ଓଡିଶା

odisha

ETV Bharat / science-and-technology

ସମ୍ପୂର୍ଣ୍ଣ ଜୈବ ବିଘଟନ ହୋଇ ପାରୁଥିବା ପେପର ଷ୍ଟ୍ର ପ୍ରସ୍ତୁତ କଲେ ବୈଜ୍ଞାନିକ

ପରିବେଶ ସୁରକ୍ଷା ଦିଗରେ ଆଉ ପାଦେ ଆଗେଇଲେ ବୈଜ୍ଞାନିକ । ସମ୍ପୂର୍ଣ୍ଣ ଜୈବ ବିଘଟନ ହୋଇ ପାରୁଥିବା କାଗଜ ପାଇପ୍ କଲେ ପ୍ରସ୍ତୁତ । ଅଧିକ ପଢନ୍ତୁ

By

Published : Feb 7, 2023, 1:24 PM IST

paper straws
paper straws

ସିଓଲ୍: ପରିବେଶ ପ୍ରଦୂଷଣ ଆଉ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ଏହାର ମୁଖ୍ୟ କାରଣ । ସୁବିଧା ପାଇଁ ଆମେ ବ୍ୟବହାର କରୁଥିବା ଅଧିକାଂଶ ନିତ୍ୟ ସାମଗ୍ରୀ ପରିବେଶକୁ ପ୍ରଦୂଷିତ କରୁଛି । ପଲିଥିନ୍‌ଠୁ ଆରମ୍ଭ କରି ବିଭିନ୍ନ ରସାୟରେ ପ୍ରସ୍ତୁତ ସାମଗ୍ରୀ ପରିବେଶ ସନ୍ତୁଳନକୁ ପ୍ରଭାବିତ କରୁଛି । ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଇକୋ-ଫ୍ରେଣ୍ଡଲି ପେପର ଷ୍ଟ୍ର(ପାଇପ୍) ବିକଶିତ କରିଛନ୍ତି, ଯାହା ଶତପ୍ରତିଶତ ବାୟୋଡିଗ୍ରେଡେବଲ୍(ଜୈବ ବିଘଟନ) ।

ଏହା ମଧ୍ୟ ପଢନ୍ତୁ:-Safer Internet Day: ସୁରକ୍ଷିତ ଇଣ୍ଟରନେଟ ବ୍ୟବହାର ଗଢିବ ସୁସ୍ଥ ସମାଜ

କୋରିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜିର ଅନୁସନ୍ଧାନକାରୀମାନେ ଏହି ପାଇପ୍ ବିକଶିତ କରିଛନ୍ତି । ଏହି ପାଇପ୍ ବ୍ୟବହାର ପରେ ସମ୍ପୂର୍ଣ୍ଣ ମାଟିରେ କିମ୍ବା ତରଳ ପଦାର୍ଥରେ ମିଶିଯାଇ ପାରିବ । ବର୍ତ୍ତମାନ ଉପଲବ୍ଧ ଥିବା କାଗଜ ପାଇପ୍ ତୁଳନାରେ ନୂତନ କରି ପ୍ରସ୍ତୁତ ହୋଇଥିବା କାଗଜ ପାଇପ୍ ଖୁବ୍ ପ୍ରଭାବୀ ବୋଲି ବୈଜ୍ଞାନିକମାନେ କହିଛନ୍ତି ଏବଂ ଏହା ମଧ୍ୟ ଅଧିକ ଉତ୍ପାଦିତ ହୋଇପାରିବ । ଶତ ପ୍ରତିଶତ କାଗଜରେ ତିଆରି ହୋଇଥିବା ଏହି ପାଇପ୍ ତରଳ ପଦାର୍ଥର ସଂସ୍ପର୍ଶରେ ଆସିବା ପରେ ସମ୍ପୂର୍ଣ୍ଣ କ୍ଷୟ ହୋଇଯାଏ । ଫଳରେ ଏହାର କୌଣସି କୁପ୍ରଭାବ ପରିବେଶ ଉପରେ ପଡିନଥାଏ ।

ଏହା ମଧ୍ୟ ପଢନ୍ତୁ:-Female Genital Mutilation: ଏକ ଘୃଣ୍ୟ କୁପ୍ରଥା ଖତନାର ବିଲୋପ କେବେ ?

ଅନୁସନ୍ଧାନର ମୁଖ୍ୟ ଗବେଷକଙ୍କ ଅନୁଯାୟୀ, "ପ୍ଲାଷ୍ଟିକ୍ ପାଇପ୍ ବ୍ୟବହାର ପରିବର୍ତ୍ତେ ଯଦି ଆମେ କାଗଜ ପାଇପ୍‌ର ବ୍ୟବହାର କରିବା, ତେବେ ଏହା ଆମ ପରିବେଶକୁ ତୁରନ୍ତ ପ୍ରଭାବିତ କରିବ ନାହିଁ । ଯଦି ଆମେ ଧୀରେଧୀରେ ପ୍ଲାଷ୍ଟିକ୍ ପ୍ରଡକ୍ଟ ବ୍ୟବହାରଠୁ ଦୂରେଇ ବିଭିନ୍ନ ଇକୋ-ଫ୍ରେଣ୍ଡଲି ଉତ୍ପାଦକୁ ଆପଣାଇ ପାରିବା, ତେବେ ଭବିଷ୍ୟତରେ ପରିବେଶ ପ୍ରଦୂଷଣ ନେଇ ଯେଉଁ ଚିନ୍ତା ରହିଛି ତାହା ନିଶ୍ଚିତ ରୂପେ ଦୂରେଇ ଯାଇପାରିବ ।"

ଏହା ମଧ୍ୟ ପଢନ୍ତୁ:-ସାବଧାନ ! ଚାପ କାରଣରୁ ହୋଇପାରେ କର୍କଟ, ହୃଦ ରୋଗ

ଆଡଭାନ୍ସ ସାଇନ୍ସ ପତ୍ରିକାରେ ପ୍ରକାଶିତ ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ପରିବେଶ ଅନୁକୂଳ କାଗଜ ପାଇପ୍ ଉଭୟ ଥଣ୍ଡା ପାନୀୟ ଏବଂ ଗରମ ପାନୀୟରେ ବ୍ୟବହାର ଯୋଗ୍ୟ ହୋଇପାରିବ । ଅନୁସନ୍ଧାନକାରୀ ଟିମ୍ ଏହା ମଧ୍ୟ ଜାଣିବାକୁ ପାଇଛି ଯେ, ବିଭିନ୍ନ ପାନୀୟ ଯେପରିକି ଥଣ୍ଡା, ଚା', କାର୍ବୋନେଟେଡ୍ ଡ୍ରିଙ୍କ୍‌ସ, କ୍ଷୀର ଏବଂ ଲିପିଡ ଧାରଣ କରିଥିବା ଅନ୍ୟ ପାନୀୟ କିମ୍ବା ତରଳ ପଦାର୍ଥକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି କାଗଜ ପାଇପ୍‌ ସାହାଯ୍ୟରେ ସେବନ କଲେ ମଧ୍ୟ ନଷ୍ଟ ହୋଇନଥାଏ ।

ABOUT THE AUTHOR

...view details