ନୂଆଦିଲ୍ଲୀ: ବ୍ଲାକ୍ କରେଣ୍ଟ ଇଲଣ୍ଡରେ ଉତ୍ପାଦନ ହେଉଥିବା ଏକ ଫଳ । ଆସନ୍ତୁ ଜାଣିବା ଏହି ଫଳ କିଭଳି ଉତ୍ପାଦନ ହୁଏ ? ଏହି ଫଳ ଗଛକୁ ଗୋଟିଏ ବାଉଁଶ ଏବଂ ଜାଲ ସାହାଯ୍ୟରେ ପକ୍ଷୀଙ୍କ କବଳରୁ ମୁକ୍ତ କରାଯାଇପାରିବ । ତେବେ ଆମେ ଏଠାରେ ଏହାର ଉତ୍ପାଦନ ପ୍ରସଙ୍ଗରେ କହିବାର କାରଣ ହେଲା, ଯଦି ଆପଣଙ୍କ ବଗିଚାରେ ଗଛ ବଢାଇବା ନେଇ ଅସୁବିଧାରେ ପଡିଛନ୍ତି, ତାହେଲେ ଏହି ବ୍ଲାକ୍ କରେଣ୍ଟ ଗଛକୁ କିପରି ପକ୍ଷୀଙ୍କ କବଳରୁ ରକ୍ଷା କରାଯାଉଛି ସେହି ଉପାୟ ଆପଣାନ୍ତୁ ।
ତେବେ ଏହି ଫଳର ଦୁର୍ବଳତା ହେଉଛି ଜଳବାୟୁ ପରିବର୍ତ୍ତନ । ଯଦି ଶୀତଋତୁରେ ଥଣ୍ଡାର ପରିମାଣ ଦୀର୍ଘ ସମୟ ଧରି ନ ରୁହେ ତେବେ ଏହା ଫଳ ଧରିବାରେ ଏବଂ ପରବର୍ତ୍ତୀ ସମୟରେ ଉତ୍ପାଦନରେ ବାଧା ଉପୁଜି ଥାଏ ।
ଯଦିଓ ପ୍ରତି ୬୦ ଘଣ୍ଟା ମଧ୍ୟରେ ଇଂଲଣ୍ଡରେ ହାରାହାରି ତାପମାତ୍ରା ୧ ଡିଗ୍ରୀ ସେଣ୍ଟିଗ୍ରେଡ୍ ରେ ପରିବର୍ତ୍ତନ ହେଉଛି କିନ୍ତୁ ଶୀତଋତୁରେ ଗ୍ରୀଷ୍ମଋତୁ ଅପେକ୍ଷା ଉଷ୍ମତା ଅଧିକ ରହୁଛି । ଅନ୍ୟପଟେ ସାଧାରଣତଃ ୭ ଡ଼ିଗ୍ରୀ ତାପମାତ୍ରା ଏହି ଫଳ ପାଇଁ ଉପଯୁକ୍ତ । ସୌଭାଗ୍ୟବସତଃ କିଛି କିସମର ଫଳକୁ ମଧ୍ୟ ଅଳ୍ପ ଥଣ୍ଡାରେ ଅମଳ କରିହେଉଛି । ଚଳିତବର୍ଷ କୃଷକମାନେ ବେନ୍ ଲଓ୍ବେର୍ସ ନାମକ ଏକ ନୂତନ କିସମରୁ ପ୍ରଥମ କରି ଫଳ ଉତ୍ପାଦନ କରିଛନ୍ତି, ଯାହା ଗରମ ଶୀତର ମୁକାବିଲା ପାଇଁ ଉଦ୍ଦିଷ୍ଟ | ଏନେଇ ଆଗ୍ରହୀ ଚାଷୀ ଉଦ୍ୟାନ କୃଷି ବିକାଶ ବୋର୍ଡ ୱେବସାଇଟରେ ଅନେକ କିସମ ପାଇଁ “ଚିଲିଂ ଆଓ୍ବାର” ରେ ଦେଖିପାରିବେ ଏବଂ ଏଥିରେ ଗତବର୍ଷ ବ୍ରିଟେନର ବିଭିନ୍ନ ଅଞ୍ଚଳର ଜଳବାୟୁ କେତେ ଥର ପରିବର୍ତ୍ତନ ହୋଇଛି ତାହା ବାବଦରେ ମଧ୍ୟ ସୂଚନା ପାଇପାରିବେ ।