ହାଇଦ୍ରାବାଦ:ଅପେକ୍ଷାର ଅନ୍ତ ଘଟିଲା। ଗଣେଶ ଚତୁର୍ଥୀ ଅବସରରେ ରିଲାଏନ୍ସ ଜିଓ ଏହାର ଏୟାର ଫାଇବର ସେବା ଲଞ୍ଚ କରିଛି। ଏହାକୁ ଉଭୟ ଘରେ ଏବଂ ଅଫିସରେ ବ୍ୟବହାର କରାଯାଇପାରିବ। ରିଲାଏନ୍ସ ଏୟାର ଫାଇବରରେ, ଉପଭୋକ୍ତାମାନେ 1 ଜିବିପିଏସ୍ ପର୍ଯ୍ୟନ୍ତ ସ୍ପିଡ ପାଇପାରିବେ। ଯାହା ଦ୍ବାରା ହାଇ-ଡେଫିନେସନ ଭିଡିଓ ଷ୍ଟ୍ରିମିଂ, ଅନ୍ଲାଇନ୍ ଗେମିଂ ଏବଂ ଭିଡିଓ କନଫରେନ୍ସିଂ ସୁବିଧା ଉପଭୋଗ କରିପାରିବେ। କହିରଖୁଛୁ କି, ଗତ ଅଗଷ୍ଟ 28 ତାରିଖରେ 46 ତମ ବାର୍ଷିକ ସାଧାରଣ ସଭାରେ ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଜିଓ ଏୟାର ଫାଇବର ଘୋଷଣା କରିଥିଲେ। ରିଲାଇନ୍ସ ୟୁଜର୍ସମାନେ ମଧ୍ୟ ଏହାକୁ ଅପେକ୍ଷା କରି ରହିଥିବା ବେଳେ ଆଜି ଏହି ସର୍ଭିସ ଆରମ୍ଭ କରାଯାଇଛି।
ଜିଓ ଏୟାର ଫାଇବର ପ୍ଲାନ:ଜିଓ ଏୟାର ଫାଇବର ପ୍ଲାନ 6 ମାସ 12 ମାସ ପାଇଁ ନେଇପାରିବେ ୟୁଜର୍ସ। ଯେଉଁଥିରେ ଜିଓ ଫାଇବର ପାଇଁ ଉପଭୋକ୍ତାଙ୍କୁ ମାସିକ 599 ସହିତ ଜିଏସଟି ଦେବାକୁ ପଡିବ। ଜିଓ ଏୟାର ଫାଇବର ହେଉଛି ଏକ ଇଣ୍ଟିଗ୍ରେଟେଡ ଏଣ୍ଡ-ଟୁ-ଏଣ୍ଡ ସମାଧାନ ଯାହା ଘର ମନୋରଞ୍ଜନ, ସ୍ମାର୍ଟ ହୋମ ସେବା ଏବଂ ହାଇ ସ୍ପିଡ ବ୍ରଡବ୍ୟାଣ୍ଡ ଭଳି ସେବା ଯୋଗାଇବ। ବର୍ତ୍ତମାନ ସୁଦ୍ଧା କମ୍ପାନୀ ପକ୍ଷରୁ ଏହାକୁ 6ଟି ସହରରେ ଲଞ୍ଚ କରାଯାଇଛି। ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ପୁଣେରେ ଜିଓ ଏୟାର ଫାଇବର ସେବାକୁ ଲାଇଭ କରିଛି କମ୍ପାନୀ।
କମ୍ପାନୀ ଏୟାର ଫାଇବର ଏବଂ ଏୟାର ଫାଇବର ମ୍ୟାକ୍ସ ନାମକ ଦୁଇଟି ଯୋଜନା ଲଞ୍ଚ କରିଛି। ଏୟାର ଫାଇବର ଯୋଜନାରେ ଗ୍ରାହକ ଦୁଇ ପ୍ରକାରର ସ୍ପିଡ୍ ପ୍ଲାନ୍, 30 ଏମବିପିଏସ୍ ଏବଂ 100 ଏମବିପିଏସ୍ ପାଇବେ। କମ୍ପାନୀ ପ୍ରାରମ୍ଭିକ 30 Mbps ଯୋଜନାର ମୂଲ୍ୟ 599 ଟଙ୍କା ରଖିଥିବା ବେଳେ 100 Mbps ଯୋଜନାର ମୂଲ୍ୟ 899 ଟଙ୍କା ରଖାଯାଇଛି। ଉଭୟ ଯୋଜନାରେ ଗ୍ରାହକ 550 ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍ ଏବଂ 14 ମନୋରଞ୍ଜନ ଆପ ବ୍ୟବହାର କରିବାର ସୁବିଧା ପାଇବେ। ଏୟାର ଫାଇବର ଯୋଜନା ଅନୁଯାୟୀ କମ୍ପାନୀ 100 ଏମବିପିଏସ ସ୍ପିଡ ସହିତ 1199 ଟଙ୍କା ଯୋଜନା ମଧ୍ୟ ଆଣିଛି। ଯେଉଁଥିରେ ଉପରୋକ୍ତ ଚ୍ୟାନେଲ ଏବଂ ଆପ୍ ସହିତ ନେଟଫ୍ଲିକ୍ସ, ଆମାଜନ ଏବଂ ଜିଓ ସିନେମା ଭଳି ପ୍ରିମିୟମ୍ ଆପ୍ ମଧ୍ୟ ଉପଲବ୍ଧ ହେବ।
ମ୍ୟାକ୍ସ ପ୍ଲାନ: ତେବେ ଅଧିକ ଇଣ୍ଟରନେଟ୍ ସ୍ପିଡ୍ ଚାହୁଁଥିବା ଉପଭୋକ୍ତାମାନେ 'ଏୟାର ଫାଇବର ମ୍ୟାକ୍ସ' ଯୋଜନା ମଧ୍ୟରୁ ଗୋଟିଏ ବାଛିପାରିବେ। କମ୍ପାନୀ ବଜାରରେ 300 Mbps ରୁ 1000 Mbps ଅର୍ଥାତ୍ 1 Gbps ପର୍ଯ୍ୟନ୍ତ ତିନୋଟି ଯୋଜନା ଆରମ୍ଭ କରିଛି। 1499 ଟଙ୍କାରେ 300 ଏମବିପିଏସ୍ ସ୍ପିଡ୍ ପାଇବେ। ଉପଭୋକ୍ତାମାନେ 2499 ଟଙ୍କା ପାଇଁ 500 ଏମବିପିଏସ୍ ସ୍ପିଡ୍ ପାଇବେ ଏବଂ ଯଦି ଉପଭୋକ୍ତା 1 ଜିବିପିଏସ୍ ସ୍ପିଡ୍ ସହିତ ପ୍ଲାନ ପାଇବାକୁ ହେଲା 3999 ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ସମସ୍ତ ଯୋଜନା ସହିତ 550 ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍, 14 ମନୋରଞ୍ଜନ ଆପ୍ ଏବଂ ନେଟଫ୍ଲିକ୍ସ, ଆମାଜନ ଏବଂ ଜିଓ ସିନେମା ଭଳି ପ୍ରିମିୟମ୍ ଆପ୍ ଉପଲବ୍ଧ ହେବ।