ଲସ ଏଞ୍ଜଲେସ:ଗୁଗୁଲ ପ୍ୟାରେଣ୍ଟ କମ୍ପାନୀ ପରେ 227 କର୍ମଚାରୀଙ୍କୁ ନେଇ ନୂତନ ଗୋଷ୍ଠୀ ଗଠନ କରିଛନ୍ତି । ଆମେରିକା କମ୍ୟୁନିକେସନ କର୍ମଚାରୀଙ୍କ ସମର୍ଥନରେ ପ୍ରାୟ 7 ଲକ୍ଷ କର୍ମଚାରୀଙ୍କୁ ନେଇ ଏକ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଆମେରିକା ଓ କାନାଡାରେ ଥିବା ଭିଡିଓ ଗେମ ଓ ଟେକ କମ୍ପାନୀକୁ ଏକତ୍ରୀକରଣ କରିବା ।
ଏହି ଅଭିଯାନରେ କମ୍ପାନୀଗୁଡିକ ସେମାନଙ୍କ କର୍ମଚାରୀଙ୍କ ପାଇଁ ଲାଗୁ କରିଥିବା ନାଗରିକ ମୂଲ୍ୟବୋଧକୁ ଗୁରୁତ୍ବ ଦିଆଯାଇଛି ବୋଲି ନୂଆ ଆଲଫାବେଟ କର୍ମଚାରୀ ସଂଗଠନ ଟ୍ବଟ କରି ସୂଚନା ଦେଇଛି । ଯଦି ଆପଣଙ୍କ ମୂଳ ଉଦ୍ଦେଶ୍ୟ ଲାଭବାନ ଦେବା ହୁଏ ତେବେ ଆମେ ନାଗରିକତ୍ବ ମୂଳ୍ୟବୋଧକୁ ଉଚ୍ଚରେ ରଖିପାରିବା ନାହିଁ । ଆମେ ଏହାର ପ୍ରତିବାଦ ବିରୋଧରେ କାମ କରୁଛୁ ବୋଲି କହିଛନ୍ତି ଇଞ୍ଜିନୟର କ୍ଲେରେନ୍ସିଆ । ସଂଖ୍ୟାଲଘୁ ୟୁନିୟନ ଭାବରେ ଗୋଷ୍ଠୀର ଗଠନ, ଅଳ୍ପ ସଂଖ୍ୟକ ଗୁଗୁଲ କର୍ମଚାରୀ ଓ କଣ୍ଟ୍ରାକଟର କର୍ମଚାରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ।
ସବକଣ୍ଟ୍ରାକଟେଡ କର୍ମଚାରୀଙ୍କ ସମେତ ଅନେକ ଗୁଗୁଲ କର୍ମଚାରୀ କାଫେଟେରିଆରେ ଖାଦ୍ୟ ସେବା ଯୋଗେଇ ଦେବା ସହିତ ସଫେଇ କ୍ଷେତ୍ରରେ ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ସେମାନଙ୍କୁ ଉପଯୁକ୍ତ ଦରମା ଦେବା ସହିତ ସେମାନଙ୍କ ପାଇଁ କେହି ଜଣେ ଲଢିବାକୁ ସେମାନେ ଆବଶ୍ୟକତା କରୁଛନ୍ତି ବୋଲି କହିଛନ୍ତି ଗୁଗୁଲ ସଫ୍ଟୱେୟାର ଇଞ୍ଜିନିୟର ରାଇନି ସିରାନୋ । ଚଳିତ କେତେକ କମ୍ପାନୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଉପରେ ଶୋଷଣ କରିବା ସହିତ ସେମାନଙ୍କୁ ଦୁଃର୍ବ୍ୟବହାର ହେଉଥିବା ନେଇ ଅନେକ କର୍ମଚାରୀ ଆନ୍ଦୋଳନ କରିଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସିଡବ୍ଲୁଏର ମୁଖପାତ୍ର ବେଥ ଆଲେନ ।
ଆମେ ଆମ କର୍ମଚାରୀଙ୍କ ପ୍ରତି ସର୍ବଦା କଠିନ ପରିଶ୍ରମ କରୁଛୁ ଏବଂ ସେମାନଙ୍କ କାମ ପାଇଁ ସେମାନଙ୍କୁ ପୁରସ୍କୃତ କରିବା କ୍ଷେତ୍ରରେ ଆମେ ସବୁବେଳେ ଚେଷ୍ଟା କରିବା ସହିତ ଶ୍ରମ ସୁରକ୍ଷା ଅଧିକାରକୁ ସର୍ମଥନ କରୁଛୁ ବୋଲି କହିଛନ୍ତି ଗୁଗୁଲ ମୁଖପାତ୍ର କାରା ସିଲଭରଷ୍ଟାଇନ । ସେ ଆହୁରୀ କହିଛନ୍ତି ଗୁଗୁଲ ପରି ବୃହତ୍ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ନିକଟରେ ପହଞ୍ଚିବା ସମ୍ଭବ ନୁହେଁ । ଯଦି କର୍ମକ୍ଷେତ୍ରରେ ଲୋକମାନେ ପ୍ରତିନିଧୀ ଭାବରେ ସେମାନଙ୍କ ପାଇଁ ସଂଗଠନକୁ ମୂଲ୍ୟବାନ ଭାବନ୍ତି ତେବେ ତାହା ହିଁ ୟୁନିୟନକୁ ଆଗକୁ ନେବ ।
ଗୁଗୁଲ ଇଞ୍ଜିନିୟର କ୍ଲେରେନ୍ସିଆ କହିଛନ୍ତି ଗେବରୁଙ୍କ ପରେ ସେ ୟୁନିୟନ ସହିତ ସକ୍ରିୟତାର ସହିତ ଜଡିତ ଅଛନ୍ତି । ସଂଗଠନର ମୁଖ୍ୟ ଲକ୍ଷ୍ୟ ହେଲା ସମାଜ ଓ କର୍ମଚାରୀଙ୍କ ପ୍ରତି ସମସ୍ତ ନୈତିକତା ଆଚରଣ ପ୍ରର୍ଦଶନ କରିବା ।