ବର୍ଲିନ: ଘରୋଇ ଉପକରଣ ନିର୍ମାତା BSH ବର୍ଲିନରେ ଆୟୋଜିତ IFA ଟ୍ରେଡ ସୋରେ ଏହାର ଲାଟେଷ୍ଟ ଇନୋଭେସନକୁ ପ୍ରଦର୍ଶନ କରିଛି। କୋଭିଡ-19 ମହାମାରୀ ଯୋଗୁଁ ସାଧାରଣତଃ 200,000 ଲୋକଙ୍କ ଭିଡ ବଦଳରେ କେବଳ ଅଳ୍ପ କିଛି ଲୋକ ଏହି ଶୋ’ ରେ ଯୋଗ ଦେଇପାରିବେ । ଯେକୌଣସି ସମୟରେ ଏକ ସାଙ୍ଗରେ ସର୍ବାଧିକ 750 ଭିଜିଟର୍ସଙ୍କୁ ହଲକୁ ଅନୁମତି ଦିଆଯାଉଛି ।
କିନ୍ତୁ ବିଏସଏଚ ବୋର୍ଡ ମ୍ୟାନେଜମେଣ୍ଟ ସଦସ୍ୟ Matthias Ginthum କହିଛନ୍ତି କି, କୋରୋନା ଭାଇରସ ବାସ୍ତବରେ ଗ୍ରାହକଙ୍କ ମନକୁ ଫୋକସ କରିଛି । ଏଭଳି କିଛି ଯାହା ଆମ ବ୍ରାଣ୍ଡ Bosch and Siemens ପାଇଁ ଭଲ ବ୍ୟବସାୟ ହୋଇଛି ।
ଏଇ କେଇ ମାସ ମଧ୍ୟରେ ଆମର ଦୈନନ୍ଦିନ ଜୀବନର ମୁଖ୍ୟ ପାର୍ଟ ଘର ଓ ରୋଷଇ ଘରର ଉପରେ ଏଧିକ ଗୁରୁତ୍ବ ଦିଆଯାଇଛି । ‘‘ ସାମାଜିକ ଦୂରତ୍ବ ଓ ଘରେ ରହିବାକୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଇଥିବାରୁ ଲୋକମାନେ ନିଜ ଘର ପ୍ରତି ଫୋକସ କରିଛନ୍ତି । ଆଉ ଏଥିଯୋଗୁଁ କିଚେନ ଏବେ ସମସ୍ତ ଜୀବନରେ ଅଧିକ ଗୁରୁପୂର୍ଣ୍ଣ ବା ପ୍ରାଥମିକତା ହୋଇଛି ।
ବିଏସଏଚ ନିଜ ଡିସୱାସର ଉନ୍ମୋଚନ ପାଇଁ ବାଣିଜ୍ୟ ମେଳାକୁ ଜରିଆ କରିଛି । Bosch ବ୍ରାଣ୍ଡ ପାଇଁ, ନୂତନ PerfectDry ଉପକରଣଗୁଡ଼ିକ ସମସ୍ତ ନେଟୱାର୍କିଂ ହୋଇପାରେ ଏବଂ ଏକ ତୃତୀୟ ଲୋଡିଂ ସ୍ତରକୁ ଅନ୍ତର୍ଭୁକ୍ତ କରିପାରେ, ଫଳରେ ୟୁଜର୍ସ ଏବେ ସେମାନଙ୍କର ମଇଳା ପାତ୍ରରେ ଅତିରିକ୍ତ 25% ଅଳିଆ ଆବର୍ଜନାରେ ଫିଟ କରିପାରିବେ |
ଏହାକୁ ଏକ “ଅତିରିକ୍ତ ପରିଷ୍କାର ଜୋନ” ବୋଲି Bosch ମଧ୍ୟ ଉପସ୍ଥାପନ କରିଛି ।
Bosch ମୁଖପାତ୍ର ଏହି ସୁବିଧାକୁ ‘‘ ଜିଦି ମଇଳା ପାଇଁ ଏକ ବାସ୍ତବ ଇନୋଭେସନ ’ ବୋଲି କହିଛନ୍ତି ।