ଓଡିଶା

odisha

ETV Bharat / science-and-technology

ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ବେଳେ କାହିଁକି ବଦଳେ ଆକାଶର ରଙ୍ଗ

ବିସ୍ମୟରେ ଭରା ଆମର ଏହି ବିଶ୍ବ ବ୍ରହ୍ମାଣ୍ଡ । ସୂର୍ଯ୍ୟ, ଚନ୍ଦ୍ର, ତାରା, ଆକାଶ ଗଙ୍ଗା ସବୁ ଯେମିତି ଗୋଟିଏ ଗୋଟିଏ ରହସ୍ୟ । ସେମିତି ଏକ ରହସ୍ୟ ହେଉଛି ସାରା ପୃଥିବୀକୁ ଘୋଡ଼ାଇ ରଖିଥିବା ଆକାଶ । କେତେବେଳେ ନୀଳ, କେତେବେଳେ ନାଲି, ତ ଆଉ କେତେବେଳେ 7 ରଙ୍ଗର ଇନ୍ଦ୍ରଧନୁ ଦେଖାଯାଉଥିବା ଏହି ଆକାଶ ବିଷୟରେ ଜାଣନ୍ତୁ ରହସ୍ୟମୟ କଥା ।

interesting facts, why the sky chage it's colour, କାହିଁକି ବଦଳେ ଆକାଶର ରଙ୍ଗ, ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ଅଜଣା କଥା, unknown facts
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ବେଳେ କାହିଁକି ବଦଳେ ଆକାଶର ରଙ୍ଗ

By

Published : Sep 7, 2020, 9:33 AM IST

Updated : Feb 16, 2021, 7:31 PM IST

ମଧ୍ୟାହ୍ନରେ ତେଜିଆନ ହୋଇ ଜଳି ଉଠୁଥିବା ସୂର୍ଯ୍ୟକୁ ସନ୍ଧ୍ୟା ହେବା ମାତ୍ରେ ଶାନ୍ତ ହୋଇ ନାଲି ରଙ୍ଗରେ ପରିବର୍ତ୍ତିତ ହେଉଥିବା ଆପଣ ଅନେକ ଥର ଦେଖିଥିବେ । ସୂର୍ଯ୍ୟ ଉଦୟ ଓ ଅସ୍ତ ହେବା ବେଳେ ଦିନକୁ ଦୁଇଥର ସୂର୍ଯ୍ୟର ଏପରି ନାଲି ରଙ୍ଗ ଦେଖିବାକୁ ମିଳେ । ଖାଲି ସୂର୍ଯ୍ୟ ନୁହେଁ ସୂର୍ଯ୍ୟ ସହ ଆକାଶ ସାରା ବି ବଞ୍ଚି ହୋଇଯାଏ ରଙ୍ଗ, କେବେ ନାରଙ୍ଗୀ, କେବେ ନାଲି ତ କେତେବେଳେ ବାଇଗଣୀ । ଆଉ ସେ ଦୃଶ୍ୟ ଦେଖିବାକୁ ଖୁବ ମନୋରମ ହୋଇଥାଏ । ତେବେ ଆକାଶର ଏହି ରଙ୍ଗ ପରିବର୍ତ୍ତନ ପଛରେ ରହିଛି ବୈଜ୍ଞାନିକ କାରଣ । ଏହାର ଉତ୍ତର ଲୁଚି ରହିଛି ରେଲି ସ୍କେଟରିଙ୍ଗ (ଆଲୋକ ଓ ବିକିରଣ)ରେ ।

ଉନବିଂଶ ଶତାବ୍ଦୀରେ ବ୍ରିଟିଶ ଭୌତିକ ବିଜ୍ଞାନୀଲର୍ଡ ରେଲି ଆଲୋକ ଓ ବିକିରଣର ଘଟଣାକୁ ବ୍ୟାଖ୍ୟା କରିଥିବା ପ୍ରଥମ ବ୍ୟକ୍ତି ଥିଲେ । ଆଲୋକର ବିକିରଣ ପ୍ରକ୍ରିୟାରେ ଯେତେବେଳେ ସୂର୍ଯ୍ୟାର ଆଲୋକ ସୂର୍ଯ୍ୟରୁ ବାହିରି ବାୟୁମଣ୍ଡଳର ପ୍ରବେଶ କରେ ସେତେବେଳେ ଏହା ଧୂଳି, ମାଟି ଓ କଣିକା ମାନଙ୍କ ସହ ପିଟି ହୋଇ ଚତୁର୍ଦିଗରେ ବିଚ୍ଛୁରିତ ହୁଏ ।

ସୂର୍ଯ୍ୟୋଦୟ ବେଳେ ଆକାଶର ଦୃଶ୍ୟ

ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖନ୍ତୁ ନାହିଁ

ତେବେ ଯେତେବେଳେ ଏହି ସୁନ୍ଦର ଦୃଶ୍ୟ ଆକାଶରେ ଦିଶେ ସେତେବେଳେ ଆପଣ ଖାଲି ଆଖିରେ ସୂର୍ଯ୍ୟଙ୍କୁ ଦେଖନ୍ତୁ ନାହିଁ, କିମ୍ବା ଦୂରବିକ୍ଷଣ ଯନ୍ତ୍ରର ମଧ୍ୟ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କ ଆଖିକୁ କ୍ଷତି ହୋଇପାରେ । ରୟାଲ ମ୍ୟୁଜିୟମ୍ସ ଗ୍ରୀନିଚରେ ଜ୍ୟୋତିର୍ବିଜ୍ଞାନୀ ଏଡୱର୍ଡୀ ବ୍ଲୁମର କହନ୍ତି ଯେ, ‘‘ସୂର୍ଯ୍ୟ ଆଲୋକର ବିକିରଣ ଗୁଣ ପୃଥିବୀର ବାୟୁମଣ୍ଡଳ ଦେଇ ଗତି କରେ ।’’ ସର୍ବ ପ୍ରଥମେ ଆମକୁ ଆଲୋକକୁ ବୁଝିବାକୁ ହେବ, ଯାହା ଦୃଶ୍ୟମାନ ହେଉଥିବା ଆଲୋକ ସ୍ପେକ୍ଟ୍ରମର ସମସ୍ତ ବାଇଗଣୀ, ଘନନୀଳ, ନୀଳ, ସବୁଜ, ହଳଦିଆ, ନାରଙ୍ଗୀ, ଓ ଲାଲ ରଙ୍ଗରେ ତିଆରି ହୋଇଛି ।

ବ୍ଲୁମର କହିଛନ୍ତି ଯେ, ‘‘ଏହା ସୂର୍ଯ୍ୟ କିରଣ ବିକିରଣ ସହ ଯୋଡି ହୋଇଛି । କିନ୍ତୁ ଏହା ସମାନ ରୂପରେ ବିଚ୍ଛୁରିତ ହୋଇ ନଥାଏ ।’’ ସମସ୍ତ ରଙ୍ଗର ନିଜର ୱେବଲେନ୍‌ଥ ରହିଥାଏ, ଯାହା ନିଜ ରଙ୍ଗ ଅନୁସାରେ ସେହି ରଙ୍ଗକୁ ପ୍ରତିଫଳିତ କରାଏ । ଉଦାହରଣ ସ୍ବରୂପ ବାଇଗଣୀ ରଙ୍ଗର ୱେବଲେନ୍‌ଥ ସବୁଠାରୁ ଛୋଟ ହୋଇଥାଏ ଓ ଲାଲ ରଙ୍ଗର ୱେବଲେନ୍‌ଥ ସବୁଠାରୁ ଲମ୍ବା ହୋଇଥାଏ ।

ସମୁଦ୍ର କୂଳରେ ସୂର୍ଯ୍ୟାସ୍ତ

ବିଚ୍ଛୁରିତ ହୋଇଥିବା ଆଲୋକ

ସୂର୍ଯ୍ୟ କିରଣ ଯେତେ ଯେତେ ଭିନ୍ନ ଭିନ୍ନ ପବନର ସ୍ଥର ଦେଇ ଗତି କରେ, ଏହି ସ୍ଥର ଗୁଡ଼ିକରେ ଭିନ୍ନ ଭିନ୍ନ ଘନତ୍ବର ଗ୍ୟାସ ଉପସ୍ଥିତ ରହିଥାଏ । ଏହା ମଧ୍ୟ ଦେଇ ଗତି କରିବା ବେଳେ ଆଲୋକ ଦିଗ ପରିବର୍ତ୍ତନ କରେ ଓ ଭାଗ ମଧ୍ୟ ହୋଇଯାଏ । ବାୟୁମଣ୍ଡଳରେ କିଛି କଣିକା ମଧ୍ୟ ରହିଥାନ୍ତି, ଯାହା ବିଭାଜିତ କିରଣରେ ଗତି ଆଣନ୍ତି ଓ ତାକୁ ପ୍ରତିବିମ୍ବିତ କରନ୍ତି । ଯେତେବେଳେ ସୂର୍ଯ୍ୟ ଉଦୟ କିମ୍ବା ଅସ୍ତ ହୁଏ, ଏହାର କିରଣ ବାୟୁମଣ୍ଡଳର ସବୁଠାରୁ ଉପର ସ୍ଥରରେ ଏକ ନିର୍ଦ୍ଧାରିତ କୋଣରେ ପିଟି ହୁଏ ଓ ସେଠାରେ ଆରମ୍ଭ ହୁଏ ‘ରଙ୍ଗର ଏହି ଯାଦୁ’ । ଯେତେବେଳେ ସୂର୍ଯ୍ୟର କିରଣ ଏହି ଉପର ସ୍ଥର ଦେଇ ଗତି କରେ ସେତେବେଳେ ନୀଳ ୱେବଲେନ୍‌ଥ ଭାଗ ହୋଇଯାଏ ଓ ଅବଶୋଷିତ ହେବା କାରଣରୁ ତାହା ପ୍ରତିବିମ୍ବିତ ହୋଇଥାଏ ।

ବ୍ଲୁମର କୁହନ୍ତି ଯେ, ‘‘ଯେତେବେଳେ ଭୂପୃଷ୍ଠରେ ସୂର୍ଯ୍ୟର ତାପ କମିଯାଏ, ସେତେବେଳେ ଆଲୋକର ସବୁଜ ଓ ନୀଳ ରଙ୍ଗର ତରଙ୍ଗ ବିକିରିତ ହୁଏ ଓ ଏହି ସମୟରେ ଆମକୁ କେବଳ ବାକି ରହିଥିବା ନାରଙ୍ଗୀ ଓ ଲାଲ ତରଙ୍ଗ ହିଁ ଦେଖାଯାଏ ।’’ ବାଇଗଣୀ ଓ ନୀଳ ରଙ୍ଗର କିରଣ ନିଜର ଛୋଟ ୱେବଲେନ୍‌ଥ କାରଣରୁ ଅଧିକ ଦୂରତା ପର୍ଯ୍ୟନ୍ତ ଯାଇ ପାରନ୍ତି ନାହିଁ ଓ ଅଧିକ ବିଚ୍ଛୁରିତ ହୋଇ ଯାଆନ୍ତି । ଯେତେବେଳେ କି ନାରଙ୍ଗୀ ଓ ଲାଲ ରଙ୍ଗର କିରଣ ଅନେକ ଦୂରତା ଅତିକ୍ରମ କରେ । ତେଣୁକରି ଆକାଶରେ ଏହି ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ ।

ସନ୍ଧ୍ୟା ସମୟରେ ସିନ୍ଦୂର ବୋଳା ଆକାଶ

ଆକାଶ ଲାଲ କାହିଁକି ହୁଏ

ଆକାଶ ନାଲି ଦେଖାଯାଏ ସତ କିନ୍ତୁ ଏହାର ମାନେ ନୁହେଁ ଯେ ସୂର୍ଯ୍ୟର ରଙ୍ଗ ମଧ୍ୟ ଲାଲ ହୋଇଯାଏ । ବ୍ଲୁମର କୁହନ୍ତି, ‘‘ଧୂଳିର ବାଦଲ, ଧୂଆଁ ଓ ଏହିପରି ଅନ୍ୟ ତତ୍ତ୍ବ ଆକାଶର ରଙ୍ଗ ଉପରେ ପ୍ରଭାବ ପକାନ୍ତି ।’’ ଯଦି ଆପଣ ଭାରତ, କାଲିଫର୍ଣ୍ଣିଆ, ଚିଲି, ଅଷ୍ଟ୍ରେଲିଆ କିମ୍ବା ଆଫ୍ରିକା ଅଞ୍ଚଳରେ କିମ୍ବା ଲାଲ ବାଲି ଥିବା ଅଞ୍ଚଳରେ ରହୁଛନ୍ତି ତେବେ ଆପଣଙ୍କ ବାୟୁମଣ୍ଡଳ, ପାଣିପାଗର ସ୍ଥିତିକୁ ଆଧାର କରି ଆଲୋକକୁ ପ୍ରତିବିମ୍ବିତ କରୁଥିବା କଣିକା ଗୁଡ଼ିକରେ ପରିପୂର୍ଣ୍ଣ ହୋଇଥାଇ ପାରେ ।

ବ୍ଲୁମର ଆହୁରି ମଧ୍ୟ କୁହନ୍ତି ଯେ, ‘‘ଏହା ସେହିଭଳି କିଛି ପ୍ରକ୍ରିୟା, ଯାହା ମଙ୍ଗଳ ଗ୍ରହରେ ହୁଏ । ଯେତେବେଳେ ନାଲି ରଙ୍ଗର ଧୂଳି ପବନରେ ଉଡ଼େ, ଲାଗେ ଆକାଶ ଲାଲ-ଗୋଲାପି ହୋଇ ଉଠିଛି ।’’ ଅନେକ ଥର ମରୁଭୂମି ଠାରୁ ଦୂରରେ ରହୁଥିବା ଲୋକଙ୍କୁ ମଧ୍ୟ ଆକାଶର ଭିନ୍ନ ଭିନ୍ନ ରଙ୍ଗ ଦେଖିବାକୁ ମିଳିପାରେ । କାରଣ ବେଳେ ବେଳେ ସାହାରା ମରୁଭୂମିର ବାଲି ବାୟୁମଣ୍ଡଳର ଉଚ୍ଚ ସ୍ଥରକୁ ଚାଲିଯାଏ ଓ ପରେ ସେଠାରୁ ୟୁରୋପ, ସାଇବେରିଆ ଏପରିକି ଆମେରିକା ମଧ୍ୟ ପହଁଞ୍ଚି ଯାଏ ।

ନୀଳ ରଙ୍ଗରେ ସୁଶୋଭିତ ଆକାଶ

ଆକାଶ ଦିନରେ ନୀଳ କାହିଁକି ଦିଶେ

ଆକାଶର ରଙ୍ଗ ଦିନ ବେଳେ କାହିଁକି ବେଶୀ ନୀଳ ଦେଖାଯାଏ ? ଏହାର ଉତ୍ତର ମଧ୍ୟ ଭୋତିକ ବିଜ୍ଞାନୀ ଲର୍ଡ ରେଲୀଙ୍କ ବିକିରଣ ଘରଣାର ବ୍ୟାଖ୍ୟାରେ ଉଲ୍ଲେଖ ରହିଛି । ସୂର୍ଯ୍ୟ ଆକାଶରେ ବହୁ ଉଚ୍ଚରେ ରହିଥାଏ । ଏହାର ଆଲୋକ ବିଭାଜିତ ନହୋଇ ବାୟୁମଣ୍ଡଳ ଦେଇ ସିଧାସଳଖ ଗତି କରେ । ଏହା ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ଅବଶୋଷିତ ହୋଇଯାଏ ଓ ମୁଖ୍ୟତଃ ଦେଖାଯାଉଥିବା ରଙ୍ଗ ନୀଳ ହୋଇଯାଏ । ତେବେ ଏହା ପାଣିପାଗ ଉପରେ ମଧ୍ୟ ନିର୍ଭର କରେ । ଇନ୍ଦ୍ରଧନୁ ସୃଷ୍ଟି ହେବା କଥା କହିବା ଯଦି, ତେବେ ଯେତେବେଳେ ସୂର୍ଯ୍ୟ ଆକଶରେ ଚମକୁଥାଏ ଓ ବର୍ଷା ହେବାକୁ ଲାଗେ ସେତେବେଳେ ଆଲୋକ ବର୍ଷାର ପ୍ରତିଟି ବିନ୍ଦୁ ଦେଇ ଭିନ୍ନ ଭିନ୍ନ ୱେବଲେନ୍‌ଥରେ ବିଚ୍ଛୁରିତ ହୋଇଥାଏ ଓ ଏହା କାରଣରୁ ଅପବର୍ତ୍ତନ (ଆଲୋକ ତରଙ୍ଗର ଦିଗ ପରିବର୍ତ୍ତନ) ସମସ୍ତ ରଙ୍ଗକୁ ବିଛେଇ ଦେଇଥାଏ ।

Last Updated : Feb 16, 2021, 7:31 PM IST

ABOUT THE AUTHOR

...view details