ଓଡିଶା

odisha

ETV Bharat / science-and-technology

ବିଶ୍ବର ପ୍ରଥମ 700 MHz ବ୍ୟାଣ୍ଡ 5G ଡାଟା କଲ ଉପଲବ୍ଧ କରିବ କ୍ୱାଲକମ ଏବଂ ସିବିଏନ - Qualcomm and CBN

କ୍ୱାଲକମ୍ ଟେକ୍ନୋଲୋଜି ଏବଂ ଚାଇନା ବ୍ରଡକାଷ୍ଟିଂ ନେଟୱାର୍କ (ସିବିଏନ) ବିଶ୍ବର ପ୍ରଥମ ବୃହତ ବ୍ୟାଣ୍ଡୱିଡଥ୍ 2x30MHzରେ FDD ସ୍ପେକ୍ଟ୍ରମ୍ ବ୍ୟାଣ୍ଡରେ ବିଶ୍ୱର 5ଜି ଡାଟା କଲ୍ ସୁବିଧା ଉପଲବ୍ଧ କରିପାରୁଥିବା ଦାବି କରିଛନ୍ତି । ଅଧିକ ପଢନ୍ତୁ...

ବିଶ୍ବର ପ୍ରଥମ 700 MHz ବ୍ୟାଣ୍ଡ 5G ଡାଟା କଲ ଉପଲବ୍ଧ କରିବ କ୍ୱାଲକମ ଏବଂ ସିବିଏନ
ବିଶ୍ବର ପ୍ରଥମ 700 MHz ବ୍ୟାଣ୍ଡ 5G ଡାଟା କଲ ଉପଲବ୍ଧ କରିବ କ୍ୱାଲକମ ଏବଂ ସିବିଏନ

By

Published : Aug 18, 2020, 12:28 AM IST

Updated : Feb 16, 2021, 7:31 PM IST

ସାନ ଡିଏଗୋ: କ୍ୱାଲକମ୍ ଟେକ୍ନୋଲୋଜି ଏବଂ ଚାଇନା ବ୍ରଡକାଷ୍ଟିଂ ନେଟୱାର୍କ (ସିବିଏନ) ବିଶ୍ବର ପ୍ରଥମ ବୃହତ ବ୍ୟାଣ୍ଡୱିଡଥ୍ 2x30MHzରେ FDDସ୍ପେକ୍ଟ୍ରମ୍ ବ୍ୟାଣ୍ଡରେ ବିଶ୍ୱର 5ଜି ଡାଟା କଲ୍ ସୁବିଧା ଉପଲବ୍ଧ କରିପାରୁଥିବା ଦାବି କରିଛନ୍ତି ।

ବିଶ୍ବର ପ୍ରଥମ 700 MHz ବ୍ୟାଣ୍ଡ 5G ଡାଟା କଲ ଉପଲବ୍ଧ କରିବ କ୍ୱାଲକମ ଏବଂ ସିବିଏନ

ଏହି ସୁବିଧା ସିବିଏନର 700MHz FDDର ବୈଷୟିକ ନିର୍ଦ୍ଦିଷ୍ଟତା ଅନୁଯାୟୀ ପରିଚାଳିତ ହୋଇଥିଲା ବେଳେ ଏଥିରେ କ୍ୱାଲକମ୍ ସ୍ନାପଡ୍ରାଗନ୍ X55 5G ମୋଡେମ ଆରଏଫ୍ ସିଷ୍ଟମ ଦ୍ୱାରା ଚାଳିତ 5G ସ୍ମାର୍ଟଫୋନରେ ବ୍ୟବହାର କରାଯାଉଛି । ଏଥିରେ 300 Mbpsରୁ ଅଧିକ ଡାଉନଲୋଡ ସ୍ପିଡ ରହିଛି।

ଏଥିରେ କ୍ୱାଲକମ୍ ଟେକ୍ନୋଲୋଜି ଭିଭୋ, ଜେଡଟିଇ ସହିତ କ୍ୱେକ୍ଟେଲ୍, ଫାଇବୋକମ୍ ଏବଂ ଗୋସୁନଚ ପ୍ରଥମ ବ୍ୟାଚ୍ ବ୍ୟବସାୟିକ 5G ଡିଭାଇସ୍ ଲଞ୍ଚ କରିବାକୁ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି ।

ସିବିଏନ ମଧ୍ୟ ଚାଇନାର ଶିଳ୍ପ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା 5G ବାଣିଜ୍ୟିକ ଲାଇସେନ୍ସ ହାସଲ କରିଛି । ସିବିଏନର 700 MHz 5G FDD ବ୍ୟାଣ୍ଡ ପ୍ରଦାନ କରିବା ପାଇଁ ବିଭିନ୍ନ ସେବା ଉପଲବ୍ଧ କରିଥାଏ । ସେଗୁଡିକ ହେଲା-

1.ବିସ୍ତୃତ କଭରେଜ

2. ଫାଷ୍ଟ ସ୍ପିଡ

3. ଅବାଧ ଅନୁପ୍ରବେଶ

4. ସେବା ନିରନ୍ତରତା

କେବଳ ପାରମ୍ପରିକ ମୋବାଇଲ୍ ସେବା ପାଇଁ ନୁହେଁ ବରଂ ନୂତନ ଗ୍ରାହକଙ୍କ ପାଇଁ ଉପରୋକ୍ତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ । ପୂର୍ବ ବର୍ଷଗୁଡିକରେ ସିବିଏନ୍ 700 MHzବ୍ୟାଣ୍ଡରେ ଏହାର ବ୍ୟବସାୟିକ 5G ନେଟୱାର୍କର ବ୍ୟବସାୟିକ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିଛି ।

ବ୍ୟୁରୋ ରିପୋର୍ଟ

Last Updated : Feb 16, 2021, 7:31 PM IST

ABOUT THE AUTHOR

...view details