ଓଡିଶା

odisha

ETV Bharat / science-and-technology

ଫେକ୍ ଭିଡିଓ ଶେୟାର କରି ଟ୍ରମ୍ପ ହଟହଟା - donald trumps fake video remove from social media

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା କୋରୋନା ଔଷଧକୁ ନେଇ ଏକ ଭିଡିଓ ଶେୟାର କରାଯାଇଥିଲା। ଯାହାକି ପରବର୍ତ୍ତୀ ସମୟରେ ଫେକ୍ ବୋଲି ପ୍ରମାଣିତ ହୋଇଛି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫେକ୍ ଭିଡିଓ ଶେୟାର କରି ଟ୍ରମ୍ପ ହଟହଟା
ଫେକ୍ ଭିଡିଓ ଶେୟାର କରି ଟ୍ରମ୍ପ ହଟହଟା

By

Published : Jul 29, 2020, 11:00 PM IST

Updated : Feb 16, 2021, 7:31 PM IST

ସାନଫ୍ରାନସିସ୍କୋ: କୋରୋନା ମହାମାରୀ ବେଳେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ତୟାରୀ ଜୋରଦାର । ଏହି ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା କୋରୋନା ଔଷଧକୁ ନେଇ ଏକ ଭିଡିଓ ଶେୟାର କରାଯାଇଥିଲା। ଯାହାକି ପରବର୍ତ୍ତୀ ସମୟରେ ଫେକ୍ ବୋଲି ପ୍ରମାଣିତ ହୋଇଛି। ଆଉ ୟୁଟ୍ୟୁବ, ଫେସବୁକ ଏବଂ ଟୁଇଟର ଏହି ଭିଡିଓକୁ ଡିଲିଟ୍ କରିଛନ୍ତି । ଟ୍ରମ୍ପ ଏହି ଭିଡିଓକୁ ନିଜ ସୋସିଆଲ ମିଡିଆରେ ଥିବା 84 ମିଲିଅନରୁ ଅଧିକ ଲୋକଙ୍କ ସହ ଶେୟାର କରିଥିଲେ।

ଫେକ୍ ଭିଡିଓ ଶେୟାର କରି ଟ୍ରମ୍ପ ହଟହଟା

ଏହି ଭାଇରାଲ ଭିଡିଓରେ କୁହାଯାଇଥିଲା କୋରୋନା ଭାଇରସ ହାଇଡ୍ରୋକ୍ସିକ୍ଲୋରେକୁଇନ୍ ଦ୍ୱାରା ଭଲ ହୋଇପାରିବ। ଏଥିପାଇଁ ମାସ୍କ ପିନ୍ଧିବା ଦରକାର ନାହିଁ। ସୋମବାର ରାତି ସୁଦ୍ଧା ଫେସବୁକରେ କେବଳ ଏହି ଭିଡିଓକୁ 20 ମିଲିଅନ ଲୋକ ଦେଖିଥିବା ଏନବିସି ନ୍ୟୁଜ କହିଛି। ଟ୍ରମ୍ପଙ୍କ ଦ୍ୱାରା ଶେୟାର ହୋଇଥିବା ଏହି ଭିଡିଓ ରାଇଟ୍-ଓ୍ୱିଙ୍ଗ୍ ପବ୍ଲିକେସନ ବ୍ରେଇଟବାର୍ଟ ଦ୍ୱାରା ତିଆରି ହୋଇଛି। ଭିଡିଓରେ କିଛି ଲୋକ ଧଳା ରଙ୍ଗର ଡ୍ରେସ କୋଡ (ସ୍ୱାସ୍ଥ୍ୟ କର୍ମୀଙ୍କ ଡ୍ରେସ୍) ପିନ୍ଧି ଆମେରିକାର ସୁପ୍ରିମକୋର୍ଟ ଆଗରେ ପ୍ରେସ କନଫରେନସ କରୁଥିବା ଦେଖିବାକୁ ମିଳିଥିଲା ।

ତେବେ ଏହି ହାଇଡ୍ରୋକ୍ସିକ୍ଲୋରୋକୁଇନ୍ କିଛି କୋରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ସଫଳ ହେଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କି ଆମେରିକା ଡ୍ରଗ ଡିପାର୍ଟମେଣ୍ଟ ମଧ୍ୟ ଏହି ହାଇଡ୍ରୋକ୍ସିକ୍ଲୋରୋକୁଇନକୁ ନେଇ କୌଣସି ମତ ରଖିନି। ଏହାପରେ ଫେସବୁକ ଏହି ଭିଡିଓକୁ ଫେକ୍ ବୋଲି କହି ହଟାଇ ଦେଇଛି ବୋଲି ଫେସବୁକର ମୁଖପାତ୍ର କହିଛନ୍ତି।

ସେହିପରି ଟୁଇଟରର ମୁଖପାତ୍ର ମଧ୍ୟ ଭିଡିଓ ହଟାଇବା ପଛର କାରଣ ସମାନ ଦର୍ଶାଇଛନ୍ତି। ୟୁଟ୍ୟୁବ ମୁଖପାତ୍ର କହିଛନ୍ତି, କରୋନା ଆରମ୍ଭରୁ ଭୁଲ ତଥ୍ୟ ବିରୋଧରେ ଆମର ସ୍ପଷ୍ଟ ନୀତି ରହିଛି। ଏଭଳି ସମୟରେ ଗୁରୁତ୍ୱପୂର୍ଣ୍ଣ ସମୟରେ ସମୟାନୁବର୍ତ୍ତୀ ତଥା ସହାୟକ ସୂଚନା ପ୍ରଦାନ ଜାରି ରଖିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।

Last Updated : Feb 16, 2021, 7:31 PM IST

ABOUT THE AUTHOR

...view details