ହାଇଦ୍ରାବାଦ:ଜାରି ରହିଛି ଫେଷ୍ଟିଭ ସିଜନ । ଅନେକ କମ୍ପାନୀ ଅନେକ ନୂଆ ନୂଆ ପ୍ରଡକ୍ଟ ଲଞ୍ଚ କରୁଥିବା ବେଳେ ଇକମର୍ସ ସାଇଟ ମଧ୍ୟ ଦମଦାର ଅଫର ଦେଉଛନ୍ତି । ଏହାରି ଭିତରେ ସାମସଙ୍ଗ ଦୁଇଟି ନୂଆ ଟ୍ୟାବ ଲଞ୍ଚ କରିଛି। Galaxy Tab S9 FE(ଗ୍ୟାଲାକ୍ସି ଟ୍ୟାବ S9 ଏଫଇ) ଏବଂ Galaxy S9 FE+(ଗ୍ୟାଲାକ୍ସି ଟ୍ୟାବ S9 ଏଫଇ ପ୍ଲସ) ଲଞ୍ଚ କରିଛି । ତେବେ ଏହି ଟ୍ୟାବରେ କମ୍ପାନୀ ପକ୍ଷରୁ ପାଓ୍ବାରଫୁଲ ବ୍ୟାଟେରୀ ଲାଇଫ ଦିଆଯାଇଛି । ଏହା ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଫିସ କାର୍ଯ୍ୟରେ ବେସ ସହାୟକ ହେବ ବୋଲି କୁହାଯାଇଛି।
ଜାରି ରହିଛି ଫେଷ୍ଟିଭ ସିଜନ । ଅନେକ କମ୍ପାନୀ ଅନେକ ନୂଆ ନୂଆ ପ୍ରଡକ୍ଟ ଲଞ୍ଚ କରୁଥିବା ବେଳେ ଇକମର୍ସ ସାଇଟ ମଧ୍ୟ ଦରଦାର ଅଫର ଦେଉଛନ୍ତି । ଏହାରି ଭିତରେ ସାମସଙ୍ଗ ଦୁଇଟି ନୂଆ ଟ୍ୟାବ ଲଞ୍ଚ କରିଛି । Galaxy Tab S9 FE ଏବଂ Galaxy S9 FE+ ଲଞ୍ଚ କରିଛି । ତେବେ ଏହି ଟ୍ୟାବରେ କମ୍ପାନୀ ପକ୍ଷରୁ ପାଓ୍ବାରଫୁଲ ବ୍ୟାଟେରୀ ଲାଇଫ ଦିଆଯାଇଛି । ଏହା ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଫିସ କାର୍ଯ୍ୟରେ ବେଶ ସହାୟକ ହେବ ବୋଲି କୁହାଯାଇଛି ।
Galaxy Tab S9 FE ଏବଂ Galaxy S9 FE+ର ଦାମ: Galaxy Tab S9 FEକୁ 449.99 ଡଲାରରେ ଲଞ୍ଚ କରାଯାଇଛି । ଭାରତୀୟ ମୁଦ୍ରାରେ ଏହାର ଦାମ 37 ହଜାର 450 ଟଙ୍କା ରହିଛି। ଏହା 4ଟି ରଙ୍ଗରେ ଉପଲବ୍ଧ। ମିଣ୍ଟ(ସବୁଜ), ସିଲଭର(ଧଳା), ଗ୍ରେ ଏବଂ ଲାଭେଣ୍ଡର ରଙ୍ଗରେ ଉପଲବ୍ଧ । ତେବେ 10 ଅକ୍ଟୋବରରୁ ଅଫିସିଆଲ ସାଇଟରେ ଏହାର ବିକ୍ରି ଆରମ୍ଭ ହୋଇଛି । ଅନ୍ୟପଟେ Galaxy S9 FE+କୁ 54 ହଜାର 999 ଟଙ୍କାରେ ଲଞ୍ଚ କରାଯାଇଛି । ଏଥିରେ 8GB RAM- 128GB ଷ୍ଟୋରେଜ ଏବଂ 12GB RAM- 256GB ଷ୍ଟୋରେଜ ଅପ୍ସନ ରହିଛି । Galaxy Tab S9 FEଭଳି Galaxy S9 FE+ ମଧ୍ୟ 4ଟି ରଙ୍ଗରେ ଉପଲବ୍ଧ ।