ହାଇଦ୍ରାବାଦ:ଋଷର ମୁନ ମିଶନ.. ଭାରତର ତୃତୀୟ ମୁନ୍ ମିଶନ ଚନ୍ଦ୍ରଯାନ-୩ ସଫଳତା ଦିଗରେ ଆଗେଇ ଚାଲିଥିବା ବେଳେ ଏବେ ଭାରତର ଘନିଷ୍ଠ ସହଯୋଗୀ ଋଷ ଆରମ୍ଭ କରିଛି ଲୁନା ଗ୍ଲୋବ । ପ୍ରାୟ 47 ବର୍ଷ ପରେ ଚନ୍ଦ୍ରକୁ ଲୁନା-25 ପଠାଇଲା ଋଷ । ସଫଳତାର ସହିତ ଆଜି ଋଷର ଭୋଷ୍ଟୋଚନି କସମୋଡ୍ରୋମରୁ ଲଞ୍ଚ ସେଣ୍ଟରରୁ ଲୁନା-25କୁ ଲଞ୍ଚ କରାଯାଇଛି । ଲୁନା -୨୫ର ଉତକ୍ଷେପଣ ପାଇଁ ସୋୟୁଜ୍ -୨ ରକେଟର ବ୍ୟବହାର କରାଯାଇଥିବା ନେଇ ଋଷ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ରକେଟର ଲମ୍ବ ପ୍ରାୟ 46.3 ମିଟର ରହିଥିବା ବେଳେ ଏହାର ବ୍ୟାସ 10.3 ମିଟର ଅଟେ । ଅନ୍ୟପଟେ ଏହାର ଓଜନ 313 ଟନ ରହିଛି । 1976 ମସିହା ପରେ ଋଷର ଏହା ପ୍ରଥମ ମୁନ ମିଶନ । ଖବର ଅନୁଯାୟୀ, ଋଷର ମହାକାଶଯାନ ଅଗଷ୍ଟ 23ରେ ଚନ୍ଦ୍ରରେ ପହଞ୍ଚିବାର ସମ୍ଭାବନା ରହିଛି । ଅନ୍ୟପଟେ ଜୁଲାଇ 14ରେ ଭାରତ ଦ୍ବାରା ଆରମ୍ଭ ହୋଇଥିବା ଚନ୍ଦ୍ରୟାନ-3 ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡିଂ କରିବା ନେଇ ଆକଳନ କରାଯାଇଛି ।
ଋଷର ଏକ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ରିପୋର୍ଟରେ କୁହାଯାଛି ଯେ, ଲୁନା -25 ଋଷର ଭୋଷ୍ଟୋଚନି କସମୋଡ୍ରୋମରୁ ଲଞ୍ଚ ସେଣ୍ଟରରୁ ଲଞ୍ଚ କରାଯାଇଛି । ସୋଏଜ୍-୨ ରକେଟର ସାହାଯ୍ୟରେ ଉତକ୍ଷେପଣ କରାଯାଇଥିବା ନେଇ ସୂଚନା ଦିଆଯାଇଛି । ଉତକ୍ଷେପଣର 564 ସେକେଣ୍ଡ ପରେ ଫ୍ରିଗେଟ ବୁଷ୍ଟର ରକେଟରକୁ ଅଲଗା ହୋଇଛି । ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବା ପାଇଁ ଲୁନା-25କୁ ସାଢେ 5 ଦିନ ସମୟ ଲାଗିବ ବୋଲି ରିପୋର୍ଟରେ କୁହାଯାଇଛି । ଏହା ପରେ ଅଗଷ୍ଟ 23ରେ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବାର ସମ୍ଭାବନା ରହିଛି ।
ମହାକାଶଯାନ ଲୁନା-25 ଚନ୍ଦ୍ରରେ ଜଳ ସମେତ ପ୍ରାକୃତିକ ସମ୍ପଦର ସନ୍ଧାନ କରିବ । ଏହାସହିତ ଚନ୍ଦ୍ରପୃଷ୍ଠର ସଂରଚନା ସମ୍ପର୍କରେ ମଧ୍ୟ ପରୀକ୍ଷା ନିରୀକ୍ଷା କରିବ । ଚନ୍ଦ୍ରର ମେରୁରେ ମୃତ୍ତିକାର ପରୀକ୍ଷା ଏବଂ ଚନ୍ଦ୍ରର ପତଳା ବାୟୁମଣ୍ଡଳରେ ଥିବା ପ୍ଲାଜମା ଏବଂ ଧୂଳି ଅଧ୍ୟୟନ ପାଇଁ ଏକ ବର୍ଷ ସମୟ ନେବ । ଲ୍ୟାଣ୍ଡରର ଏକାଧିକ କ୍ୟାମେରା ଅଛି ଏବଂ ଅବତରଣର ଟାଇମଲେପ୍ ଫୁଟେଜ୍ ଏବଂ ଚନ୍ଦ୍ରର ଦୃଶ୍ୟର ଏକ HDR ଓ୍ବାଇଡ ଏଙ୍ଗେଲ ଛବି ତିଆରି କରିବ ।