ୱାଶିଂଟନ: ସମୁଦ୍ର ଉପରୁ ସଠିକ୍ ତଥ୍ୟ ଦେବାକୁ ମହାକାଶକୁ ପ୍ରେରଣ ହୋଇଛି ସେଣ୍ଟିନଲ-6 ମାଇକଲ ଫ୍ରିଲିଚ୍ ସାଟେଲାଇଟ୍ । ସାଟେଲାଇଟରେ ଥିବା ସରଞ୍ଜାମ ବାୟୁମଣ୍ଡଳର ସଠିକ୍ ତଥ୍ୟ ଦେବା ସହ ପାଣିପାଗ ପୂର୍ବାନୁମାନରେ ଅଧିକ ସହାୟତା କରିବ । ଜଳବାୟୁ ସହ ବାତ୍ୟାର ଆକଳନ ସଠିକ୍ ଭାବେ ଏହା କରିପାରିବ ବୋଲି ନାସା ପକ୍ଷରୁ କୁହାଯାଇଛି ।
ସେଣ୍ଟିନଲ-6 ମାଇକଲ ଫ୍ରିଲିଚ୍ ସାଟେଲାଇଟ୍ ସେଣ୍ଟିନଲ -6 / ଜେସନ-ସିଏସ୍ ମିଶନ୍ ଦୁଇଟି ସମାନ ଉପଗ୍ରହକୁ ନେଇ ଗଠିତ ଯାହା ପାଞ୍ଚ ବର୍ଷ ବ୍ୟବଧାନରେ ଉତକ୍ଷେପଣ ହୋଇଛି ।
ସେଣ୍ଟିନଲ-6 ମାଇକଲ ଫ୍ରିଲିଚ୍ ସାଟେଲାଇଟ୍ ପ୍ରଥମ ମହାକାଶଯାନ ସେଣ୍ଟିନଲ -6 ମାଇକଲ ଫ୍ରିଲିଚ୍, ନାସାର ଆର୍ଥ ସାଇନ୍ସ ଡିଭିଜନର ପୂର୍ବତନ ନିର୍ଦ୍ଦେଶକ ଡ. ମାଇକଲ ଫ୍ରିଲିଚଙ୍କ ନାମରେ ନାମିତ ହୋଇଛି | ସେ ମହାକାଶରୁ ମହାସାଗରରେ ଜଣେ ଅଗ୍ରଦୂତ ଥିଲେ ଏବଂ ପୃଥିବୀକୁ ଭଲ ଭାବରେ ବୁଝିବାରେ ନିଜ କ୍ୟାରିଅରକୁ ଉତ୍ସର୍ଗ କରିଥିଲେ । ଆମେରିକା ସ୍ପେଶ୍ ସଂସ୍ଥା ସାଟେଲାଇଟ୍ ଲଞ୍ଚ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବାବେଳେ ଆଜି(ଶନିବାର) ଏହାର ଲଞ୍ଚ କରାଯାଇଛି ।
ସେଣ୍ଟିନଲ-6 ମାଇକଲ ଫ୍ରିଲିଚ୍ ସାଟେଲାଇଟ୍ ସେହିପରି ଏହା ଯୁଗ୍ମ ସାଟେଲାଇଟ୍ ହୋଇଥିବାବେଳେ ସେଣ୍ଟିନଲ-6B 2025ରେ ଲିଫ୍ଟ ଅଫ୍ ପାଇଁ ବ୍ୟବସ୍ଥା କରାଯାଇଛି । ଏହା ସମୁଦ୍ର ଉପରୁ ସମସ୍ତ ତଥ୍ୟ ସଠିକ୍ ଭାବେ ଦେବାରେ କାର୍ଯ୍ୟ କରିବାକୁ ଥିବାରୁ ପାଣିପାଗ ସମ୍ବନ୍ଧୀୟ ସମସ୍ତ ଖବର ସଠିକ୍ ଭାବେ ମିଳିବ ବୋଲି ନାସା ଆଶା କରିଛି ।
ସେଣ୍ଟିନଲ-6 ମାଇକଲ ଫ୍ରିଲିଚ୍ ସାଟେଲାଇଟ୍ ସେଣ୍ଟିନଲ-6 ମାଇକଲ ଫ୍ରିଲିଚ୍ ସାଟେଲାଇଟ୍ ବର୍ଷକୁ ସମୁଦ୍ର ପତ୍ତନ ପାଖାପାଖି 0.13 ଇଞ୍ଚ(3.3 ମିଲିମିଟର) ବଢୁଛି । ଯାହାକି ପାଣିପାଗ ସମ୍ବନ୍ଧୀୟ ସୂଚନା ପାଇଁ ନାସା ଲଞ୍ଚ କରିଥିବା ପ୍ରଥମ ସାଟେଲାଇଟ 1992 ମସିହାରୁ 30 ପ୍ରତିଶତ ଅଧିକ । ତେବେ ଏହି ସାଟେଲାଇଟ ପାଇଁ ଆମେ ସମସ୍ତେ ମିଳିମିଶି କାମ କରୁଥିବା ନାସା ପକ୍ଷରୁ କୁହାଯାଇଛି ।