ଓଡିଶା

odisha

ETV Bharat / science-and-technology

iScience Study: ମହାକାଶରେ ବି ଜୀବନ ସମ୍ଭବ ! ISSରେ ବିକଶିତ ହେଲା ମୂଷା ଭ୍ରୁଣ - ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ବିକଶିତ ହେଲେ ମୂଷା ଭ୍ରୁଣ

ମହାକାଶରେ ସମ୍ଭବ ଭୃଣ ବିକାଶ । ଏକଥା ଆମେ କହୁନାହିଁ, ନିକଟରେ ବୈଜ୍ଞାନିକମାନେ ଏହାକୁ ସମ୍ଭବ କରି ଦେଖାଇଛନ୍ତି । ଅଧିକ ପଢ଼ନ୍ତୁ

iScience Study
iScience Study

By ETV Bharat Odisha Team

Published : Oct 31, 2023, 2:21 PM IST

ହାଇଦ୍ରାବାଦ: ଗବେଷଣା କ୍ଷେତ୍ରରେ ସଫଳତା ହାସଲ କରିଚାଲିଛନ୍ତି ବୈଜ୍ଞାନିକ। ଏହାରି ଭିତରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ପ୍ରଥମଥର କରି ଜାପାନର ଅନୁସନ୍ଧାନକାରୀମାନେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ(ISS)ରେ ମୂଷାର ଭ୍ରୁଣର ବିକାଶ କରିବାରେ ସଫଳ ହୋଇଛି । ଯାମନ୍ସି ବିଶ୍ବବିଦ୍ୟାଳୟର ଟିମ ଲ୍ୟାବରେ ବ୍ଲାଷ୍ଟୋସିଷ୍ଟରେ ଫର୍ଟିଲାଇଜଡ୍ ମୂଷାର ଭ୍ରୁଣକୁ ବିକାଶିତ କରିଛନ୍ତି । କହିରଖୁଛୁ କି ମହାକାଶ ବିଜ୍ଞାନୀମାନେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରେ ମାନବ ଭ୍ରୁଣର ବିକାଶ ସମ୍ଭବ କରିବା ନେଇ ପ୍ରୟାସ ଜାରି ରଖିଥିବା ବେଳେ ଏହି ସଫଳତା ମନରେ ନୂଆ ଆଶା ସଞ୍ଚାର କରିଛି । ଏହି ରିପୋର୍ଟ ଆଇସାଇନ୍ସ ନାମକ ଏକ ପତ୍ରିକାରେ ପ୍ରକାଶିତ ହୋଇଛି ।

ରିପୋର୍ଟ ଅନୁସାରେ, ତେରୁହିକୋ ଓ୍ବାକାୟାମାରେ ରହିଥିବା ୟାମନ୍ସି ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କ ତତ୍ତ୍ବାବଧନରେ ଗଠିତ ଏକ ଟିମ୍‌ 2021 ମସିହା ଅଗଷ୍ଟ ମାସରେ ଫ୍ଲାରୋଡାରୁ ଏକ ରକେଟ ସାହାଯ୍ୟରେ ଗର୍ଭବତୀ ମୂଷା ଭ୍ରୁଣର ଟୁ ସେଲ ଷ୍ଟେଜରେ ଫ୍ରିଜ୍‌ କରି ସ୍ସେସ ଷ୍ଟେସନକୁ ପଠାଇଥିଲା।

ତେବେ ଏହାପରେ ମୂଷାର ଭ୍ରୁଣକୁ ଏକ ଡିଭାଇସରେ ଷ୍ଟୋର କରି ରଖାଯାଇଥିଲା । ସେହି ସ୍ଥାନରେ ଅନ୍ତରୀକ୍ଷ ଯାତ୍ରୀମାନେ ମଧ୍ୟ ଭ୍ରୁଣର ଦେଖାରେଖା କରିୁପାରୁଥିଲେ । ତେବେ ଭ୍ରୁଣ ବିକଶିତ ହେବାର 4 ଦିନ ପରେ ଭ୍ରୁଣକୁ କେମିକାଲ୍‌ ଦ୍ୱାରା ସଂରକ୍ଷିତ କରାଯାଇ ପୁନଃ ପୃଥିବୀ ପୃଷ୍ଠକୁ ଅଣାଯାଇଥିଲା । ତେବେ ଗର୍ଭାଶୟ ବାହାରେ ମଧ୍ୟ 4 ଦିନ ଭ୍ରୁଣ ଜୀବିତ ରହିବା ସମ୍ଭବ ହୋଇଥିଲା । ତେବେ ଭ୍ରୁଣର ବିକଶିତ ହେବାର 4 ପରେ ପୃଥିବୀ ପୃଷ୍ଠକୁ ଅଣଯାଇ ପୁନଃ ଏହାର ପରୀକ୍ଷା କରାଯାଇଥିଲା । ଉଚ୍ଚ ବିକିରଣ, ମାଧ୍ୟାକର୍ଷଣ ଶକ୍ତି, ମାହାକାଶର ପରିବେଶରେ ଭ୍ରୁଣ ପ୍ରଭାବିତ ହୋଇଛି କି ନାହିଁ ଜାଣିବା ପାଇଁ ଅନୁସନ୍ଧାନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ପୃଥିବୀ ଫେରୁଛନ୍ତି ମହାକାଶଚାରୀ, ସମୁଦ୍ରରେ କରିବେ ଅବତରଣ

ତେବେ ଲ୍ୟାବ୍‌ରେ ବ୍ଲାଷ୍ଟେସିଷ୍ଟ ପରୀକ୍ଷା କରିବା ସମୟରେ ଭ୍ରୁଣର ଡିଏନ୍‌ଏ ଏବଂ ଜିନ୍‌ରେ କୌଣସି ପରିବର୍ତ୍ତନ ହୋଇନଥିବା ଦେଖାଯାଇଥିଲା। ତେବେ ସ୍ପେସ ଷ୍ଟେସନରେ କମ ଦିନ ରହିବା ଯୋଗୁଁ ଭ୍ରୁଣ ଉପରେ କୌଣସି ବିଶେଷ ପ୍ରଭାବ ପଡିନଥିବା ନେଇ ବୈଜ୍ଞାନିକମାନେ ଅନୁସନ୍ଧାନ କରିଥିଲେ । ତେବେ ଭ୍ରୁଣ ଏବଂ ପ୍ଲାସେଣ୍ଟା ତିଆରି କରୁଥିବା କୋସିକା ମଧ୍ୟରେ ବିଭେଦ ମଧ୍ୟ ଦେଖାଦେଇଥିଲା। ମାଧ୍ୟାକର୍ଷଣ ଯୋଗୁଁ କୋସିକା ମଧ୍ୟରେ ବିଭେଦ ଦେଖାଯାଇପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା କରୁଥିବା ବେଳେ ଏହା ଭୁଲ ପ୍ରମାଣିତ ହୋଇଥିଲା । ଏହା ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ ହୋଇଥିବା ନେଇ ବୈଜ୍ଞାନିକମାନେ କହିଥିଲେ ।

ତେବେ ଅନ୍ତରୀକ୍ଷକୁ ଯାଇ ଫେରିଥିବା ମୂଷାମାନେ କମ ଓଜନର ମୂଷା ଛୁଆକୁ ଜନ୍ମ ଦେଇଥିଲେ । ତେବେ ଏଥିରୁ ଏହା ପ୍ରମାଣିତ ହେଉଛି ଯେ, ମହାକାଶରେ ମଧ୍ୟ ଭ୍ରୁଣର ଆଶିଂକ ବିକାଶ ସମ୍ଭବ ଅଟେ । ଏହା ବିଶ୍ବର ପ୍ରଥମ ଅଧ୍ୟୟନ, ଯେଉଁଥିରେ ଭ୍ରୁଣ ଆଇଏସଏସରେ ବିକଶିତ ହୋଇଛି । ତେବେ ଅନ୍ତର୍ଜାତୀୟ ସ୍ସେସ ଷ୍ଟେସନରେ ମାନବ ଭ୍ରୁଣର ବିକାଶ ସମ୍ଭବ କି ନୁହେଁ ସେହି କ୍ଷେତ୍ରରେ ଜାରି ରହିଥିବା ଗବେଷଣା କ୍ଷେତ୍ରରେ ଏହା ଏକ ପ୍ରକାର ଆଶାର କିରଣ ଉଜ୍ଜିବୀତ କରିବା ସଦୃଶ ଅଟେ ।

ABOUT THE AUTHOR

...view details