ହାଇଦ୍ରାବାଦ:ଦୂର ହେବ ସ୍ପାମ୍ ମେଲ୍ ସମସ୍ୟା । ଜିମେଲ୍ରେ ଜେନେରେଟ୍ ହେବାକୁ ଯାଉଛି AI ପାଓ୍ବାର ସ୍ପାମ୍ ଡିଟେକ୍ସନ ସିଷ୍ଟମ୍ । ଏହା ଦ୍ବାରା ଜିମେଲ୍ରେ ଆସୁଥିବା ସ୍ପାମ୍ ମେଲ୍ ଅଲଗା ହୋଇଯିବ । ପୂର୍ବରୁ ଜିମେଲ୍ରେ ସ୍ପେସାଲ କ୍ୟାରେକ୍ଟର, ଇମୋଜି, ଟାଇପୋ ଏବଂ ଅନ୍ୟାନ୍ୟ ଟୁଲ୍ର ବ୍ୟବହାର କରାଯାଇ ସିକ୍ୟୁରିଟି ଫିଲ୍ଟରକୁ ବାଇପାସ କରିବାକୁ ଚେଷ୍ଟା କରାଯାଉଥିଲା। କିନ୍ତୁ ବର୍ତ୍ତମାନ ସ୍ପାମ ମେଲକୁ ରୋକିବାକୁ AI ପାଓ୍ବାର ସ୍ପାମ ଡିଟେକ୍ସନ ସିଷ୍ଟମ ଜେନେରେଟ କରାଯିବା ନେଇ ସୂଚନା ରହିଛି । ଏହା ଦ୍ବାରା ସ୍ପାମ ମେଲ ନେଇ ଆଉ କୌଣସି ସମସ୍ୟା ରହିବ ନାହିଁ । ତେବେ ଜାଣନ୍ତୁ କଣ ଏହି AI ପାଓ୍ବାର ସ୍ପାମ ଡିଟେକ୍ସନ ଫିଚର
RETVec ଫିଲ୍ଟର କଣ ?: ବର୍ତ୍ତମାନ ସୁଦ୍ଧା ସ୍ପାମ୍ ମେଲ୍ ଏବଂ ଫିସିଙ୍ଗ ଆଟାକକୁ ରୋକିବା ପାଇଁ ଗୁଗଲ Resilient and Efficient Text Vectorizerର ଉପଯୋଗ କରି ଆସୁଥିଲା । ଯାହା ଟେକସ୍ଟ କ୍ଲାସିଫିକେସନ ମାଧ୍ୟମରେ ଅନାବଶ୍ୟକ ମେଲ୍କୁ ସିଲେକ୍ଟ କରିବାରେ ସାହାଯ୍ୟ କରୁଥିଲା । RETVec ସିଷ୍ଟମ ସାହାଯ୍ୟରେ ଗୁଗଲ ଜିମେଲ, ୟୁଟ୍ୟୁବ ଏବଂ ଗୁଗଲ ପ୍ଲେରେ ବିପଦଯୁକ୍ତ କଣ୍ଚେଣ୍ଟ ଏବଂ ଫିସିଙ୍ଗ ଆଟାକକୁ ରୋକିବାରେ ସାହାଯ୍ୟ କରୁଥିଲା । ମୋଟାମୋଟି ଭାବେ କହିବାକୁ ଗଲେ RETVec ଏକ ପ୍ରକାର ଫିଲ୍ଚର, ଯାହା ପ୍ରି ପ୍ରୋସେସିଂ ଷ୍ଚେପ୍ସ ବିନା କୌଣସି ଟିଏଫ(TensorFlow) ମେଡଲ ସହ ଯୁକ୍ତ କରାଯାଇପାରିବ ।