ଓଡିଶା

odisha

ETV Bharat / science-and-technology

ଖରାପ ପାଗ ଯୋଗୁଁ ଉତକ୍ଷେପଣ ସ୍ଥଗିତ ରଖିଛି ସ୍ପେସ ଏକ୍ସ - SpaceX postpones launch of satellites from Starlink project due to bad weather

ଖରାପ ପାଗ ଯୋଗୁଁ ସ୍ପେସ ଏକ୍ସ ଷ୍ଟାରଲିଙ୍କ ପ୍ରକଳ୍ପର ଉପଗ୍ରହର ଉଦକ୍ଷେପଣ ଅଗଷ୍ଟ 29 ରେ ସ୍ଥଗିତ ରଖାଯାଇଥିଲା। ତେବେ ପରବର୍ତ୍ତୀ ଉତକ୍ଷେପଣ ସେପ୍ଟେମ୍ବର 1 ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ହୋଇପାରେ ।

ଖରାପ ପାଗ ଯୋଗୁଁ ଉତକ୍ଷେପଣକୁ ସ୍ଥଗିତ ରଖିଛି ସ୍ପେସ ଏକ୍ସ
ଖରାପ ପାଗ ଯୋଗୁଁ ଉତକ୍ଷେପଣକୁ ସ୍ଥଗିତ ରଖିଛି ସ୍ପେସ ଏକ୍ସ

By

Published : Aug 31, 2020, 7:56 PM IST

Updated : Feb 16, 2021, 7:31 PM IST

ଫ୍ଲୋରିଡା: ଖରାପ ପାଗ ଯୋଗୁଁ ସ୍ପେସ ଏକ୍ସ ଷ୍ଟାରଲିଙ୍କ ପ୍ରକଳ୍ପର ଉପଗ୍ରହର ଉଦକ୍ଷେପଣ ଅଗଷ୍ଟ 29 ରେ ସ୍ଥଗିତ ରଖାଯାଇଥିଲା। ତେବେ ପରବର୍ତ୍ତୀ ଉତକ୍ଷେପଣ ସେପ୍ଟେମ୍ବର 1 ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ହୋଇପାରେ ।

ଖରାପ ପାଗ ଯୋଗୁଁ ଉତକ୍ଷେପଣକୁ ସ୍ଥଗିତ ରଖିଛି ସ୍ପେସ ଏକ୍ସ

ପ୍ରି-ଫ୍ଲାଇଟ୍ ଅପରେସନ୍ ସମୟରେ ଖରାପ ପାଗ ଯୋଗୁଁ ଷ୍ଟାରଲିଙ୍କ ପ୍ରକଳ୍ପର ଉଦକ୍ଷେପଣ ହୋଇପାରୁନାହିଁ । ସେପ୍ଟେମ୍ୱର 1 ଦିନ 9.29 ପୁଣି ଥରେ ଉତକ୍ଷେପଣ କରାଯିବ ବୋଲି ସ୍ପେସଏକ୍ସ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

ଷ୍ଟାରଲିଙ୍କ ହେଉଛି ପରବର୍ତ୍ତୀ ପିଢୀର ଉପଗ୍ରହ ନେଟୱାର୍କ ଯାହାକି ପୃଥିବୀର ବାସିନ୍ଦାଙ୍କୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସୁବିଧା ଯୋଗାଇବାରେ ସକ୍ଷମ ବୋଲି ସ୍ପୁଟନିକ ରିପୋର୍ଟ କରିଛି।

ଏହି ପ୍ରକଳ୍ପର କାର୍ଯ୍ୟକାରିତା ଫେବୃଆରୀ 2018 ରେ ଆରମ୍ଭ ହୋଇଥିଲା। ମୋଟ ଉପରେ ଏହା ପ୍ରାୟ 12,000 ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରିଛି।

ଅନ୍ୟ 30,000 ଉପଗ୍ରହକୁ 328 ରୁ 580 କିଲୋମିଟର ଉଚ୍ଚତା ବିଶିଷ୍ଟ କକ୍ଷ ପଥରେ ରଖିବାକୁ ସ୍ଥିର ହୋଇଛି । ସ୍ପେସ୍ ଏକ୍ସ ପ୍ରକଳ୍ପର ମୂଲ୍ୟ 10 ବିଲିୟନ ଡ଼ଲାରରେ ଆକଳନ କରିଛି ।

Last Updated : Feb 16, 2021, 7:31 PM IST

For All Latest Updates

TAGGED:

ABOUT THE AUTHOR

...view details