ଓଡିଶା

odisha

ETV Bharat / science-and-technology

ମନୁଷ୍ୟର କାର୍ଯ୍ୟକଳାପ ଦେଖି ରୋବୋଟ୍‌ ଶିଖିବ ସମସ୍ତ କାମ - ସ୍ବୟଂଚାଳିତ ରୋବଟ୍

କେବଳ କାର୍ଯ୍ୟକଳାପକୁ ଦେଖି ରୋବୋଟ୍‌ ଶିଖିପାରିବ ସହଜରୁ ଅତି କଠିନ କାମ । ଏଥିଲାଗି ରୋବୋଟ୍‌ର ମେସିନ ଭିତରେ କୌଣସି ତଥ୍ୟକୁ ସଂଯୋଗ କରିବାକୁ ପଡିବ ନାହିଁ । ଆପଣ ଖାଦ୍ୟ ପରଷୁଥିବା, ଗାଡି ଚଳାଉଥିବା ବା ଯେକୌଣସି କାର୍ଯ୍ୟ କରୁଥିବା ଦେଖି ରୋବୋଟ୍‌ ସ୍ବୟଂଚାଳିତ ଭାବେ ମନୁଷ୍ୟ ଭଳି ସେହି କାର୍ଯ୍ୟକୁ ଶିଖିପାରିବ । ଅଧିକ ପଢନ୍ତୁ...

Robot can learn everything in just a few lessons by seeing demonstrations
ମନୁଷ୍ୟର କାର୍ଯ୍ୟକଳାପକୁ ଦେଖି ସ୍ବୟଂଚାଳିତ ଭାବେ ରୋବଟ୍‌ ଶିଖିବ ସମସ୍ତ କାମ

By

Published : Nov 22, 2020, 3:20 PM IST

Updated : Feb 16, 2021, 7:31 PM IST

ଲସ ଆଞ୍ଜେଲ୍ସ/କାଲିଫର୍ଣ୍ଣିଆ: ବିଶ୍ବରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷିପ୍ର ଗତିରେ ଆଗେଇ ଚାଲିଛି । ଅନେକ ଅସମ୍ଭବ କାର୍ଯ୍ୟକୁ ବାସ୍ତବିକ ରୂପ ଦେଇ ମନୁଷ୍ୟ ସମାଜକୁ ଆଶ୍ଚର୍ଯ୍ୟଚକିତ କରିଦେଉଛି । ଏହି ତାଲିକାରେ ଏବେ ସାମିଲ ହୋଇଛି USC ଗବେଷକଙ୍କ ଦ୍ବାରା ଡିଜାଇନ କରାଯାଇଥିବା ରୋବୋଟ । ପୂର୍ବରୁ ରୋବୋଟ୍‌ ଦ୍ବାରା କୌଣସି କାର୍ଯ୍ୟ କରେଇବାକୁ ଥିଲେ ତା' ମଧ୍ୟରେ ତଥ୍ୟକୁ ସଂଯୋଗ କରିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ଏହି ରୋବୋଟ‌ଟି ମନୁଷ୍ୟ କାର୍ଯ୍ୟକଳାପକୁ ଖାଲି ଅନୁଧ୍ୟାନ କରି ସ୍ବୟଂଚାଳିତ ଭାବେ ସମସ୍ତ କାର୍ଯ୍ୟକୁ ଖୁବ୍‌ କମ୍‌ ସମୟରେ ଶିଖିବାରେ ସକ୍ଷମ ହୋଇପାରିବ ।

ସାଉଥ୍ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ(USC)ର ଗବେଷକମାନେ ରୋବୋଟ ଦୃଷ୍ଟିଶକ୍ତିର କ୍ଷମତାରେ ଅଧିକ ଉନ୍ନତି ଆଣିବାକୁ ଚେଷ୍ଟା କରିଛନ୍ତି । ଯାହାଦ୍ବାରା ରୋବୋଟ୍‌ କାର୍ଯ୍ୟକଳାପକୁ ଖାଲି ଅନୁଧ୍ୟାନ କରି ସ୍ବୟଂଚାଳିତ ଭାବେ ସମସ୍ତ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିବ । ବିଶ୍ବବିଦ୍ୟାଳୟରେ 'ରୋବଟ୍‌ ଲର୍ଣ୍ଣିଂ କନଫେରନ୍ସରେ ' ଲର୍ଣ୍ଣିଂ ଫ୍ରମ୍‌ ଡେମୋନଷ୍ଟ୍ରେସନ ଉଜିଂ ସିଗ୍ନାଲ ଟେମ୍ପୋରାଲ ଲଜିକ୍' ବା ସିଗନାଲ୍ ଟେମ୍ପୋରାଲ୍ ଲଜିକ୍ ବ୍ୟବହାର କରି ପ୍ରଦର୍ଶନରୁ ଶିକ୍ଷା ନାମକ ଏକ ପେପର ଉପସ୍ଥାପନା କରାଯାଇଥିଲା ।

ରୋବୋଟ୍‌କୁ କୌଣସି କାର୍ଯ୍ୟ ଶିଖାଇବାକୁ ହେଲେ ବା ରୋବୋଟ୍‌ ଦ୍ବାରା କୌଣସି କାର୍ଯ୍ୟ କରାଇବାକୁ ଥିଲେ ସେହି ରୋବୋଟ୍‌ର ମେସିନ ମଧ୍ୟରେ ଅନେକ ତଥ୍ୟର ଆବଶ୍ୟକ ପଡିଥାଏ । ଏପରିକି ଜଣେ ମନୁଷ୍ୟ କୌଣସି କାର୍ଯ୍ୟ ଶିଖିବାକୁ ହେଲେ ତାହାକୁ ବାରମ୍ବାର ଦେଖିଲେ ବା ତାହାକୁ ନିଜେ କରିଲେ ହିଁ ଉକ୍ତ କାର୍ଯ୍ୟଟିକୁ ସଂପୂର୍ଣ୍ଣ ଭାବରେ ଶିଖିପାରିଥାଏ । ମାତ୍ର ଏହି ରୋବୋଟ୍‌କୁ ଏପରି ଭାବେ ଡିଜାଇନ କରାଯାଇଛି, ଯାହାକି ଯେକୌଣସି କାର୍ଯ୍ୟକୁ କିଛି ସମୟ ଦେଖିବା ମାତ୍ରେ ସ୍ବୟଂଚାଳିତ ଭାବେ ଶିଖିପାରିବ ବୋଲି ସାଉଥ୍ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଇଞ୍ଜିନିୟରିଂ କଲେଜର ପିଏଚଡି ଛାତ୍ର ଅନିରୁଦ୍ଧ ପୁରାନିକ କହିଛନ୍ତି ।

ମନୁଷ୍ୟ ଯେପରି ଅନ୍ୟ ଜଣଙ୍କ କାର୍ଯ୍ୟକୁ ଅନୁଧ୍ୟାନ କରି ବା ଭିଡିଓକୁ ଦେଖି ଯେକୌଣସି କାର୍ଯ୍ୟକୁ ଶିଖିଥାଏ, ଏହି ରୋବୋଟ୍‌ଟି ଠିକ୍‌ ସେହିପରି ଭାବରେ କାର୍ଯ୍ୟକୁ ଶିଖିପାରିବ । ତେବେ ଏହା ସଂପୂର୍ଣ୍ଣ ଭାବେ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ପାରଦର୍ଶିତା ଉପରେ ନିର୍ଭର କରିଥାଏ । ରୋବର୍ଟକୁ ପ୍ରଦର୍ଶନ କରୁଥିବା ବ୍ୟକ୍ତି ସୁରକ୍ଷିତ ଓ ଅସୁରକ୍ଷିତ କାର୍ଯ୍ୟ, ଆକାଂକ୍ଷିତ କିମ୍ବା ଅବାଞ୍ଛିତ କାର୍ଯ୍ୟ ଆଦିକୁ ନିର୍ଣ୍ଣୟ କରିବା ପରେ ପ୍ରଦର୍ଶନ କରିବା ଆବଶ୍ୟକ । ଯଦି ରୋବୋଟ୍‌ଟି କୌଣସି ଅସୁରକ୍ଷିତ କାର୍ଯ୍ୟର ପ୍ରଦର୍ଶନକୁ ଦେଖିଦିଏ, ତେବେ ମାନକ ଆଭିମୁଖ୍ୟ ଏହାକୁ ସମ୍ପୂର୍ଣ୍ଣ ଭାବରେ ଅବମାନନା କରିବେ ନଚେତ୍‌ ରୋବୋଟ୍‌ଟି ଅନୁଚିତ କାର୍ଯ୍ୟକୁ ଶିଖିଯିବ । ପ୍ରଦର୍ଶନରୁ ଶିଖିବା ପ୍ରଭାବଶାଳୀ ରୋବଟ୍ ନିୟନ୍ତ୍ରଣ ନୀତିଟି ଅଧିକ ଲୋକପ୍ରିୟ ହେଉଥିବା ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2021, 7:31 PM IST

ABOUT THE AUTHOR

...view details