନୱେବ' ହେଉଛି ଏକ ଘରୋଇ ଉପଗ୍ରହ ଯୋଗାଯୋଗ କମ୍ପାନୀ । ଭାରତୀ ଏଣ୍ଟରପ୍ରାଇଜେସ୍ ୱାନୱେବର ଏକ ପ୍ରମୁଖ ନିବେଶକ ଏବଂ ଅଂଶୀଦାର । ଏହି ଅଭିଯାନ ବିଶ୍ବ ବାଣିଜ୍ୟିକ ଉନ୍ମୋଚନ ସେବା କ୍ଷେତ୍ରରେ LVM-3କୁ ଏକ ସ୍ବତନ୍ତ୍ର ସ୍ବୀକୃତି ଦେବ ବୋଲି ବିବୃତ୍ତିରେ କୁହାଯାଇଛି । ସ୍ପେସ୍ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ସେଣ୍ଟ୍ରାଲ୍ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) କହିଛି ଯେ ଏହା NSIL ମାଧ୍ୟମରେ LVM-3 ର ପ୍ରଥମ ବ୍ୟବସାୟିକ ଉନ୍ମୋଚନ ।

ABOUT THE AUTHOR

...view details