ହାଇଦ୍ରାବାଦ: ଘାତକ କୋଭିଡ଼ ଭାଇରସ ଶରୀରକୁ ଅନେକ କ୍ଷେତ୍ରରେ କ୍ଷତି ପହଞ୍ଚାଇଥାଏ । ଭାଇରସରେ ଆକ୍ରାନ୍ତ ହେବା ଦ୍ବାରା ଏକ ଏକ ସୁସ୍ଥ ରୋଗୀ ଶରୀରରେ ଅନେକ ସମସ୍ୟା ଦେଖାଦିଏ । ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରୋଗୀ ଅସୁସ୍ଥ ହୋଇପଡ଼େ । ଏହାରି ମଧ୍ୟରେ ଏକ ମେଡିକାଲ ଜର୍ଣ୍ଣାଲ Lancet ପତ୍ରିକାର ରିପୋର୍ଟ ଅନୁସାରେ ଗୁରୁତର କୋଭିଡ଼ ଆକ୍ରାନ୍ତଙ୍କ ମସ୍ତିଷ୍କ ଭାଇରସ ଦ୍ବାରା ପ୍ରଭାବିତ ହୁଏ । ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉକ୍ତ ରୋଗୀର ମାନସିକ ସମସ୍ୟା ଦେଖାଦିଏ । SARS-CoV-2 ଭାଇରସରେ ଆକ୍ରାନ୍ତ ହେବା ପରେ ୧୬ ମାସ ପର୍ଯ୍ୟନ୍ତ ମଧ୍ୟ ସେମାନେ ଅବସାଦଗ୍ରସ୍ତ ରହୁଥିବା ଦେଖିବାକୁ ମିଳିଛି ।
ଯେଉଁ ଆକ୍ରାନ୍ତଙ୍କ ମଧ୍ୟରେ ୭ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଗୁରୁତର ରହୁଛନ୍ତି ସେମାନଙ୍କ କ୍ଷେତ୍ରରେ ଅଧିକାଂଶ ମାନସିକ ସମସ୍ୟା ଦେଖିବାକୁ ମିଳୁଛି । ଏହାସହିତ ଯେଉଁ ରୋଗୀ କୋଭିଡ଼ରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇନାହାନ୍ତି ସେମାନଙ୍କ କ୍ଷେତ୍ରରେ ଅବସାଦର ଲକ୍ଷଣ ୨ମାସ ମଧ୍ୟରେ ଶେଷ ହେଉଛି ବା ସେମାନେ ୨ ମାସ ମଧ୍ୟରେ ମାନସିକ ସମସ୍ୟାରୁ ମୁକ୍ତି ପାଉଛନ୍ତି । କିନ୍ତୁ ଯେଉଁ ଆକ୍ରାନ୍ତ ୭ ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ରହୁଛନ୍ତି ସେମାନଙ୍କ କ୍ଷେତ୍ରରେ ୧୬ ମାସ ପର୍ଯ୍ୟନ୍ତ ଲକ୍ଷଣ ଦେଖାଦେଉଛି ।