ଓଡିଶା

odisha

By

Published : Jan 16, 2023, 12:43 PM IST

ETV Bharat / science-and-technology

Pokhara Air Crash: ବିମାନ ଯାତ୍ରା ପାଇଁ ନେପାଳ ସାଜୁଛି କାଳ ! ଜାଣନ୍ତୁ ATR କ୍ରାସ୍ ପଛର ସତ

ନେପାଳ ବିମାନ ଦୁର୍ଘଟଣାରେ କ୍ରୁ ମେମ୍ବରଙ୍କ ସମେତ 72 ଯାତ୍ରୀ ଗୋଟିଏ ଦୁର୍ଘଟଣାରେ ଏକା ସାଙ୍ଗେ ପ୍ରାଣ ହରାଇବା ଘଟଣାକୁ ନେଇ ସବୁଠି ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଛି । ତେବେ ବାସ୍ତବରେ ଦୁର୍ଘଟଣା ପାଇଁ ଦାୟୀ କିଏ ବାରମ୍ବାର ସେଠାରେ ଏପରି ଘଟିବାର କାରଣ କଣ, ପଢନ୍ତୁ ଏହି ରିପୋର୍ଟ

Pokhara Air Crash
Pokhara Air Crash

ହାଇଦ୍ରାବାଦ: ନେପାଳ ବିମାନ ଦୁର୍ଘଟଣାକୁ ନେଇ ବିଶ୍ବର ବିଭିନ୍ନ ପ୍ରାନ୍ତରେ ସୃଷ୍ଟି ହୋଇଛି ଏକ ଶୋକାକୁଳ ପରିବେଶ । କ୍ରୁ ମେମ୍ବରଙ୍କ ସମେତ 72 ଯାତ୍ରୀ ଗୋଟିଏ ଦୁର୍ଘଟଣାରେ ଏକା ସାଙ୍ଗେ ପ୍ରାଣ ହରାଇବା କେବଳ ନେପାଳ ପାଇଁ ନୁହଁ ବିଶ୍ବର ଅନ୍ୟ ଦେଶଗୁଡିକ ପାଇଁ ମଧ୍ୟ ଏକ ଦୁଃଖଦ ଖବର । କାରଣ ଏଥିରେ ଆମ ଦେଶର 5 ନାଗରିକଙ୍କ ସମେତ ଅନ୍ୟାନ୍ୟ ଦେଶର ନାଗରିକ ମଧ୍ୟ ଯାତ୍ରା କରୁଥିଲେ । ଅବତରଣର ମାତ୍ର 10 ସେକେଣ୍ଡ ପୂର୍ବରୁ ୟତି ଏୟାରଲାଇନ୍ସର ATR-500 ର ଏହି ଭୟାନକ ଦୁର୍ଘଟଣାକୁ ନେଇ ଗତ ଦୁଇ ଦିନ ଧରି ଚର୍ଚ୍ଚା ଲାଗିରହିଛି । ସୋସିଆଲ ମିଡିଆରେ ଘୂରି ବୁଲିଛି ଦୁର୍ଘଟଣା ସମୟର, ପୂର୍ବର ଏବଂ ପରର ଭିଡିଓ ।

ତେବେ ଆଜିର ଏହି ଆର୍ଟିକଲରେ ଆମେ ଆଲୋଚନା କରିବା ୟତି ଏୟାରଲାଇନ୍ସ ବାବଦରେ । କିଏ ଏହି ଏୟାରଲାଇନ୍ସର ମାଲିକ, କେଉଁ ସଂସ୍ଥାର ତତ୍ତ୍ବାବଧାନରେ ପରିଚାଳିତ ହେଉଥିଲା, କଣ ରହିଛି ଏହାର ଫିଚର୍ସ ଏବଂ ଏହି ଦୁର୍ଘଟଣା ପାଇଁ ଦାୟୀ କିଏ...

ପ୍ରଥମେ କହି ରଖୁଛୁ ଯେ, ରବିବାର(ଜାନୁଆରୀ 15)ରେ 68 ଜଣ ଯାତ୍ରୀ ଏବଂ ଚାରିଜଣ କ୍ରୁ ସଦସ୍ୟଙ୍କୁ ନେଇ 72 ଜଣିଆ ଯାତ୍ରୀବାହୀ ବିମାନ ଦିନ ପ୍ରାୟ 11ଟା ସମୟରେ କାଠମାଣ୍ଡୁରୁ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଯାତ୍ରା କରୁଥିଲା । ଏଥିରେ 53 ନେପାଳୀ ନାଗରିକ, ପାଞ୍ଚ ଜଣ ଭାରତୀୟ ନାଗରିକ, ଚାରି ଜଣ ଋଷିୟ, ଦୁଇ ଜଣ କୋରିଆ, ଜଣେ ଇଂରେଜ, ଜଣେ ଆର୍ଜେଣ୍ଟିନା ଏବଂ ଜଣେ ଫରାସୀ ନାଗରିକ ଥିଲେ । ନୂଆ କରି ଖୋଲିଥିବା ପୋଖରା ବିମାନବନ୍ଦରରେ ATR-500 ବିମାନ ଅବତରଣର 10 ସେକେଣ୍ଡ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗତ 30 ବର୍ଷ ମଧ୍ୟରେ ଏହାକୁ ମିଶାଇ 28 ଥର ଦୁର୍ଘଟଣା ଘଟିଲାଣି, ତେବେ ଏହାର କାରଣ କଣ...

ଏହା ମଧ୍ୟ ପଢନ୍ତୁ:-Plane Crash Tragedy: ମିଳିଲା ବିମାନର ବ୍ଲାକ ବକ୍ସ

ଦୁର୍ଘଟଣାର କାରଣ:-ବିଶେଷଜ୍ଞଙ୍କ କହିବା ଅନୁସାରେ, ନେପାଳର ପାହାଡିଆ ଅଞ୍ଚଳ, ଖରାପ ପାଗ, ଅନଭିଜ୍ଞ ପାଇଲଟଙ୍କ ସମେତ ପୁରୁଣା ବିମାନ କାରଣରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର 2019 ରିପୋର୍ଟ ଅନୁସାରେ, ପାର୍ବତ୍ୟାଞ୍ଚଳ ପାଇଲଟଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ଦେଶର ଭୌଗଳିକ ସ୍ଥିତି ମଧ୍ୟ ଦୁର୍ଘଟଣାର ମୁଖ୍ୟ ଦାୟୀ, କାରଣ ବିଶ୍ବର ଉଚ୍ଚତମ ଶୃଙ୍ଗ ନେପାଳରେ ରହିଛି । ନେପାଳର ବିମାନବନ୍ଦର ସମୁଦ୍ର ପତନଠାରୁ 1,338 ମିଟର ଉପରେ ରହିଛି । ଏହି କାରଣରୁ ବିମାନର ମୋଡ ବଦଳାଇବା ପାଇଲଟଙ୍କ ପାଇଁ କାଠିକର ପାଠ ହୋଇପଡୁଛି । ଏହା ସାଙ୍ଗକୁ ପାହାଡିଆ ଅଞ୍ଚଳ ପାଇଁ ପାଗରେ ହଠାତ୍ ପରିବର୍ତ୍ତନ ଘଟୁଛି, ରାଡାର ବ୍ୟବସ୍ଥା ମଧ୍ୟ ଦୁର୍ବଳ, ପାଇଲଟଙ୍କ ନିକଟରେ ସଠିକ୍ ସମୟରେ ପାଣିପାଗ ବାବଦରେ ସୂଚନା ପହଞ୍ଚିପାରୁ ନାହିଁ, ପୁରୁଣା ବିମାନକୁ ଯାତ୍ରା କରିବା ମଧ୍ୟ ଏକ ବଡ ବିପଦ, ତା' ସାଙ୍ଗକୁ ଅନଭିଜ୍ଞ ପାଇଲଟ୍ ଏପରି ଭୟଙ୍କର ଦୁର୍ଘଟଣାର ପ୍ରମୁଖ କାରଣ ରହିଛି ।

ଏହା ମଧ୍ୟ ପଢନ୍ତୁ:-Pokhara Plane Crash Tragedy: ସାମ୍ନାକୁ ଆସିଲା ଦୁର୍ଘଟଣା ପୂର୍ବର ଦୃଶ୍ୟ, ଫେସବୁକ ଲାଇଭ କରୁଥିଲେ ଯୁବକ

ୟେତି ଏୟାରଲାଇନ୍ସ ବାବଦରେ 6ଟି ତଥ୍ୟ:-ରବିବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ATR-72 ବିମାନ ଏହାର ତୃତୀୟ ଉଡାଣ ଥିଲା । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍‌ ରାଡାର୍24 ଦାବି କରିଛି ଯେ, ୟେତି ଏୟାରଲାଇନ୍ସର ବିମାନ 15 ବର୍ଷର ପୁରୁଣା । ଏହା ନେପାଳ ଏବଂ ଦକ୍ଷିଣ ଏସିଆର ପ୍ରଥମ କାର୍ବନ-ନିରପେକ୍ଷ ବିମାନ ଏବଂ ବୁଦ୍ଧ ଏୟାର ପରେ ନେପାଳର ଦ୍ୱିତୀୟ ବୃହତ୍ତମ ଘରୋଇ ପରିବହନକାରୀ । ୟେତି ଏୟାରଲାଇନ୍ସ ଏବଂ ତାରା ଏୟାର ମିଳିତ ହୋଇ ନେପାଳର ସର୍ବ ବୃହତ ଘରୋଇ ବିମାନ ସେବା ଗଠନ କରିଥିଲେ । ୟୁରୋପୀୟ କମିଶନ ସମସ୍ତ ନେପାଳ ଏୟାରଲାଇନ୍ସକୁ 2013 ରେ ୟେତି ଏୟାରଲାଇନ୍ସ ସମେତ ୟୁରୋପୀୟ ଏୟାର ସ୍ପେସରେ ପ୍ରବେଶ କରିବାକୁ ବାରଣ କରିଥିଲେ । ଜୁନ୍ 2021 ସୁଦ୍ଧା ଏହି ପ୍ରତିବନ୍ଧକ ଜାରି ରହିଥିଲା । ପାରେଣ୍ଟ କମ୍ପାନୀ ୟେତି ୱାର୍ଲ୍ଡ, ତତ୍କାଳୀନ ପ୍ରଧାନମନ୍ତ୍ରୀ କେ.ପି ଓଲିଙ୍କ ଏକ ଦୁର୍ନୀତି ମାମଲାରେ ଜଡିତ ଥିବା ନେଇ ଡିସେମ୍ବର 2009 ରେ ଖବରର ଶିରୋନାମାରେ ରହିଥିଲା ।

ଏହା ମଧ୍ୟ ପଢନ୍ତୁ:-Nepal air crash: ନେପାଳ ଏୟାର କ୍ରାସରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ୟେତି ଏୟାରଲାଇନ୍ସ ମାଲିକ କିଏ:ୟେତି ଏୟାରଲାଇନ୍ସ ମେ 1998 ରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଅଗଷ୍ଟ 1998 ରେ ଏହାର ଏୟାର ଅପରେଟର୍ସ ସାର୍ଟିଫିକେଟ୍ ଗ୍ରହଣ କରିଥିଲା । 2009 ରେ, ୟେତି ଏୟାରଲାଇନ୍ସ ସହାୟକ କମ୍ପାନୀ ତାରା ଏୟାର ପ୍ରତିଷ୍ଠା କରିଥିଲା । ଉଲ୍ଲେଖଯୋଗ୍ୟ, ୟେତି ଏୟାରଲାଇନ୍ସ ଏବଂ ତାରା ଏୟାର ମିଳିତ ହୋଇ ନେପାଳର ସର୍ବବୃହତ ଘରୋଇ ବିମାନ ସେବା ଗଠନ କରିଥିଲା । 2014ରେ, ୟେତି ଏୟାରଲାଇନ୍ସ ଆଉ ଏକ ମିଳିତ ଉଦ୍ୟୋଗ ହିମାଳୟ ଏୟାରଲାଇନ୍ସ ଆରମ୍ଭ କରିଛି । ପୋଖରାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ATR 72 ବିମାନ ହେଉଛି ବହୁଳ ଭାବରେ ବ୍ୟବହୃତ ଟ୍ୱିନ୍-ଇଞ୍ଜିନ ଟର୍ବୋପ୍ରୋପ୍ ବିମାନ ଏବଂ ଏୟାରବସ୍ । ଏହା ଇଟାଲୀର ଲିଓନାର୍ଡୋଙ୍କ ମିଳିତ ଉଦ୍ୟମରେ ନିର୍ମିତ ହୋଇଛି ।

ABOUT THE AUTHOR

...view details